ବଳଦେବଙ୍କ ଛାନ୍ଦ ଚଉତିଶା ଓ ଜଣାଣ
ବଳଦେବ ରଥ · ଭାଗ ୩ / ୭
ସମ୍ପୂର୍ଣ୍ଣ ସୂଚୀପତ୍ର
(୯)
ସର୍ପ ଜଣାଣରାଗ-କାମୋଦୀବାଧିଲା ଜାଣି କ୍ଷମା କର ନୋହିଲେ ରମାରମଣ ଦଣ୍ଡ ଦିଅ ଟାଳି ।ତୁମ୍ଭଙ୍କୁ ଜଗନ୍ନାଥ ଆଜ ମୋ ମନୋରଥ ଭରତି କରି ଦେବି ଗାଳି ହେ କୃପାନିଧି ।କରୁଣାସିନ୍ଧୁ ବୋଲି କରି, କହନ୍ତି ବୁଧେ ଡରି ମରି ।କାଳସର୍ପ ଆପଣ, କବଳ କର ପ୍ରାଣ - ପବନମାନଙ୍କୁ ସବୁରି ହେ କୃପାନିଧି ।୧।ଜଳଧିଅନ୍ତେ ନିଜ, ଘର ଦେବାଧିରାଜ, ବୁଡ଼ାଇ ଦେଇଛ ଆପଣ ।ତୁମ୍ଭରି ସିନା ଘେନ, ଆଶ୍ଚର୍ଯ୍ୟ ନୁହେଁ ଆନ, ଜନର ଘରବୁଡ଼ାପଣ ହେ କୃପାନିଧି ।ଭୁଜଙ୍ଗ ସାମ୍ୟ ଆମ୍ଭ ତୁଲେ, ବତାଅ ବୋଲି ଆଜ୍ଞା ହେଲେ,ମୁଁ ନୁହେଁ ଘରବୁଡ଼ା, ବତାଇବାକୁ ଛିଡ଼ା ହୋଇଛି ବତାଇବି ଭଲେ ହେ କୃପାନିଧି ।୨।ତାହାକୁ ବୋଲି ଚକ୍ରୀ, ଚକ୍ରଥିବାରୁ ଚକ୍ରୀ, ତୁମେ ତ ବୋଲାଅ ମଣ୍ଡଳେ ।ବୋଲାଇ କୁଣ୍ଡଳୀ ସେ ଆପଣ ତ ବିଶେଷେ ଭୂଷିତ ମକର କୁଣ୍ଡଳେ ହେ କୃପାନିଧି ।ଅଦୃଶ୍ୟ ହେବାରୁ ତ ପାଦ, ତାହାକୁ ବୋଲି ଗୃଢ଼ପଦ ।ଆପଣା ଚରଣ ତ ବିରଞ୍ଚିକୁ ଗୁପତ କାହିଁ ତାଠାରୁ ତୁମ୍ଭ ଭେଦ ହେ କୃପାନିଧି ।୩।ହେବ ବା ଅବଧାନେ, ତାହାକୁ ତ୍ରିଭୁବନେ, ବୋଲନ୍ତି କାକୋଦର ନରେ ।ଏ ତ୍ରିପିଷ୍ଟପଯାକ ମଧେ ଗୋଟିଏ କାକ ନାହିଁ କି ତୁମ୍ଭରି ଉଦରେ ହେ କୃପାନିଧି ।ବିବରେ ସେ ଅତି ଲମ୍ପଟ, ବିବର ବିହଙ୍ଗମ ରାଟ, ବିଧିରେ ସେ ଲମ୍ପଟ,ଆପଣ ସେ ତ ପଟପଟଳେ ହୋଇଅଛ ସ୍ଫୁଟ ହେ ମହାପ୍ରଭୁ ।୪।କାନ ନ ଥାଇ ଆଖି, ଭୁଜଙ୍ଗଠାରେ ଦେଖି, ନୟନାଶ୍ରବା ବୋଲି ତାକୁ ।କହ କମଳାନନ କାହିଁଛି ତୁମ୍ଭ କାନ, ସର୍ପ ବୋଇଲେ ଚଳିବାକୁ ହେ କୃପାନିଧି ।ଫଣିକାୟାକୁ ବୋଲି ଭୋଗ, ଥିବାରୁ ସେ ଦୁଇ ସଂଯୋଗ,ତାହାକୁ ବୋଲି ଭୋଗୀ ତୁମ୍ଭ କି ନୁହଁ ଭୋଗୀ କରୁ ଯା ଅଛି ମହାଭୋଗ, ହେ କୃପାନିଧି ।୫।ଯେବେ ଭୁଜଙ୍ଗ ନୁହ, କାଳିୟଠାରେ ଦ୍ରୋହ କଲ କାହିଁକି ଏଡ଼େ କରି ।କେତେ ନ ଥିଲେ ଗୋପେ, ତୁମ୍ଭେ କାହିଁକି କୋପେ, ତାହାକୁ ଦେଲ ପ୍ରାଣେ ମାରି ହେ କୃପାନିଧି ।ତାହାରି ନାମେ ତୁମ୍ଭ ନାମ, ଅଦ୍ୟାପି ହୋଇଛି ଜନମ, ଯେବେ ସ୍ୱଗୋତ୍ର ଦ୍ରୋହ,ନ ଥାନ୍ତା ନାଥ କହ କିପାଇଁ ହୁଅନ୍ତା ଏ କ୍ରମ ହେ ମହାପ୍ରଭୁ ।୬।ଜାଣି ବାଳୁତକାଳୁ, ଲବଣୀ ହାଣ୍ଡିତଳୁ, ଧରି ପାଶରେ ଦୃଢ଼େ ଭିଡ଼ି ।ଦୟା ନ କରି ତିଳେ, ଯାମଳା ତରୁତଳେ ଜନନୀ ନେଇ ଦେଲେ ଛାଡ଼ି ହେ କୃପାନିଧି ।ଯେତେକ ଥିଲା ଗର୍ଭ ପଡ଼ି, ଜୀର୍ଣ୍ଣ ହେବାକୁ ହେଲ ଭିଡ଼ି, ତିନି ଜଗତ ଯାକେ,ଜାଣି ତ ଥିବେ ଲୋକେ ସେ ତରୁ ଯିବାର ଉପୁଡ଼ି, ହେ କୃପାନିଧି ।୭।ବ୍ରହ୍ମା ଶଙ୍କର ମୁଖ୍ୟ, ଦେବଙ୍କଠାରୁ ମୋକ୍ଷପ୍ରଧାନ ଧନ ଗୁତା କଲେ ।ପତିତକୁ ନ ପୋଷି, -ବାରୁ କ୍ରମରେ ଆଶୀ-ବିଷ ପରାଏ ଆଭାସିଲ ହେ କୃପାନିଧି ।ଅସାବଧାନେ ଗଲେ ମିଳି, ଗୋଟିକୁ ଗିଳଇ କୁଣ୍ଡଳୀ,ଅଗଣିତ ବ୍ରହ୍ମାଣ୍ଡ ହାଣ୍ଡିମଣ୍ଡଳୀ ରୁଣ୍ଡ କରି ଆପଣ ଅଛି ଗିଳି ହେ କୃପାନିଧି ।୮।ଅହି ତ ବୋଲାଏ ସେ, ଏକ ଅକ୍ଷର କୋଷେ, ‘ଅ’ ହିତ ବୋଲାଅ ନିପୁଣ ।କଂସ ପ୍ରମୁଖାସୁର ବିପକ୍ଷମାନଙ୍କର ଅହିତ ହୋଇଛି ଆପଣ ହେ କୃପାନିଧି ।ଜଗତେ ଧରି ଯେବେ ଅହି, ଘଟ ଗୋଟିକେ ନେଇ ଥୋଇ, ଅଛି ଯାବତ ଘଟେ,ବଞ୍ଚାଅ ଯେ କପଟେ, ମୋର ହାବୁଡ଼ୁ ଯିବ କାହିଁ, ହେ କୃପାନିଧି ।୯।କେଉଁ ଶିଶୁ କାମିନୀ ସ୍ତନ୍ୟପାନରୁ ଘେନି ଜୀବନ ଯାଇଛି ଜଗତେ ।ଶୋଷି ପୂତନା ପ୍ରାଣ, ଘେନିବାର ଜୀବନ, ନାହିଁକି ତୁମ୍ଭ ଦିବ୍ୟ ଚିତ୍ତେ, ହେ କୃପାନିଧି ।ସକଳ କଥା ମୋର ଦେଖି, ଅଛନ୍ତି ଲକ୍ଷ ଲକ୍ଷ ସାକ୍ଷୀ, ବ୍ରଜେ ଭୁଜଙ୍ଗ ଚାଲି,କରି ମୁଁ ନାହିଁ ବୋଲି, ଛୁଆଁ ତ ଥରେ ଚକାଆକ୍ଷି ହେ କୃପାନିଧି ।୧୦।ନୁହେ ଆବାସ ଘର, ମାନସ ସରୋବର ଶୁଭିଲା ନାଗେଶ୍ୱର ରବ ।କ୍ଷଣେ ନ ରହି ଧାଇଁଗଲଟି କାହିଁପାଇଁ, ଆଉ ନ ଥିଲେ କେତେ ଦେବ ହେ କୃପାନିଧି ।ମନ୍ତ୍ର ଜାଣିବା ଲୋକେ ବଶ, ହୁଅନ୍ତି ସବୁ ଆଶୀବିଷ, ମନ୍ତ୍ରାଧୀନ ତ ତୁମ୍ଭେ,ବଞ୍ଚାଉଅଛ ଦମ୍ଭେ, ଭୁଜଙ୍ଗ ନୁହ ଆଉ କିସ, ହେ କୃପାନିଧି ।୧୧।କହଇ କବିସୂର୍ଯ୍ୟ ନାଥ ନୁହ ଅଧୈର୍ଯ୍ୟ ଏଣିକି ମହତ ନ ଯାଉ ।ମୁଁ ତୁମ୍ଭ ପରିଚାର, ଜାଣିଲେ କି ବିଚାର ଇତରେ ନ ଜାଣନ୍ତୁ ଆଉ, ହେ କୃପାନିଧି ।ଯେତେବେଳେ ମୋ ଅନ୍ତ ହେବ, ଏତିକି ମାତ୍ର ମୋତେ ଦେବ,ପରେତରାଟଦ୍ୱାର-ସୀମାରୁ ପରିହାର କରାଇ ଯହିଁ ତହିଁ ନେବ ହେ କୃପାନିଧି ।୧୨।
୯। ଟୀକା - କବଳ କର ପ୍ରାଣପବନମାନଙ୍କୁ ସବୁରି - ସମସ୍ତଙ୍କର ପ୍ରାଣରୂପ ପବନକୁ ନେଇଯାଅ । (ସର୍ପ ପକ୍ଷରେ - ସର୍ପ କେବଳ ପବନ ଖାଇ ବଞ୍ଚେ ।) କାକୋଦର - (କାକବକ୍ରଗାମୀ ଉଦର ଯାହାର) ସର୍ପ, ଶ୍ଳେଷାର୍ଥ ହେଲେ - କାକ - କୁଆ ଉଦରରେ ଯାହାର, ବିବର - ଗାତ, ଅନ୍ୟତ୍ର ବି ଅର୍ଥାତ୍ ପକ୍ଷୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଗରୁଡ଼, ପଟ - ଚିତ୍ର ଓ ସାପକାତି, ପଟଳ - ସମୂହ । ଗୁତା କଲ - ଏକଚାଟିଆ କଲ । ଅ - ବିଷ୍ଣୁ, ଅହିତ - ଶତ୍ରୁ, ଭୁଜଙ୍ଗ - ସର୍ପ ଓ ବିଟପୁରୁଷ, ନାଗେଶ୍ୱର - ହସ୍ତିଶ୍ରେଷ୍ଠ ଓ ସାପୁଆକେଳାର ବାଦ୍ୟଯନ୍ତ୍ର, ପରେତରାଟ - ଯମ ।
(୧୦)
ଜଗନ୍ନାଥ ଜଣାଣରାଗ-ତୋଡ଼ିପରଜକ୍ଷୀରମୟ ସିନ୍ଧୁ-ଜେମାଜୀବବନ୍ଧୁ, ତୁମ୍ଭେ ତ ଜଗତପତି ।ଟେକି ସମଦୃଷ୍ଟିପତାକାକୁ ପୁଣି ଏ କି ପକ୍ଷପାତ ରୀତି ହେ ମହାପ୍ରଭୁ ।କେ କି କଲା ମୁଁ ନ କଲି । କେ କି ଦେଲା ଅବାମୁଁ ଅବା ନ-ଦେବା ଘେନି ଏତେ ସରି ହେଲି ହେ ମହାପ୍ରଭୁ ।୧।ମୃଗ ଯୁବତୀକି ରଖିଲ ଯେ ନାଶି ମୃଗୟୁ ବିଦ୍ୱେଷ ଦାଉ ।ଚରଣପଙ୍କଜ ସ୍ମରଣ ବିନା ସେ କିସ କରିଥିଲା ଆଉ ହେ ମହାପ୍ରଭୁ ।କୁମ୍ଭୀର ଗ୍ରାସନ୍ତେ ଗାତ୍ର । ଜନେ କହିବାରେଅନେକପ-ରଜା ମନେ କଲା ସିନା ମାତ୍ର ହେ ମହାପ୍ରଭୁ ।୨।ନୃପସଭା ମଧେ ଅସ୍ଥିର ହୁଅନ୍ତେ ଦ୍ରୁପଦ ସୁତା ଆବର ।ଧ୍ୟାନରୁ ତ ଆନ କିଛି କରିବାର କାନ ଶୁଣି ନାହିଁ ମୋର ହେ ମହାପ୍ରଭୁ ।ହିତେ ଯେ ଥାଅ ନିରତେ । ଲାଞ୍ଚ ଦେଇଥିଲେ କାଞ୍ଚନନକେତେ କି ପାଞ୍ଚ ପଣ୍ଡୁରାଜ ସୁତେ ହେ ମହାପ୍ରଭୁ ।୩।ରୂପରେ କେଳତି ଉପରେ ପତାକା ଦିଆଇଲ ଯେ କୁଜୀକି ।ଯାହା ହୋଇଥିଲା ଯାହା ହେଲା ତୁମ୍ଭ ପ୍ରସାଦବଶୁଁ ରଜକୀ ହେ ମହାପ୍ରଭୁ ।ଜଗତେ ତ ତାହା ଜଣା । ଅନ୍ଧକୁ ନେତ୍ର ମିଳିବାରୁହୋଇଛି ଯଶ ଡିଣ୍ଡିମ ବାଜଣା ହେ ମହାପ୍ରଭୁ ।୪।ନଳକୁବରଙ୍କ ଚରିତକୁ ବୁଧେ ବଳକୁ ଅଛନ୍ତି ଏବେ ।ପ୍ରହ୍ଲାଦକୁ ମହା ଆହ୍ଲାଦ ଆପଣ କରିଛି ପରା ପୁରୁବେ ହେ ମହାପ୍ରଭୁ ।ମୁନିଙ୍କ ଆଶ୍ରମ ଶିଳା । ତୁମ୍ଭଙ୍କୁ କି ଉପକାର କରିରୂପବତୀ ହୋଇ ବିଳସିଲା ହେ ମହାପ୍ରଭୁ ।୫।କେବଳ ସୁଦାମା ଦ୍ୱିଜ ନିଜ ଶକ୍ତି ଅନୁରୂପ ଆଚରିଲେ ।ଗଳିତାଏ ଖୁଦ ନଜର ଦେବାରୁ ଫଳ ତାଦୃଶ ଲଭିଲେ ହେ ମହାପ୍ରଭୁ ।ଆଉ କେ କି କଲା କହ । କାହା କାମକୁମ୍ଭ ପୂରି ନାହିଁତୁମ ଅହେତୁକ ଅନୁଗ୍ରହ ହେ ମହାପ୍ରଭୁ ।୬।ଅନନୁଗତ ତୋ ମନ ନୋହେ ବୋଲି ଆଜ୍ଞା ହେବ ଅବା ମୋତେ ।ନାମ ସ୍ୱସୁତର ଡାକିବାରୁ ଦିବ୍ୟଧାମ ଲଭିଲେ କେମନ୍ତେ ହେ ମହାପ୍ରଭୁ ।ଅଜାମିଳ ମହୀସୁର । କେଉଁ ସାବଧାନ ହୋଇନାମଗାନ କରିଥିଲେ ସେ ତୁମ୍ଭର ହେ, ମହାପ୍ରଭୁ ।୭।କବିରବି ରାୟଗୁରୁ ଯୋଡ଼ି କରଯୁଗକୁ ଛାମୁରେ କହେ,ଭଲ ଅବା ମନ୍ଦ କରିବାକୁ ତ ମୁଁ ମୋହର ଆୟତ୍ତ ନୁହେଁ ହେ ମହାପ୍ରଭୁ ।ସବୁ ତୁମ୍ଭ ଇଚ୍ଛା ସିନା, ରଖ ବା ନ ରଖ ।ମୋହରି ଗତି ତ ପତିତପାବନବାନା ହେ ମହାପ୍ରଭୁ ।୮।
୧୦। ଟୀକା - ମୃଗୟୁ - ଶିକାରୀ, ବାଣୁଆ; ଅନେକପ - ରଜା - ଗଜରାଜ, ଦେବର୍ଷି ନାରଦଙ୍କ ଶାପରେ ନଳକୁବର ଯାମଳାର୍ଜ୍ଜୁନ ରୂପରେ ଜନ୍ମିଥିଲେ; କୃଷ୍ଣାବତାରରେ ଭଗବାନ୍ ତାହାଙ୍କୁ ଉଦ୍ଧାର କରିଥିଲେ - ଭାଗବତ କଥା; ଗଳିତାଏ - ପୋଷେ, ନଜର - ଭେଟି ।
(୧୧)
ମହାବାହୁ ଜଣାଣ ଚଉତିଶାରାଗ-କାମୋଦୀକମଳବାସିନୀପ୍ରାଣବାନ୍ଧବ ହେ ଆର୍ତ୍ତତ୍ରାଣ କମନୀୟ କଳାମୁଖଚନ୍ଦ୍ର ।କମ୍ୱୁମଧ୍ୟପୁରୀ ନୀଳବସୁନ୍ଧରାଧରାଚୂଳ ଗୃହାଗୃହ ବିହାରୀ ପାରିନ୍ଦ୍ର ହେ । ମହାବାହୁ ।କଉଣପକୁଳକ୍ଷୟଦକ୍ଷ, କୃପଣକାମିତ କଳ୍ପବୃକ୍ଷ, କହି ନୋହିବା କଦନ,ସିନ୍ଧୁ ନିମଜ୍ଜନଜନ କର୍ଣ୍ଣଧାରବର ରକ୍ଷ ରକ୍ଷ ହେ ।୧।ଖଣ୍ଡପରଷୁ ବନ୍ଦନ, ମୁରଲୀସୁସାବଧାନ ଖମଣିମଣ୍ଡଳମଧ୍ୟବାସୀ ।ଖଗାଧିପଧ୍ୱଜ ବ୍ରଜ, ଖଞ୍ଜନନେତ୍ରାସମାଜ, ଚଞ୍ଚଳା କୌତୁକ ଅଭିଳାଷୀ ହେ । ମହାବାହୁ ।କ୍ଷୀଣଜନଙ୍କର ଅନ୍ତଃସାର, ଖଣ୍ଡିତ ମେଦିନୀ ଭୟଭାର,ଖରମୟୁଖର ପୁତ୍ର ଚରକର କରପତ୍ର ଦରିନିବାରଣ ଦୟା କର ହେ ।୨।ଗହନେ ଗର୍ଭିଣୀ ଏଣୀ, ଗରିଷ୍ଠ ବିପଦ ପୁଣି, ଗୁହାରି ଗର୍ଭକ ସ୍ତୁତି କଲା ।ଗୋତ୍ର ଅମିତ୍ରଙ୍କୁ ଫରମାସିବା ମାତ୍ରକେ ତାର କେଡ଼େ ବଡ଼ ଦର ଦୂର ହେଲା ହେ । ମହାବାହୁ ।ଗୋପେ ଗୋବତ୍ସା ଗୋପିକା ଗୋପ, ଗ୍ରାସି ଦେଉଥିଲା ଶକ୍ର କୋପ,ଗୋବର୍ଦ୍ଧନ ଗିରିଛତ୍ର, ଟେକି ଟେକି ପଦ୍ମନେତ୍ର ବିହିଲ ସେ ଉପତାପ ଲୋପ ହେ ।୩।ଘନା ଘନଘଟା ଘୋର, ନୃଶଂସ ହିରଣ୍ୟାସୁର ବାଞ୍ଛି ନିଜ ତନୁକର ବଧ ।ଘର୍ମାକ୍ତ ତୀବ୍ର କୋପରେ, ଘଟାଇଲା ତା ଉପରେ, ବଜ୍ରାଧିକ ଅନେକ ଆୟୁଧ ହେ । ମହାବାହୁ ।ଘେନି ଯୁବାସିଂହ ଅବତାର, ଘାତ-ମାତ୍ରକରେ କରଜର,ଘଟୀ ଅର୍ଦ୍ଧକରେ ଭକ୍ତ ପ୍ରହ୍ଲାଦର ଭୟମୁକ୍ତ, କଲ ପରା ତୁମ୍ଭେ ଚକ୍ରାୟୁଧ ହେ ।୪।ନାଗନାଥକୁ ସଲିଳେ, ନକ୍ର ଆକର୍ଷିଲା କାଳେ, ଲକ୍ଷ୍ମୀ ଅକ୍ଷ ଖେଳେ ଥିଲ ମାତି ।ନିରେଖି ସାରକୁ ଭଲେ, ନିମେଷ ମଧ୍ୟେ ଦେଖିଲେ, ନାଗାରି ହେବାର ଖର ଶ୍ୱାସୀ ହେ ମହାବାହୁ ।ନକ୍ର କର୍ତ୍ତନରୁ ଚକ୍ରଧାର, ନିନ୍ଦୁଥିଲା ବନ୍ଧୁକ ପ୍ରକର,ନିଖିଳ ଲୋକେ ଏ ଯଶ ନାଚୁଛି ହେ ଜଗଦୀଶ, ନୋହିଲାଟି କେଉଁ ଖ୍ୟାତି କର ହେ ।୫।ଚତୁର୍ଦ୍ଦଶ ଲୋକେ ଯେଉଁ, ଚକ୍ରପରାକ୍ରମ ଗାଉଅଛନ୍ତି ଅଭୟ ପାଇ ନିତି ।ଚକାନୟନ ହେ ସେହି ଚକ୍ରକୁ ଶ୍ରୀକରେ ବହି, ଚାହୁଁଛ ତ ମୋହର ବିପତ୍ତ ହେ, ମହାବାହୁ ।ଚରାଚରେ ଚିତ୍ର ଅତି ହେଲା, ଚକୋର କି ଚକ୍ର ନ ପାଇଲା,ଚିନ୍ତୁଛି ମୁଁ ଚିରଦିନ ହେବାରୁ ତାର୍କ୍ଷ୍ୟକେତନ, ଚିରାଳ କି ଚିରା ହୋଇଗଲା ହେ ।୬।ଛଳଯତି ବେଶ ଧରି, ଛଦନ ଶାଳାରୁ ହରି ନେଲା ଯେ ଦେବୀକୁ ସୁରାମିତ୍ର ।ଛେଦି ତାହାକୁ ମାର୍ଗଣେ, ଛିଦ୍ର କୁହା ବିଭୀଷଣେ, ଟେକାଇଲ ଆପଣେ ତ ଛତ୍ର ହେ, ମହାବାହୁ ।ଛାର ଦୁଃଖ କେତେ ଅବା ମୋର, ଛାୟାନାଥ ତୁମ୍ଭେ ସେ ଅନ୍ଧାର,ଛଦ୍ମେ ବଳିଦ୍ୱାର ଖର୍ବ ଦ୍ୱିଜେନ୍ଦ୍ର ବେଶେ ତା ପର୍ବ ଛଡ଼ାଇଲ ପରମଈଶ୍ୱର ହେ ।୭।ଜଗତେ ଜାଣନ୍ତି ଜନ, ଯାହା କଲା ଦୁଃଶାସନ, ଦ୍ରୁପଦ ଜେମାକୁ ସଭାତଳେ,ଜଳଜ ଚରଣେ ସ୍ତୁତି କଳ୍ପିବାରୁ ମହାସତୀ, ପ୍ରତିଷ୍ଠା ତୁଟିଲା ନାହିଁ ତିଳେ ହେ, ମହାବାହୁ ।ଜମା ହୋଇଥିଲେ ଯେତେ ଜନ, ଜଣେ ଦେଖିନାହିଁ ଅପଘନ,ଜୟରବେ ଜଗତ୍ତ୍ରୟ ଜଠର ପୂରିଲା ଭୟ ନିବାରଣ ଜଳଧିଶୟନ ହେ ।୮।ଝଞ୍ଜାନିଜେ ଝାଡ଼ଦଳ ଝଡ଼ିଗଲାପରି ଜଳ, ଝରିଗଲା ପରି ଫଟା ଘଟୁ ।ଝାଙ୍କି ମନସ୍ତାପ ଭୟ ଅମଳେ ମୋ ଆୟୁକ୍ଷୟ, ହୋଇଲାଟି ଦୀନଦୟାପଟୁ ହେ, ମହାବାହୁ ।ଝଟତି ମୋ ଅଭିଳାଷପୂର, ଝିମିଟ ହେଲାଟି ମନ୍ୱନ୍ତର,ଝାଞ୍ଜିତପ୍ତ ଅଳ୍ପ ଜଳ ଜମ୍ୱାଳ ବଶୁଁ ବ୍ୟାକୁଳ ଝଷଦଶା ହୋଇଲା ମୋହର ହେ ।୯।ନୃଗ ନାମେ ନୃପବର ନିରୟେ ନିମଜ୍ଜି ଚିରକାଳୁ ହୋଇଥିଲେ କୃକସରି ।ନବୀନ ନୀରଦ ନିନ୍ଦା, ନବ ରତନବିସନ୍ଧା, ଶ୍ରୀହସ୍ତେ ତାହାଙ୍କ କର ଧରି ହେ । ମହାବାହୁ ।ନେଇ ଯିବାକାଳେ ତୁଲେ ତୁଲେ, ନିରେଖି ତାହାଙ୍କ ତେଜ ଭଲେ,ନାକ ନିତମ୍ୱିନୀମାନେ, ନନ୍ଦନବନ ପ୍ରସୂନେ, ନିତି ନିତି ଉପହାର ଦେଲେ ହେ ।୧୦।ଟେକିଛି ଅଦ୍ୟାପି ପୀନ, ବାହୁ ଯୁଗଳକୁ ଦୀନ, ଜନରେ ଛାୟାଦେବାକୁ ଚିନ୍ତି ।ଟାକି ରହିଛି ମୁଁ ସେହି ବାହୁବୃନ୍ଦାରକ ମହୀରୁହ ଅନାତପକୁଟି ନିତି ହେ । ମହାବାହୁ ।ଟିକିଏ କରୁଣା ଜାତ ହେଉ, ଟୋପାଏ ତହୁଁ ଏ ଟେକା ପାଉ,ଟାଳି ଦେଲେ ଭାବଗ୍ରାହୀ, ଦୁର୍ଗତି ଦୁଃଖକୁ ଚାହିଁ, ଟମକ ପିଷ୍ଟପେ ବାଜିଯାଉ ହେ ।୧୧।ଠଣାଦାରପରି କାଳ, କରରେ ଧରି କରାଳ, ଦଣ୍ଡ ଜଗି ରହିଅଛି ଠଣା ।ଠିକମାର୍ଗ ପରିହରି, ଠକ ଆଚରଣ କରି ବଞ୍ଚିବା ଜନ୍ତୁର କି ଠିକଣା ହେ, ମହାବାହୁ ।ଠଉରଥିବାର ଏ ଜଗତେ, ଠଉରାଇ ଗତି ହିତାହିତେ,ଠାକୁରମାନଙ୍କ ମଥାମଣି ହେ ମୁଁ କେଉଁ କଥା କରିବି ବିଚାର ଦିବ୍ୟ ଚିତ୍ତେ ହେ ।୧୨।ଡାକି ଗଉରବେ ଆଣି ବନ୍ଦନୀୟ ଜନ ପାଣି, ପଦ୍ମେ ଦେଉ ନାହିଁ ବରାଟକୀ ଡୁବାଇ ନାହିଁ ମସ୍ତକ,ମନ୍ଦାକିନୀ ହ୍ରଦୋଦକ, ପୁରେ ପଶି ହରି ହରି ଡାକି ହେ, ମହାବାହୁ ।ଡରୁଛି ଯେ ଛାମୁରେ ତୁମ୍ଭର, ଡାକୁଅଛି ଆହେ ବିଶ୍ୱମ୍ଭର, ଡିମ୍ଭର ଦୋଷକଳାପ,ତୁମ୍ଭେ ପରା ବାପ ମାଫ, ନ କଲେ କି କରିବ ଇତର ହେ ।୧୩।ଢାଳି କରୁଣା ପୀୟୁଷ; ଅଶେଷ ଦୋଷୀଙ୍କ ଦୋଷ, ନାଶିବାରୁ ସିନା ବାରଂବାର ।ଢକ୍କା ବାଜୁଛି ସଂସାର, ମଧ୍ୟେ ଏହି ଅନ୍ତଃସାର, ସକାଶୁଁ ମୁଁ କରୁଛି ବ୍ୟାପାର ହେ, ମହାବାହୁ ।ଢାଳେ କ୍ଷିତି ଅନାଇ ନ ଚାଲି, ଢମ କହୁଅଛି ଛାତି ଠେଲି, ଢାଙ୍କି ରହିଥିବା ଘୋର,ଦାବାଗ୍ନିକି ନାଥ ମୋର ଢୋକି ଦେବେ ଅନାୟାସେ ବୋଲି ହେ ।୧୪।ଅପରିମିତ ମହିମ ଅଘବିଧ୍ୱଂସନ ନାମ, ଅତ୍ୟନ୍ତ ପ୍ରବଳ ହେଲେ ହେଲେ ।ଅପରାଧ ହେବା ଡରେ, ଅଘରେ ଆତଙ୍କନରେ, ଆସକ୍ତ ନୋହିବା ଜାଣେ ଭଲେ ହେ, ମହାବାହୁ ।ଅଣୁଏ ଆୟତ୍ତ ନାହିଁ ମୋର, ଆଚରୁଛି ପାତକୀ ପ୍ରକାର, ଆପଣ ହୃଦେନିବାସ କରି ଯେଉଁ ଫରମାସ, କରୁଛ ତା କରୁଛି କିଙ୍କର ହେ ।୧୫।ତାରିବାକୁ ମାରିବାକୁ ତାପାର୍ତ୍ତି ନିବାରିବାକୁ ତୁମ୍ଭତୁଲ୍ୟ ପ୍ରଭୁ ଆଉ ନାହିଁ ।ତପନୀୟ ଗିରିତଳେ ତପୋଧନମାନେ ତିଳେ ତବ ତତ୍ତ୍ୱ ଜାଣନ୍ତି ବା ନାହିଁ ହେ, ମହାବାହୁ ।ତର୍କି ନ ପାରିବାରୁ ବିଭୂତି, ତସ୍କର ବନିଲେ ପ୍ରଜାପତି, ତନୁରୁ ତର୍ଣ୍ଣକ ଶିଶୁ,ତକ୍ଷଣେ ହେବା ସକାଶୁଁ, ତଳେ ଲୁଠି ଲାଜେ କଲେ ସ୍ତୁତି ହେ ।୧୬।ଥିବାରୁ ମଞ୍ଜୁଷେ ଗଣ୍ଠି, ପରି ହେ, ବୈକୁଣ୍ଠକଣ୍ଠୀ, ରବ ତବ ପ୍ରଭାବ ମୋ ମନେ ।ଥୁଆଧନ ସିନା ଭୋଗ, କରି ହରିବି ଉଦ୍ବେଗ, ବୋଲି ଭାବୁ ଭାବୁ ଅନୁଦିନ ହେ, ମହାବାହୁ ।ଥାଏ ମୋ ଭରସା ମେରୁପରି, ଥାପିରେ ଧଇର୍ଯ୍ୟ ଥାଏ ପୂରି,ଥରୁଅଛି ଏବେ ଭୟଭରେ ଅନୁକମ୍ପାମୟ; ନୟନାନ୍ତ ଛଟା ଦିଅ ଠାରି ହେ ।୧୭।ଦିନେ ଦୟାଳୁତା ବାନା ଦୃଶ୍ୟ କରାଇଲେ ସିନା, ଦୀନବନ୍ଧୁ ନାମକୁ ତୁମ୍ଭର ।ଦୁଷ୍ଟ ଦୁଃଖ ଦନ୍ଦଶୁକ, - ଦଷ୍ଟ ହୃଦନ୍ତର ଲୋକ, ରକ୍ଷା ଜାଙ୍ଗଳିକ ପୁରନ୍ଦର ହେ, ମହାବାହୁ ।ଦରିଦ୍ରକୁ ଦାନଦେବା ଯଶ, ଦିଗନ୍ତକୁ କରଇ ଆଶ୍ଳେଷ, ଦଇବେ ଦ୍ରବିଣବନ୍ତଜନେ କଲେ ବିତ୍ତ ଦତ୍ତ ଦାତାର କି ହେବ ପଉରୁଷ ହେ ।୧୮।ଧରିଥିଲେ ତରୁ ରୂପ, ଧାତାପୁତ୍ର ମୁନିଶାପ, ବଶୁଁ ଧନାଧିନାଥଙ୍କ ସୁତେ ।ଧରାଇଲ ଦିବ୍ୟତନୁ, ଧୃବକୁ ବାଳକ ଦିନୁଁ, ଦିବ୍ୟ ଧାମ ଦେଲ ଏ ଜଗତେ ହେ ମହାବାହୁ ।ଧଡ଼ି ଶେଷୁ ସମର୍ପି ନଜର, ଧନୀ ହେଲେ ସୁଦାମା ଭୂସୁର, ଧବଳ କରିଛି ଏହି,ଯଶବ୍ୟୋମ ତୁଲେ ମହୀ ଧର୍ମ ଧାରାବନ୍ତ ଧୁରନ୍ଧର ହେ ।୧୯।ନିରର୍ଗଳ ଅଧିକାର, ନିତ୍ୟ ନିଳୟ ଯାହାର, ନାଥଙ୍କର ନାମ ଶୁଭୁଅଛି ।ନିଷ୍କାରଣ ହୋଇ ତାର, ନରଦେହ ବହିବାର, ନାଶ ଗଲା ବୋଲାଇଣ ଛି ଛି ହେ, ମହାବାହୁ ।ନ ନଚାଇ ଏହା ଜନମୁଖ, ନିଯୋଜନା କର ମୋର ସୁଖ, ନଳିନେ ଉଲ୍ଲାସଶିରୀ,ନିଧାନ ରଚିଲା ପରି ନବୋଦିତ ମିହିରମୟୁଖ ହେ ।୨୦।ପ୍ରପନ୍ନ ହୋଇ ମୁଁ ବାରେ ପଦପଙ୍କେରୁହ ତଳେ ପଡ଼ୁ ପଡ଼ୁ ପେଲିଦେବା ନୋହୁ ।ପଡ଼ିବି ସିନା ତୁମ୍ଭର ଗର୍ଭେ ଦେଇ କରଭର ପଦାରେ ତ ସ୍ଥଳ ନାହିଁ ଆଉ ହେ, ମହାବାହୁ ।ପରମ ସୌଭାଗ୍ୟ ମୋର ଏକା, ପର ପରିମାଣୁ ନାହିଁ ଦକା,ପ୍ରଭୁ ପଣକୁ ମାତ୍ରକ ପ୍ରପଞ୍ଚ ମଣ୍ଡଳଯାକ, ନିନ୍ଦା ହେବ ବୋଲି କରେ ଡକା ହେ ।୨୧।ଫନ୍ଦା କରି ଆପଣଙ୍କୁ, ଫଳଲାଭ ବିନା ରଙ୍କୁ, ବଳିଲିଣି ଆଚରଣ ସିନା ଫେଡ଼ି ଏ ମାନସକଥା,କା ଆଗେ କହିବି ବ୍ୟଥା, ଫେଡ଼ି ନେବ ଆଉ ତୁମ୍ଭ ବିନା ହେ, ମହାବାହୁ ।ଫାଟିଅଛି ଯେବେ ମୋ କରମ, ଫନ୍ଦାଇବାକୁ ଆପଣ କ୍ଷମ, ଫୁଟୁଥିଲା ପ୍ରହଣ୍ଡକେ,ଯେଉଁ କୁବ୍ଜୀ ଏହି ଲୋକେ, ନ କଲ କି ତାକୁ ରମ୍ଭା ସମ ହେ ।୨୨।ବିଳମ୍ୱ ସହିବା ପୀଡ଼ା, ହେଲେହେଁ ବରହଚୂଡ଼ା, -ବତଂସ ମୁଁ ବଳିଆଇଁ ଏତେ ।ବିରକତ କରି ଅତି, ବିଜ୍ଞାପନ ନ କରନ୍ତି, ବାଧା ବଳି ପଡ଼ିଲାଣି ମୋତେ ହେ, ମହାବାହୁ ।ବଳିଷ୍ଠ ବାହୁଯୁଗଳ ତଳେ, ବେଗ ମୋତେ ଛାୟାଦିଅ ବେଳେ,ବଳଦେବ ବଳାହିତାବରଜ ହେ ସିନ୍ଧୁସୁତା - ବର ବନ୍ଦେ ଅମନ୍ଦ ବିକଳେ ହେ ।୨୩।ଭୟାନକ ଭବ ଅହି ସୁଖେ ପଡ଼ିଛି ତ ମୁହିଁ, ଭବ୍ୟ କଥା ଲୋଡ଼ିଲେ କେ ଦେବ ।ଭରଜିଲେ ଭଲେ ଏହା ଭ୍ରମରୁ ହେ ରମାନାହା, ଭଲ ଲୋଡ଼େ ନ ଲୋଡ଼ି ଲାଘବ ହେ, ମହାବାହୁ ।ଭରସା ଏତିକି ଥାଏ ମୋର, ଭର୍ତ୍ତା ଯେଣୁ ତୁମ୍ଭେ ବଳିଆର, ଭୁରୁଭଙ୍ଗ ମାତ୍ରକରେ,ଭସାଇଲ ରତ୍ନାକରେ, ମହୋନ୍ନତ ବହୁତ ଭୂଧର ହେ ।୨୪।ମହାମହିମ ହେ ମଣି, ମଉଳି ଗର୍ଭକମଣି ମହୋନ୍ନତ ମହୀଧର ସିନା ।ମନାସି ତୁମ୍ଭର ଯଶ, ପଙ୍ଗୁ ଲଂଘିଛି ନିମିଷ, ମାତ୍ରକେ ତାହାକୁ ଶ୍ରମ ବିନା ହେ, ମହାବାହୁ ।ମଜ୍ଜିଥିବା ନିଗମକୁ ଛାଣି, ମଲା ଗୁରୁତନୟଙ୍କୁ ଆଣି, ମହରାଦି ଲୋକେ ଦର,ମଲ୍ଲୀମାଳା ମନୋହର, କୀର୍ତ୍ତିରେ ମଣ୍ଡିଲ ଯଦୁମଣି ହେ ।୨୫।ଯମଙ୍କ କିଙ୍କରେ ମନ୍ତୁ - ମନ୍ତ ହେବା ଯେଉଁ ଜନ୍ତୁମାନଙ୍କୁ ଯାତନ ଦେଉଥାନ୍ତି ।ଯାଗ ଭାଗ ଭୁଞ୍ଜିବାକୁ, ଯୋଗ୍ୟ କରାଅ ତାହାଙ୍କୁ, ଯଶୋଦାଙ୍କ ଯବିଷ୍ଠ ସନ୍ତତି ହେ, ମହାବାହୁ ।ଯଦୃଚ୍ଛା ବିଳାସବିଚକ୍ଷଣ, ଯତ୍ନ କଲେ ନ ମିଳ ଆପଣ, ଯାବତ ଘଟରେ ବହି -ରତ୍ନରେ ସନ୍ତତ ରହି, କରୁଛ କି ଇଚ୍ଛା ତୁମ୍ଭେ ଜାଣ ହେ ।୨୬।ରତ୍ନାକର ଯା ମନ୍ଦିର, ରମା ରମଣୀ ଯାହାର, ଯାହାର କୌସ୍ତୁଭ ମଣିବର ।ରଥ ସୁତବିନତାର, ରଥଚରଣ ହତ୍ୟାର, ରୁଦ୍ରଦେବ ପରା ପରିବାର ହେ, ମହାବାହୁ ।ରସାଚରମରେ ପଡ଼ି ପଡ଼ି, ରହିଛି ସନ୍ତତ କର ଯୋଡ଼ି, ରଙ୍କ ଗୁହାରୀ - ଭାରତୀ,ରତ୍ନକୁଣ୍ଡଳିଆ ଶ୍ରୁତି, ରନ୍ଧ୍ରପାଶେ ଥରେ ଯାଉ ପଡ଼ି ହେ ।୨୭।ଲାଗିକାଳେ ଏ ମକର – କୁଣ୍ଡଳ ଯୁଗଳ ମୋର ଦୁଃଖ ଜଣାଇବେ ବୋଲି ଚିନ୍ତି ।ଲଗାଇ ରସାରେ ଶିର, ଲକ୍ଷ ଲକ୍ଷ ନମସ୍କାର, ଲାଞ୍ଛ ଦେଇ କରୁଥାଏ ସ୍ତୁତି ହେ, ମହାବାହୁ ।ଲଦିହୋଇ ଏତେ ରତ୍ନଗଣ, ଲାଗିଲେ କାହିଁକି ମୋର ଋଣ, ଲଭି ଶ୍ରୁତି ପାଶେ ଘର,ଲଗଡ଼ କି ଲାଟସାର ଲୋକରେ ଲୁଳିତ ଲୁବ୍ଧଗୁଣ ହେ ।୨୮।ବଡ଼ ମୃଦୁଳ ଏ ବନମାଳା ବୋଲି ପ୍ରତିଦିନ, ବନ୍ଦୀ କରୁଥାଏ ବିଜ୍ଞାପନ ।ବିଶେଷେ ତାହାଙ୍କ ସଙ୍ଗ, କରି ଆସୁଥିବା ଭୃଙ୍ଗ, ପଛେ ଗୋଡ଼ାଇବାକୁ ମୋର ମନ ହେ,ମହାବାହୁ । ବରଜ ବନିକା ଯାକ ବୁଲି, ବୁଝୁଥାଏଁ ଦେଖି ପ୍ରତି ବଲ୍ଲୀ, ବଇଜୟନ୍ତୀ ବଲ୍ଲରୀ,ବକ୍ଷରେ ଯେ ଥିଲେ ଶିରୀ, ଛାମୁରେ କି ପଡ଼ିଥିଲି ବୋଲି ହେ ।୨୯।ଶରାବ୍ଧି ବେଳାକୁ ବଳି, ଅଦ୍ୟାପି ନାହାନ୍ତି କଳି, କାଳେହେଁ ନିତ୍ୟ ମୁଁ ଲଭି ରତି ।ଶଶି କୁରଙ୍ଗକୁ ଶେଷ, ଧରାକୁ ଶଙ୍କର ବିଷ କଳଙ୍କ ପରାୟେ ବହିଛନ୍ତି, ହେ ମହାବାହୁ ।ଶରଣ ବୋଲିବା ଡାକପଣେ, ଶରଣାର୍ଥୀ ଜନ ତତେ କିଣେ, ଶତ୍ରୁ ହେଲେ ସେ ମୋହର,ବୋଲି ତ ହୁକୁମ କର, ପ୍ରତିପାଳୁ ନାହିଁ ଏବେ କେଣେ ହେ ।୩୦।ଷୋଡ଼ଶ ସହସ୍ର ବ୍ରଜସରୋରୁହାକ୍ଷୀ-ସମାଜ ଘେନି ସୁରସୁତା ତାର କୁଞ୍ଜେ ।ଷଡ଼ାସ୍ୟଜନକାହିତ ସଙ୍ଗର ପ୍ରସଙ୍ଗେ ମତ୍ତ, ହୋଇ ପ୍ରଫୁଲ୍ଲିତ ପୁଷ୍ପକୁଞ୍ଜେ ହେ, ମହାବାହୁ ।ଷଡ଼ଙ୍ଘ୍ରି ରଚିଲା ପରି କେଳି, ଷଡ଼ାହିତ ନିରସନଶାଳୀ, ଷଡ଼ଅଙ୍ଗୀ ଶ୍ରୁତିମାନେ,ସ୍ତୁତି କଲେ ଅବସାନେ, ନ ଲାଗିଲା ଅପବାଦ ଧୂଳି ହେ ।୩୧।ସବୁ ସଂସାରି – ସଦନୁ, ସମସ୍ତ ଜନ ବଦନୁ, ଶୁଣିଅଛି ସତ ଅବା ମିଛ ।ସହସ୍ର ସଂଖ୍ୟକ ଅପ-ରାଧ କଲେ ହେଲେ ମାଫ, କରି ପ୍ରସନ୍ନକୁ ରଖୁ ଅଛ ହେ, ମହାବାହୁ ।ସେ ସକାଶୁଁ ମୋର ଏ ସାହସ, ସଙ୍କୋଚକୁ ମନେ ନାହିଁ ତ୍ରାସ,ସରସ ସକଳ ସୁର, ସାମନ୍ତମାନଙ୍କ ସାର ସଂରଜସେବକ ସମୁଲ୍ଲାସ ହେ ।୩୨।ହରିହୟ ବିଭୂତିକି, ହଂସରଥାଧିକୃତିକି, ହଟି ରଟୁ ନାହିଁ ମୁଁ ସମ୍ମୁଖେ ।ହର୍ମ୍ୟତଳେ ଥିବାଯାକେ, ହାସ୍ୟାସ୍ପଦ ନୋହି ଲୋକେ, ହରିନେବି କାଳ କିଛି ସୁଖେ ହେ,ମହାବାହୁ । ହଇରାଣ ନୋହି କ୍ଳେଶଜାଳେ, ହରେ ହରେ ବୋଲି ଅନ୍ତଃକାଳେ,ହସି ହସି ଯିବି ହରିଦଶ୍ୱ ସୁତଙ୍କ ନଗରୀ, ସୀମା ମାତ୍ର ନ ଦେଖିବି ଡୋଳେ ହେ ।୩୩।କ୍ଷିତିକି ବହିବା ଅହି, କ୍ଷମ ନୋହିବାରୁ କହି, ନ ପାରନ୍ତି ଯାହାଙ୍କ ପୁରତେ ।କ୍ଷମା ପୀୟୂଷ ସମୁଦ୍ର, ହେବାର ମୁଁ ଅତି କ୍ଷୁଦ୍ର, ଶ୍ରୀଛାମୁରେ ଜଣାଇଲି ଏତେ ହେ, ମହାବାହୁ ।କ୍ଷମ ଅପରାଧ ଏ ତ ନୁହେ, କ୍ଷମାଧିପବାନାଧିବାସ ହେ, କ୍ଷମାକର ଆଜ୍ଞା ହେବ,କ୍ଷିତିସୁର ବଳଦେବ କବିରବି ରାୟଗୁରୁ କହେ ହେ ।୩୪।
୧୧। ଟୀକା - କମଳବାସିନୀ - ଲକ୍ଷ୍ମୀ, କମ୍ୱୁମଧ୍ୟପୁରୀ - ଶଙ୍ଖକ୍ଷେତ୍ର, ପାରୀନ୍ଦ୍ର - ସିଂହ, କୌଣପକୁଳ - ଅସୁରବଂଶ, କୃପଣକାମିତ କଳ୍ପବୃକ୍ଷ - ଦରିଦ୍ରଲୋକର ପ୍ରାଥନାପୂର୍ଣ୍ଣ କରିବାରେ କଳ୍ପବୃକ୍ଷ ସଦୃଶ, ଖଣ୍ଡପୁରଶୁ ବନ୍ଦନ - ଶିବଙ୍କ ପୂଜ୍ୟ, ଖମଣିମଣ୍ଡଳ - ସୂର୍ଯ୍ୟମଣ୍ଡଳ, ଖଗାଧିପଧ୍ୱଜ - ହେ ଗରୁଡ଼ଧ୍ୱଜ, କ୍ଷୀଣଜନ - ତପସ୍ୱୀ, ଖରମୟୂଖପୁତ୍ର - ସୂର୍ଯ୍ୟପୁତ୍ର ଯମ, ଚରକର - ଦୂତ ହାତରେ ଧରିଥିବା, କରପତ୍ର - କରତ, ଦର - ଭୟ, ଗୋତ୍ରଅମିତ୍ର - ଇନ୍ଦ୍ର, ଉପଦାପ - ଅମଙ୍ଗଳ, କରଜ - ନଖ, ନାଗନାଥ - ଗଜରାଜ, ନକ୍ର - କୁମ୍ଭୀର, ଅକ୍ଷଖେଳ - ପଶାଖେଳ, ନାଗାରି - ଗରୁଡ଼, ବନ୍ଧୁକ ପ୍ରକର - ବଧୁଲି ଫୁଲର ରକ୍ତବର୍ଣ୍ଣ ସ୍ତବକ, ତାର୍କ୍ଷ୍ୟକେତନ - ଗରୁଡ଼ଧ୍ୱଜ, ଚିରନ୍ତନ - ପୁରୁଣା, ଚିରାଳ - ପତାକା, ଛଦନଶାଳା - ପତ୍ରକୁଡ଼ିଆ, ସୁରାମିତ୍ର - ଦେବଶତ୍ରୁ ରାବଣ, ମାର୍ଗଣ - ବାଣ, ଛାୟାନାଥ - ସୂର୍ଯ୍ୟ, ଜଳଜଚରଣେ - ପଦ୍ମପାଦରେ, ଅପଘନ - ଶରୀର, ଜଠର - ଉଦର, ଗର୍ଭ; ଜମ୍ବାଳ - ପଙ୍କ, ଝଷ - ମାଛ, ନିରୟ - ନରକ, କୃକ - କୃକଲାସ (?) ଏଣ୍ଡୁଅ, ନାକନିତମ୍ବିନୀ - ସ୍ୱର୍ଗନାରୀ, ପ୍ରସୂନ - ଫୁଲ, ପୀନ - ସ୍ଥୂଳ, ମୋଟା; ବାହୁବୃନ୍ଦାରକମହୀରୁହ - ବାହୁରୂପ ସୁବୃହତ୍ ବୃକ୍ଷ, ଅନାତପ - ଛାୟା, ଟାଳି ଦେଲେ - ଦୂର କରିଦେଲେ, ଏଡ଼ି ଦେଲେ; ଟମକ - ନାଗରାବାଦ୍ୟ, ପିଷ୍ଟପେ - ଜଗତରେ, ଠଣାଦାର - ପ୍ରହରୀ, ପହରାବାଲା; ଠଣା - ସ୍ଥାନ, ବରାଟକୀ - କଉଡ଼ି, ମନ୍ଦାକିନୀହ୍ରଦୋଦକ ପୂରେ - ଗଙ୍ଗନଦୀର ଜଳପ୍ରବାହରେ, ଡିମ୍ବ - ଶିଶୁ, ଅଜ୍ଞ; ମାପ୍ - କ୍ଷମା, ଢାଳେ - ଥରେ, ଅଘବିଧ୍ୱଂସନ - ପାପନାଶକ, ଅଘ - ପାପ, କିଙ୍କର - ଚାକର, ତାପାର୍ତ୍ତି - ଦୁଃଖକର, ତପନୀୟ ଗିରିତଳେ - ସୁମେରୁ ପର୍ବତତଳରେ ଅର୍ଥାତ୍ ପୃଥିବୀ ମଧ୍ୟରେ; ବିଭୂତି - ଐଶ୍ୱର୍ଯ୍ୟ, ତସ୍କର - ବନିଲେ - ଚୋର ହୋଇଗଲେ; ପ୍ରଜାପତି - ବ୍ରହ୍ମା, ତର୍ଣ୍ଣକ ଶିଶୁ - ବାଛୁରୀ, ମଞ୍ଜୁଷ - ପେଡ଼ି, ଗଣ୍ଠି - ଧନ, ବୈକୁଣ୍ଠକଣ୍ଠୀରବ - ବୈକୁଣ୍ଠର ସିଂହ ସ୍ୱରୂପ, ବୈକୁଣ୍ଠର ଅଧିପତି; ଥାପି - ଶାନ୍ତି, ଦନ୍ଦଶୂକ - ସର୍ପ, ଦନ୍ଦଶୂକଦଷ୍ଟହୃଦନ୍ତର ଲୋକ - ଯେଉଁ ଲୋକର ହୃଦୟରେ ସର୍ପଦଂଶନ କରିଅଛି । ଜାଙ୍ଗଳିକପୁରନ୍ଦର - ଶ୍ରେଷ୍ଠଗୁଣିଆ, ଆଶ୍ଳେଷ - ଆଲିଙ୍ଗନ; ଦ୍ରବିଣବନ୍ତ - ଧନବନ୍ତ, ବିତ୍ତ - ଧନ, ଧାତାପୁତ୍ରମୁନି - ଦେବର୍ଷି ନାରଦ, ଧନାଧିନାଥଙ୍କସୁତେ - ନଳକୁବେର ଓ ମଣିଗ୍ରୀବ ଦୁଇଭାଇ, ଧଡ଼ିଶେଷୁଁ - କାନିପଣତରୁ, ନଜର - ଭେଟି, ଭୂସୁର - ବ୍ରାହ୍ମଣ, ନଳିନ - ପଦ୍ମ, ଉଲ୍ଲାସଶ୍ରୀ - ଆନନ୍ଦପୂର୍ଣ୍ଣଶୋଭା, ମିହିରମୟୂଖ - ସୂର୍ଯ୍ୟକିରଣ, ପ୍ରପନ୍ନ - ଶରଣାଗତ, ପଦପଙ୍କେରୂହ - ପାଦପଦ୍ମ, ପ୍ରପଞ୍ଚମଣ୍ଡଳ - ଧରାମଣ୍ଡଳ, ରଙ୍କୁ - ଦରିଦ୍ର ଅପେକ୍ଷା, ଫନ୍ଦାଇବା - ଯୋଡ଼ିଦେବା, ଯୁକ୍ତ କରିବା, ଫୁଟୁଥିଲା - କ୍ଳାନ୍ତ ହୋଇପଡ଼ୁଥିଲା, ବର୍ହଚୂଡ଼ାବତଂସ - ମୟୂରଚନ୍ଦ୍ରକ ମସ୍ତକଭୂଷଣ ଯାହାଙ୍କର, ବଳଦେବ ବଳାହିତାବରଜ - ବଳରାମ ଓ ଇନ୍ଦ୍ରଙ୍କ ସାନଭାଇ (ସଂ) ସିନ୍ଧୁସୂତାବର - ଲକ୍ଷ୍ମୀଧବ, ଅମନ୍ଦବିକଳେ - ଅତି ଦୁଃଖରେ, ଭବଅହି - ସଂସାରରୂପସର୍ପ, ଭବ୍ୟକଥା - ସୌଭାଗ୍ୟକଥା, ମଣି-ମଉଳିଗର୍ଭକ - ଯାହାର ଗର୍ଭ ଓ ମସ୍ତକରେ ମଣିପୂର୍ଣ୍ଣ, ମଣି - ମନେକରି, ମହୀଧର - ପର୍ବତ, ନିଗମ - ବେଦ, ମହରାଦି ଲୋକେ - ଭୂଃ, ଭୂବଃ, ସ୍ୱଃ, ମହଃ ପ୍ରଭୃତି ଲୋକରେ, ମନ୍ତୁମନ୍ତ - ପାପୀ, ଯବିଷ୍ଠ - ସଭାସାନ, ରତ୍ନାକର - ସମୁଦ୍ର, ରମା - ଲକ୍ଷ୍ମୀ, ବିନତାର ସୁତ ରଥ - ଗରୁଡ଼ ଯାହାଙ୍କ ବାହନ, ରଥଚରଣ - ଚକ୍ର, ହତ୍ୟାର - ହତିଆର, ଆୟୁଧ; ରସା ଚରମରେ - ପୃଥିବୀ ଉପରେ, ଲଗଡ଼ - ସୁନ୍ଦର, ଲାଟସାର - ଉତ୍କୃଷ୍ଟ, ପିନ୍ଧାଲୁଗା; ବରଜ ବନିକା - ବଜ୍ରପୁରର ବନଦେଶ, ପ୍ରତିବଲ୍ଲୀ - ପ୍ରତ୍ୟେକ ଲତା, ଶରାବ୍ଧି - ଜଳଧି, ସମୁଦ୍ର; ବେଳା - ସମୁଦ୍ର କୂଳ, ସରୋରୁହାକ୍ଷୀସମାଜ - ପଦ୍ମନେତ୍ରା ସ୍ତ୍ରୀ ସମୂହ, ସୁରସୁତା - ଯମୁନା, ଷଡ଼ାସ୍ୟଜନକାହିତ - ଶିବଶତ୍ରୁ କନ୍ଦର୍ପ, ସଙ୍ଗର ପ୍ରସଙ୍ଗେ - ଯୁଦ୍ଧ ବ୍ୟାପାରରେ, ଷଡ଼ଙ୍ଘ୍ରୀ - ଭ୍ରମର, ଷଡ଼ାହିତନିରସନଶାଳୀ - କାମ କ୍ରୋଧାଦି ଷଡ଼୍ରିପୁଙ୍କୁ ଯେ ନିରାକରଣ କରିପାରନ୍ତି, ଷଡ଼ଙ୍ଗୀଶ୍ରୁତି - ଶିକ୍ଷା କଳ୍ପ ବ୍ୟାକରଣ ପ୍ରଭୃତି ଷଡ଼ଙ୍ଗଯୁକ୍ତ ବେଦମାନେ, ହରିହୟବିଭୂତି - ଇନ୍ଦ୍ରସଂପତ୍ତି, ହଂସରଥାଧିକୃତି - ବ୍ରହ୍ମାଙ୍କ ଅଧିକାର, ହରିଦଶ୍ୱସୁତଙ୍କ ନଗରୀ - ଯମପୁରୀ, କ୍ଷିତିବହିବା ଅହି - ଶେଷଦେବ, ଅନନ୍ତ ।