ବାଳ ରାମାୟଣ — ମଧୁସୂଦନ ରାଓ · ସ୍ୱର୍ଣ୍ଣଲିପିବାଳକାଣ୍ଡ
ପ୍ରଥମ ଅଧ୍ୟାୟ
ସରଯୂ ନଦୀର କୂଳେ ଅଯୋଧ୍ୟା ନଗରସୂର୍ଯ୍ୟବଂଶ ରାଜଧାନୀ ଅତି ମନୋହର ।ଇନ୍ଦ୍ରର ଅମରାବତୀ ପ୍ରାୟେ ସେ ନଗରୀତୋଳାଇଲେ ମନୁ ରାଜା ନିଜେ ଇନ୍ଦ୍ର ସରି ।ଚାରିଆଡ଼େ ଗଡ଼ଖାଇ ପରିପୂର୍ଣ୍ଣ ଜଳେଅଯୋଧ୍ୟା ସମାନ ଦୁର୍ଗ କାହିଁ ଭୂମଣ୍ଡଳେ ?ବଡ଼ ବଡ଼ ରାଜଦାଣ୍ଡ ଚୌଦିଗେ ଶୋଭିତବିକାକିଣା ଚହଳରେ ସର୍ବଦା ପୂରିତ ।କେତେଆଡ଼େ କେତେ ଉପବନ କେତେ ତୋଟାଅସ୍ତ୍ରଶସ୍ତ୍ର-ଗୃହ ପୁଣି ବଡ଼ ବଡ଼ କୋଠା ।କେତେ କେତେ ଦେବାଳୟ କେତେ ପାଠଶାଳାସୁବର୍ଣ୍ଣମଣ୍ଡିତ ରାଜ-ପ୍ରାସାଦର ମାଳା ।ବିବିଧ ବର୍ଣ୍ଣର ବାନା ଉଡ଼େ ଶତ ଶତରଥ ଅଶ୍ୱ ଗଜେ ସଦା ପରିପୂର୍ଣ୍ଣ ପଥ ।ବେଣୁ ବୀଣା କରତାଳ ମୃଦଙ୍ଗ ମାଦଳ-ଶବଦେ ଉତ୍ସବମୟ ଗୃହ ସପ୍ତତଳ ।ଧର୍ମସଭା ରାଜସଭା ମଣ୍ଡପେ ମଣ୍ଡିତଧନଧାନ୍ୟେ ପରିପୂର୍ଣ୍ଣ ପୁରୀ ବିରାଜିତଧାର୍ମିକ ସୁଜନ ସର୍ବେ ପୁରବାସୀ ଜନେସାଧୁ ସାଧ୍ୱୀ ନରନାରୀ ଅଯୋଧ୍ୟା ଭୁବନେ ।ସତ୍ୟବାଦୀ ଜିତେନ୍ଦ୍ରିୟ ପର ଉପକାରୀକର୍ତ୍ତବ୍ୟପାଳନେ ରତ ସଦା ଶୁଦ୍ଧାଚାରୀ ।ଦେବଭକ୍ତ ରାଜଭକ୍ତ ଧର୍ମପରାୟଣଧନ୍ୟଧାନ୍ୟବନ୍ତ ସୁଖୀ ଥିଲେ ସର୍ବଜନବୀରବୃନ୍ଦେ ପୂର୍ଣ୍ଣ ଥିଲା ଅଯୋଧ୍ୟା ନଗର,ସିଂହଗଣେ ପୂର୍ଣ୍ଣ ଯଥା ନଗେନ୍ଦ୍ର କନ୍ଦର ।ପୂର୍ବେ ତହିଁ ଥିଲେ ରାଜା ଇକ୍ଷ୍ୱାକୁ ନୃପତିସୂର୍ଯ୍ୟପ୍ରାୟେ ତେଜାବନ୍ତ ଜ୍ଞାନେ ବୃହସ୍ପତ୍ତି ।ତାଙ୍କ କୁଳେ ଜନମିଲେ ରଘୁ ବୀରମଣିଭୁଜବଳେ ଜିଣିଲେ ସେ ନିଖିଳ ଧରଣୀ ।ଅଜ ନାମେ ମହୀପତି ରଘୁଙ୍କ କୁମରଅରଜିଲେ ମହାଯଶ ଜଗତ ମଧ୍ୟର ।ଅଜପୁତ୍ର ସୁବିଖ୍ୟାତ ରାଜା ଦଶରଥପ୍ରଜାହିତେ ରତ ସଦା ଧରି ଧର୍ମପଥ ।ପ୍ରତାପେ ତପନସମ ନାଶି ଶତ୍ରୁଗଣସସାଗରା ବସୁନ୍ଧରା ଜିଣିଲେ ରାଜନ ।ତାହାଙ୍କର ଥିଲେ ତିନି ରାଣୀ ସାଧ୍ୱୀ ସତୀପରମା ସୁନ୍ଦରୀ ସର୍ବେ ନାନା ଗୁଣବତୀ ।କୌଶଲ୍ୟା ଯେ ବଡ଼ ରାଣୀ ମହାପୁଣ୍ୟମୟୀ,ତାଙ୍କ ତଳେ ଦୁଇ ରାଣୀ ସୁମିତ୍ରା କୈକେୟୀ ।ଅପୁତ୍ରିକ ଥିଲେ ରାଜା ବହୁକାଳଯାଏତେଣୁ ଭାଳୁଥିଲେ ନିତି କେମନ୍ତ ଉପାୟେ ।ଲଭିବି ମୁଁ ପୁତ୍ରରତ୍ନ, ଯିବ ମୋର ଦୁଃଖ,ଆନନ୍ଦେ ଦେଖିବି କେବେ ତନୟର ମୁଖ ।
ସମ୍ବନ୍ଧିତ ରଚନା
ରାଧାନାଥ ରାୟ
ଚିନ୍ତାମଣି ମହାନ୍ତି
ସତେ କି ରଘୁର କୁଳ ରହିବ ଜଗତେ
ପୂରାଇବେ ବିହି ଆହା ମୋର ମନୋରଥେ ।
ବଶିଷ୍ଠ ନାମରେ ଋଷି ରାଜପୁରୋହିତ
ରାଜାଙ୍କର ମନ ଦୁଃଖ ବୁଝିଣ ତୁରିତ ।
ବୋଇଲେ, ‘‘କର ହେ ନୃପ ଯଜ୍ଞ ଆୟୋଜନ
ରାଣୀଙ୍କ ସଙ୍ଗତେ କର ଧର୍ମ ଆଚରଣ ।’’
ତେଣୁ ଆରମ୍ଭିଲେ ଯଜ୍ଞ ଅଜଙ୍କ ନନ୍ଦନ
ନିମନ୍ତ୍ରିଣ ଗୁରୁ ପୁରୋହିତ ଋଷିଗଣ ।
ଯଥାକାଳେ ତିନି ରାଣୀ ହେଲେ ଗର୍ଭବତୀ
ତାହା ଜାଣି ଦଶରଥ ହରଷିତ ଅତି ।
କୌଶଲ୍ୟା ଗର୍ଭରୁ ଜାତ ଦୂର୍ବାଦଳଶ୍ୟାମ
ଜ୍ୟେଷ୍ଠ ପୁତ୍ର ତେଜୋମୟ ସର୍ବଗୁଣଧାମ
ଅଭିରାମ ଦେହକାନ୍ତି ଦେଖି ତନୟର
ରାମ ନାମ ଦେଲେ ତାଙ୍କୁ ଆନନ୍ଦେ ପିଅର ।
ଯେଉଁ ରାମ ନାମ ଆହା ଲୋକେ ଘରେ ଘରେ
ଆଜିଯାଏ ଗାଉଛନ୍ତି ମହା ଆନନ୍ଦରେ ।
ତାଙ୍କ ତଳେ ଜମିଗଲେ କୈକେୟୀ ନନ୍ଦନ
ଭରତ ନାମରେ ଖ୍ୟାତ ଧର୍ମପରାୟଣ ।
ସୁମିତ୍ରା ଉଦରୁ ଜାତ ହେଲେ ବେନି ବୀର
ଲକ୍ଷ୍ମଣ ଶତ୍ରୁଘ୍ନ ଦୁହେଁ ସୁମତି ସୁଧୀର ।
ଦିନୁଦିନ ଶୁକ୍ଳପକ୍ଷ-ଚନ୍ଦ୍ରମା ଯେସନ
ରୂପେ ଗୁଣେ ଚାରି ପୁତ୍ର ବଢ଼ିଲେ ତେସନ ।
ଶିଖିଲେ ସହଜେ ସର୍ବେ ଅଳପ ବୟସେ
ଶସ୍ତ୍ରବିଦ୍ୟା ଶାସ୍ତ୍ରବିଦ୍ୟା ପରମ ହରଷେ ।
ମହାତେଜୋବନ୍ତ ବୀର ସର୍ବଗୁଣାକର
ହେଲେ ଦଶରଥଙ୍କର ସେ ଚାରି କୁମର ।
ଚାରି ଭାଇ ପରସ୍ପରେ ସ୍ନେହୀ ଅନୁକ୍ଷଣ,
ସର୍ବଗୁଣେ ଶ୍ରେଷ୍ଠ ହେଲେ କୌଶଲ୍ୟାନନ୍ଦନ ।
ଇତି ଶ୍ରୀ ବାଳରାମାୟଣେ ବାଳକାଣ୍ଡେ ‘ରାମଜନ୍ମ’
ନାମ ପ୍ରଥମ ଅଧ୍ୟାୟ ।
ଦ୍ୱିତୀୟ ଅଧ୍ୟାୟ
ଏଥୁଅନ୍ତେ ଦିନକରେ କୁଶିକନନ୍ଦନମହାମୁନି ବିଶ୍ୱାମିତ୍ର ଧର୍ମପରାୟଣ ।ବହନ ମିଳିଲେ ଦଶରଥ ରାଜଦ୍ୱାରେପୂଜିଲେ ତାହାଙ୍କୁ ରାଜା ଭକ୍ତି ଉପଚାରେ ।ପୁଚ୍ଛିଣ କୁଶଳ ବାର୍ତ୍ତା ବୋଇଲେ କୌଶିକ,‘‘ମାଗୁଣି ତୁମ୍ଭରିଠାରେ ଅଛି ମୋର ଏକ ।ଯାଗ ଅନୁଷ୍ଠାନେ ମୁହିଁ ହୋଇଅଛି ବ୍ରତୀ,ଯଜ୍ଞ ବିଘ୍ନ କରୁଛନ୍ତି ରାକ୍ଷସ ଦୁର୍ମତି ।ମାରୀଚ ସୁବାହୁ ନାମେ ଦୁଷ୍ଟ ନିଶାଚରେରକ୍ତ ମାଂସ ଫିଙ୍ଗି ନଷ୍ଟ କରନ୍ତି ଅଧ୍ୱରେ ।ରାକ୍ଷସ ବିନାଶ ପାଇଁ ଶ୍ରୀରାମ ଲକ୍ଷ୍ମଣେଦିଅ ମୋତେ ମହାରାଜ ସୁପ୍ରସନ୍ନମନେ ।’’ମୁନିଙ୍କ ପ୍ରାର୍ଥନା ଶୁଣି ଦଶରଥ କ୍ଷଣେହୋଇଲେ ଆକୁଳ ଯେହ୍ନେ ସମୁଦ୍ର ପବନେ ।ପୁଣି ଧୈର୍ଯ୍ୟ ଧରି ନରପତି ପରକ୍ଷଣେଅର୍ପିଲେ ମୁନିଙ୍କ ହସ୍ତେ ଯୁଗଳ ନନ୍ଦନେ ।ପିତାମାତାଙ୍କର ପାଦ ବନ୍ଦି ଭକ୍ତିଭରେବାହାରିଲେ ଦୁଇ ଭାଇ ଧନୁ ଧରି କରେ ।ପୁଣ୍ୟ ଯଶ ଲଭ ଦୁହେଁ ବୀର ପୁତ୍ରମଣିବୋଲିଣ ଆଶିଷ କଲେ ଜନକ-ଜନନୀ ।ନୃପଙ୍କୁ ସମ୍ଭାଷି ଘେନି ଶ୍ରୀରାମ ଲକ୍ଷ୍ମଣେଚଳିଲେ କୁଶିକସୁତ ଆନନ୍ଦିତ ମନେ ।ଆଗେ ଆଗେ ବିଶ୍ୱାମିତ୍ର କରନ୍ତି ଗମନ,ତହିଁ ପଛେ ରାମଚନ୍ଦ୍ର ରାଜୀବଲୋଚନ ।ତା ପଛେ ଲକ୍ଷ୍ମଣ ଧନୁ ଖଡ଼୍ଗ ଧରି କରେ,ଯାଉଛନ୍ତି ବେନି ଭାଇ ପ୍ରଫୁଲ୍ଲ ଅନ୍ତରେ ।ଅର୍ଦ୍ଧ-ଯୂଣ ପଥ ଯାଇ ସରଯୂର ତୀରେପହଞ୍ଚିଲେ ବିଶ୍ୱାମିତ୍ର ସଙ୍ଗେ ବାଳବୀରେ ।ରାମ-ଲକ୍ଷ୍ମଣଙ୍କୁ ସ୍ନେହେ ରାଇ ମୁନିବରବୋଲନ୍ତି ଏ ପୁଣ୍ୟ ଜଳେ ଆଚମନ କର ।ଆସିଲାଣି ସାୟଂକାଳ ସନ୍ଧ୍ୟା ଜପ କରିଆନନ୍ଦେ ଏଠାରେ ଆଜି ଯାପ ହେ ଶର୍ବରୀ ।ଆନନ୍ଦିତ ମୁନିଙ୍କର ସ୍ନେହ-ସମ୍ଭାଷଣେଯାପିଲେ ରଜନୀ ଦୁହେଁ ତୃଣର ଶୟନେ ।ପାହିଲା ଶର୍ବରୀ ଯହୁଁ, ମହାମୁନିଙ୍କରଆଦେଶେ ସରଯୂନୀରେ ବେନି ବୀରବର ।ସ୍ନାନ ସାରି ଜପ କରି ସୁପବିତ୍ର ମନେ,ପ୍ରଣମିଲେ ଭକ୍ତିଭରେ ମୁନିଙ୍କ ଚଣଣେ ।ତହୁଁ ଯାତ୍ରା କରି ଦୁହେଁ ମୁନି ସଙ୍ଗତରେ,ସାୟଂକାଳେ ମିଳିଲେ ସେ ଏକ ଆଶ୍ରମରେ ।ଗଙ୍ଗା-ସରଯୂର ଯହିଁ ପବିତ୍ର ସଙ୍ଗମ,ସେହି ସ୍ଥଳେ ବିରାଜିତ ସୁନ୍ଦର ଆଶ୍ରମ ।ବହୁ ପୁଣ୍ୟବନ୍ତ ଋଷି ସେ ପୁଣ୍ୟ ଆଶ୍ରମେ,ଦେଖିଲେ ସେ ବେନିଭାଇ ଆନନ୍ଦିତ ମନେ ।ଋଷିଗଣ ବିଶ୍ୱାମିତ୍ରେ ବେନି ବାଳବୀରେ,ଅତିଥିସତ୍କାର କଲେ ଉଚିତ ବିଧିରେ ।ନିର୍ମଳ ପ୍ରଭାତକାଳେ ନିତ୍ୟକର୍ମ ସାରି,କୌଶିକ ସଙ୍ଗତେ ଦୁହେଁ ଆଶ୍ରମୁ ବାହାରି ।ଆଶ୍ରମର ମୁନିଗଣେ ବନ୍ଦି ଭକ୍ତିଭରେ,ପହଞ୍ଚିଲେ କିଛିକ୍ଷଣେ ନଦୀର ତଟରେ ।ସେହିଠାରେ ନାବେ ପାରିହେଲେ ସସମ୍ଭ୍ରମେ,ସାଗରଗାମିନୀ ଗଙ୍ଗା-ସରଯୂ ସଙ୍ଗମେ ।ସେ ସଙ୍ଗମ ପାରିହେଲାବେଳେ ବିଶ୍ୱାମିତ୍ରବୋଇଲେ ଦେଖ ହେ ନଦୀ-ସଙ୍ଗମ ପବିତ୍ର ।କୈଳାସ ପର୍ବତେ ଅଛି ମହାସରୋବର‘ମାନସ’ ନାମରେ ଖ୍ୟାତ ନିର୍ମଳ ସୁନ୍ଦର ।ସରଯୂ ସେ ସରୋବରୁ ଆସୁଅଛି ବହି,ଏହିଠାରେ ଭାଗୀରଥୀ ସଙ୍ଗତେ ମିଳଇ ।ଦୁଇ ନଦୀ ମିଳନେ କି ନିନାଦ ଗମ୍ଭୀରଉଠୁଅଛି ଶୁଣ ଶୁଣ ହେ ରଘୁପ୍ରବର ।ଏହିପରି କେତେ ନଦୀ ପର୍ବତ କାନନଦେଖାଇଣ ବିଶ୍ୱାମିତ୍ର ମହାତପୋଧନ ।କେତେ ଇତିହାସ କଥା ବଖାଣିଲେ ମୁନି,ମହାସୁଖୀ ହେଲେ ଦୁଇ ଭାଇ ତାହା ଶୁଣି ।ଏଥୁଅନ୍ତେ ପ୍ରବେଶିଲେ ଏକ ଘୋର ବନେପରିପୂର୍ଣ୍ଣ ସିଂହ ବ୍ୟାଘ୍ର ଆଦି ପଶୁଗଣେ ।ବୋଲନ୍ତି କୌଶିକ ମୁନି, ‘‘ଏ ବନ ଭିତରେଅଛଇ ରାକ୍ଷସୀ ଏକ ତାଡ଼କା ନାମରେ ।ମହାଭୟଙ୍କରୀ ସେହି,ଉପଦ୍ରବେ ତାରଏ ସମସ୍ତ ଦେଶ ଆହା ହେଲା ଛାରଖାର ।ନରମାଂସ ଖାଏ ସେହି ନବବୃନ୍ଦେ ବଧି,ନାହିଁ ସେ ଦୁଷ୍ଟାର ପାପକର୍ମର ଅବଧି ।ରହ ସାବଧାନ, ଗୁଣ ଚଢ଼ାଇ ଧନୁରେ,ବୁଲୁଥିବ ସେ ପାମରୀ ରାକ୍ଷସୀ ଅଦୂରେ ।ନାଶି ପାମରୀର ପ୍ରାର ହର ମହୀଭାର,ଅଧର୍ମ ନୁହଇ କେଭେ ଦୁଷ୍ଟାର ସଂହାର ।’’ଏହା ଶୁଣି କଲେ ରାମ କୋଦଣ୍ଡ ଟଙ୍କାର,ସେ ମହାଶବଦେ ପୂରିଗଲା ସେ କାନ୍ତାର ।ସେ ଟଙ୍କାର ଶବ୍ଦ ଶୁଣି ହୁହୁଙ୍କାର କରିମହାରୋଷେ ଆସେ ଧାଇଁ ତାଡ଼କା ପାମରୀ ।ବିକଟ କାଳିକା ରୂପ ବିକଟ ବଦନ,ନରମୁଣ୍ଡାମାଳା ଗଳେ ଦିଶଇ ଭୀଷଣ ।ବିକଟାଳ ପାଟି ମେଲି ଗର୍ଜି କ୍ରୋଧଭରେଶ୍ରୀରାମ ଆଡ଼କୁ ଧାଇଁଆସିଲା ବେଗରେ ।ତୀକ୍ଷ୍ଣ ବାଣ ବିନ୍ଧିଲେ ଶ୍ରୀରାମ ବୀରବରତାଡ଼କା ପାଷଣ ଛାତି ଭେଦିଲା ସେ ଶର ।ରକ୍ତ ବାନ୍ତି କରି ପୁଣି ଭୂମିତଳେ ପଡ଼ିତାଡ଼କା ରାକ୍ଷସୀ ମଲା ଛାଡ଼ି ଘୋର ରଡ଼ିବିଶ୍ୱାମିତ୍ର ମୁନିବର ତାଡ଼କାନିଧନେତୁଷ୍ଟ ହୋଇ ଆଲିଙ୍ଗିଲେ କୌଶଲ୍ୟାନନ୍ଦନେ ।ପ୍ରସନ୍ନମନରେ ନାନା ଦିବ୍ୟ ଅସ୍ତ୍ରମାନ,ଶ୍ରୀରାଙ୍କୁ ମନ୍ତ୍ର ସହ କରିଲେ ପ୍ରଦାନ ।ପ୍ରୟୋଗ ସଂହାର ମନ୍ତ୍ର ଅସ୍ତ୍ରମାନଙ୍କରରାମଚନ୍ଦ୍ରେ ଶିଖାଇଲେ ମହାମୁନିବର ।ମୁନିପଦେ ଭକ୍ତିଭରେ କରିଣ ପ୍ରଣାମସେ ପବିତ୍ର ଗୁପ୍ତମନ୍ତ୍ର ଶିଖିଲେ ଶ୍ରୀରାମ ।ଇତି ଶ୍ରୀ ବାଳରାମାୟଣେ ବାଳକାଣ୍ଡେ ‘ତାଡ଼କାବଧ’ନାମ ଦ୍ୱିତୀୟ ଅଧ୍ୟାୟ ।
ତୃତୀୟ ଅଧ୍ୟାୟ
ଅବଶେଷ ବିଶ୍ୱାମିତ୍ର ନିଜ ତପୋବନେଉପନୀତ ହେଲେ ଘେନି ଶ୍ରୀରାମ-ଲକ୍ଷ୍ମଣେ ।ସିଦ୍ଧାଶ୍ରମ ନାମେ ତାଙ୍କ ଆଶ୍ରମ ବିଦିତମୃଗଗଣେ ପରିପୂର୍ଣ୍ଣ ପାଦପେ ଶୋଭିତ ।ଯଜ୍ଞ ଆରମ୍ଭିଲେ ମୁନି ଶ୍ରୀରାମ ଲକ୍ଷ୍ମଣଦିବାନିଶି ଧନୁ ଧରି ଜାଗି ଅନୁକ୍ଷଣ ।ରକ୍ଷାକଲେ ସିଦ୍ଧାଶ୍ରମେ ହୋଇ ସାବଧାନ,ନିର୍ବିଘ୍ନେ ପଞ୍ଚମ ଦିନ ହେଲା ଅବସାନ ।ଷଷ୍ଠ ଦିନେ ଆଚମ୍ବିତେ ଯଜ୍ଞବେଦିପରେପଡ଼ନ୍ତେ ରୁଧିରବିନ୍ଦୁ, ରାମ ରୋଷଭରେ ।ଅନାଇଲେ ଆକାଶକୁ, ଦେଖିଲେ ବିସ୍ମୟେପୂରିତ ଆକାଶଦେଶ ରାକ୍ଷସନିଚୟେ ।ତାଡ଼କା ରାକ୍ଷସୀ ସୁତ ମାରୀଚ ସୁବାହୁଉଭୟଙ୍କୁ ଳକ୍ଷ୍ୟକରି ରାମ ମହାବାହୁ ।ମହାବେଗେ ପ୍ରହାରିଲେ ମହାତୀକ୍ଷ୍ଣ ଶର,ସେ ଶରଶବଦେ ସ୍ତବ୍ଧ ହେଲା ଚରାଚର ।ଏକ ଶରେ ମୂର୍ଚ୍ଛା ଯାଇ ମାରୀଚ ଅସୁରପଡ଼ିଲା ଜଳରେ ଉଡ଼ିଯାଇ ବହୁ ଦୂର ।ଆକାଶରେ ସୁବାହୁର ହେଲା ପ୍ରାଣନାଶ,ରାକ୍ଷସେ ପଳାଇଗଲେ ପାଇ ଘୋର ତ୍ରାସ ।ଏସନେ ରାକ୍ଷସସୈନ୍ୟ ଯଜ୍ଞବିଘ୍ନକାରୀନାଶିଲେ ଶ୍ରୀରାମ ବୀର ଦୁଷ୍ଟଦର୍ପହାରୀ ।ନିଷ୍କଣ୍ଟଙ୍କ ହେଲା ମହୀ, ବିଘ୍ନ ଦୂରୀଭୂତ,ବିଶ୍ୱାମିତ୍ର ସମାପିଲେ ଯଜ୍ଞ ଅଦଭୁତ ।ଯଜ୍ଞ ଶେଷଯାଏ ମୁନି ଥିଲେ ମୌନବ୍ରତୀ,ଯଜ୍ଞ ଅନ୍ତେ ହୋଇଲେ ସେ ଆନନ୍ଦିତ ଅତି ।ଶ୍ରୀରାମ-ଲକ୍ଷ୍ମଣଙ୍କର ମହାବୀରପଣପ୍ରଶଂସିଲେ ପ୍ରସନ୍ନାତ୍ମା କୁଶିକନନ୍ଦନ ।ଇତି ଶ୍ରୀ ବାଳରାମାୟଣେ ବାଳକାଣ୍ଡେ ‘ବିଶ୍ୱାମିତ୍ରଯଜ୍ଞ’ନାମ ତୃତୀୟ ଅଧ୍ୟାୟ ।
ଚତୁର୍ଥ ଅଧ୍ୟାୟ
ଏଥୁଅନ୍ତେ ବିଶ୍ୱାମିତ୍ର ବୋଲନ୍ତି ବଚନ,‘‘ଶୁଣ ହେ ବିଚିତ୍ର କଥା ଶ୍ରୀରାମ-ଲକ୍ଷ୍ମଣ !ମିଥିଳାର ଅଧିପତି ଜନକ ରାଜନପୁଣ୍ୟଶୀଳ ମହାଜ୍ଞାନୀ ମହାତ୍ମା ସୁଜନ ।ମହାତେଜା ରାଜା ସେହି ପୁଣି ମହାଋଷି,ଭୁବନେ ବୋଲାନ୍ତି ତେଣୁ ଜନକ ରାଜର୍ଷି ।ଆରମ୍ଭି ଅଛନ୍ତି ଯଜ୍ଞ ସେହି ନୃପବର,ଦେଖିବା ସେ ଯଜ୍ଞ ଚାଲ ମିଥିଳା ନଗର ।ସୀତା ନାମେ ତାହାଙ୍କର ଅଛନ୍ତି ନନ୍ଦିନୀ,ରୂପେ ଗୁଣେ ନିରୁପମା ଭୁବନମୋହିନୀ ।ପ୍ରଫୁଲ୍ଲ କମଳ ଜିଣି ସୁନ୍ଦର ବଦନ,ନୀଳ କଇଁ ଜିଣି ଆହା ସୁନ୍ଦର ନୟନ ।ସୁବର୍ଣ୍ଣର ବର୍ଣ୍ଣ ଜିଣି କାନ୍ତି ଶ୍ରୀଅଙ୍ଗର,ଏ ଭୁବନେ ସେ ରୂପର କାହିଁ ପଟାନ୍ତର ?ସର୍ବଗୁଣେ ଗଣବତୀ ଜନକତନୟା,ସରଳା ସୁଶୀଳ ସୀତା ମୁର୍ତ୍ତିମତୀ ଦୟା ।ମିଥିଳାର ଅଧିପତି ଜନକ ରାଜନସୀତାଙ୍କ ବିବାହ ଲାଗି କରିଛନ୍ତି ପଣ ।‘ବିଶାଳ ଯେ ହରଧନୁ ଅଛି ମୋ ନବରେ,ସେ ଧନୁ ଭାଙ୍ଗିବ ଯେହୁ ସେହି ବୀରବରେ ।ଜାନକୀଙ୍କୁ ଆନନ୍ଦରେ କରିବି ଅର୍ପଣ’ଏ ବାରତା ବ୍ୟାପିଗଲା ନିଖିଳ ଭୁବନ ।ଆସିଲେ ଚୌଦିଗୁଁ କେତେ କେତେ ନରପାଳ,କେହି ନ ପାରିଲ ଭାଙ୍ଗି ସେ ଧନୁ ବିଶାଳ ।ଚାଲ ଚାଲ ମିଥିଳାକୁ ଆନନ୍ଦିତ ମନେ,ହରଧନୁ ପୁଣି ସୀତା ଦେଖିବେ ନୟନେ ।ଆଶିଷ କରୁଛି ଆହେ ଗୁଣଧାମ ରାମ,ସେହି ମହାଧନୁ ଭାଙ୍ଗି ହୁଅ ପୂର୍ଣ୍ଣକାମ ।’’ମୁନିଙ୍କ ବଚନ ଶୁଣି ଶ୍ରରାମ-ଲକ୍ଷ୍ମଣତାଙ୍କ ସଙ୍ଗେ ମିଥିଳାକୁ ଚଳିଲେ ବହନ ।ଲଙ୍ଘିଣ ବହୁତ ପଥ ସନ୍ଧ୍ୟାର ଆଗମେବିଶ୍ରାମ କରିଲ ସର୍ବେ ଗୌତମ ଆଶ୍ରମେ ।ଅହଲ୍ୟା ଗୌତମପତ୍ନୀ ଆହା ମହାପାପେପାଷାଣ ପରାୟେ ପଡ଼ିଥିଲେ ପତିଶାପେ ।ଦୟାର ସାଗର ରାମ ଅହଲ୍ୟା ଦୁର୍ଗତିଦେଖିଣ ହୋଇଲେ ହୃଦେ ବ୍ୟାକୁଳିତ ଅତି ।ଶ୍ରୀରାମ ଚରଣେ ଆସି ପଡ଼ିଲା ସେ ନାରୀ ,ପ୍ରବୋଧି କହିଲେ ରାମ ସର୍ବହିତକାରୀ ।ଶ୍ରୀରାମଙ୍କ ଦୟା ଦେଖି ଅହଲ୍ୟା ହୃଦୟସୁମରି ନିଜର ପାପ ସନ୍ତାପେ ଅଥୟ ।ଅଶ୍ରୁଧାରା ନୟନରୁ ବହିଲା ସଘନେ ,କେମନ୍ତେ ମୁଁ ଉଦ୍ଧରିବି, ବୋଲେ ମନେ ମନେ ।ତାହାର ସନ୍ତାପ ଅନୁତାପ ଦରଶନେବୋଇଲେ ଶ୍ରୀରାମ କୃପା-କୋମଳ ବଚନେ ।‘ତବ ପାପ କ୍ଷମାକଲେ ପ୍ରଭୁ ଅନ୍ତର୍ଯ୍ୟାମୀ,ଅଚିରେ ସେ ଦେବେ ଆଣି ତବ ପ୍ରାଣସ୍ୱାମୀ ।’’ସତେ ସତେ ସେହି ବାଣୀ ହୋଇଲା ସଫଳ,ମହାତ୍ମା ବଚନ କେଭେଁ ନୁହଇ ବିଫଳ ।ପତ୍ନୀ ତେଜି ଗଉତମ ଥିଲେ ହିମାଚଳେଅହଲ୍ୟା-ଉଦ୍ଧାର ବାର୍ତ୍ତା ଜାଣି ଯୋଗବଳେ ।ନିଜର ଆଶ୍ରମେ ଆସି ମିଳିଲେ ବହନ;ଅହଲ୍ୟା ନୟନଜଳେ ପତି ଶ୍ରୀଚରଣ ।ପଖାଳି ଭକତିରେ ରହିଲେ ଅନାଇ,ଭାଷିଲେ ଆଶିଷବାଣୀ ନିଜେ ପ୍ରାଣସାଇଁ ।ଚାହୁଁ ଚାହୁଁ ଆଚମ୍ବିତେ ଦିବ୍ୟରୂପ ଧରିତନୁ ତେଜି ସ୍ୱର୍ଗେ ଗଲେ ଅହଲ୍ୟା ସୁନ୍ଦରୀ ।ଅହଲ୍ୟା-ଉଦ୍ଧାର କଥା ମହାପୁଣ୍ୟମୟଯେ ଶୁଣଇ ପାପୁଁ ଲଭଇ ଅଭୟ ।ଇତିଶ୍ରୀ ଶ୍ରୀ ବାଳରାମାୟଣେ ବାଳକାଣ୍ଡେ‘ଅହଲ୍ୟା-ଉଦ୍ଧାର’ ନାମ ଚତୁର୍ଥ ଅଧ୍ୟାୟ ।
ପଞ୍ଚମ ଅଧ୍ୟାୟ
ଏଥୁଅନ୍ତେ ବିଶ୍ୱାମିତ୍ର ସଙ୍ଗେ ଦୁଇ ଭାଇମିଥିଳା ନଗରେ ବେଗେ ପ୍ରବେଶିଲେ ଯାଇ ।ବହୁତ ଆଦର କରି ମିଥିଳା ରାଜନସେମାନଙ୍କୁ ଘେନିଗଲେ ନିଜର ଭବନ ।ଶ୍ରୀରାମ-ଲକ୍ଷ୍ମଣେ ସର୍ବେ ପୁରବାସିଗଣଅତି ଆନନ୍ଦିତ ହେଲେ କରି ଦରଶନ ।ଯଜ୍ଞର ସଭାରେ ରାମ ସୀତା ପରସ୍ପରେଶୁଭ କ୍ଷଣେ ଅଲକ୍ଷିତେ ଦେଖି ଆନନ୍ଦରେ,ପରସ୍ପରେ ବରିଲେ ସେ ନିଜ ନିଜ ମନେଆଶିଷିଲେ ଅନ୍ତ୍ରର୍ଯ୍ୟାମୀ ସେ ପୁଣ୍ୟ ବରଣେ ।ସମାପ୍ତ ହୁଅନ୍ତେ ଯଜ୍ଞ ମହାମୁନିବରନିବେଦିଲେ ଜନକଙ୍କୁ ପାଇ ଅବସର-‘‘ରଖିଛ ଯେ ହରଧନୁଚ ଏ ମିଥିଳାଧାମେ,ଦେଖାଅ ଆଜି ହେ ତାହା ବୀରେନ୍ଦ୍ର ଶ୍ରୀରାମେ ।’’ଜଣାଇଲେ ମୁନିବର ମିଥିଳା ନୃପତି,‘‘କେମନ୍ତେ ଏ କାର୍ଯ୍ୟେ ମୁହିଁ ଦେବି ଅନୁମତି ?ଯେଉଁ ଧନୁ ନ ପାରିଲେ ଟେକି ଧନୁର୍ଦ୍ଧର,କେତେ କେତେ ମହାବାହୁ ମହାବୀରବର ।କେମନ୍ତେ ଶ୍ରୀରାମଚନ୍ଦ୍ର ଏ ଅଳ୍ପ ବୟସେଭାଙ୍ଗି ସେହି ହରଧନୁ ଅରଜିବେ ଯଶେ ।’ବିଶ୍ୱାମିତ୍ର ବୋଲେ ‘‘ନୃପ,ଶୁଣ ମୋ ବଚନ,ଦୈବବଳେ ବଳୀ ରାମ, ଆଣ ଶରାସନ ।’’ମୁନିବାକ୍ୟ ମାନି ରାଜା ମହର୍ଷି ଜନକଅଣାଇଲେ ହରଧନୁ ବିସ୍ମୟଜନକ ।ରାଜସଭା ଭରି ବହୁ ନୃପଙ୍କୁ ବସାଇଥୋଇଲେ ସେ ମହାଧନୁ ମିଥିଳାର ସାଇଁ ।ମୁନିଙ୍କ ଇଙ୍ଗିତେ ସେହି ମହାଶରାସନବାମକରେ ରାମଚନ୍ଦ୍ର କରିଲେ ଧାରଣ ।ଅବହେଳେ ଯେ ଧନୁରେ ଚଢ଼ାଇଣ ଗୁଣଟଙ୍କାରି ଟାଣନ୍ତେ ରାମ ବୀରେନ୍ଦ୍ର ନିପୁଣ,ପ୍ରଚଣ୍ଡ ଶବଦେ ଭାଙ୍ଗିଗଲା ମହାଧନୁ,ସକଳ ସଂଶୟ ଦୂରହେଲା ସୀତା ମନୁ ।ରାଜର୍ଷି ଜନକ ତହୁଁ ସାନନ୍ଦ ଅନ୍ତରେଦେଲେ ଶ୍ରୀଚନ୍ଦନ ଟିକା ରାମ-ଲଲାଟରେ ।ବିନୟ ଟିଟାଉ ଲେଖି ଅଯୋଧ୍ୟା ନଗରେରାଜା ଦଶରଥପାଶେ ପେଷିଲେ ସତ୍ୱରେ ।ଲିହିଲେ ଚିଟାଉ ‘‘ଧନ୍ୟ ଅଯୋଧ୍ୟା-ଈଶ୍ୱର,ଧନ୍ୟ ଧନ୍ୟ ମହାବୀର ଶ୍ରୀରାମପିଅର ।ହରଧନୁ ଭାଙ୍ଗି ରାମ ଅଦ୍ଭୁତ କୌଶଳେହେଲେ ଅଦ୍ୱିତୀୟ ବୀର ଭୁବନମଣ୍ଡଳେ ।ଅର୍ପିବି ଜାନକୀ ସୀତା ଶ୍ରୀରାମଙ୍କ କରେ,କୃପାକରି ଅନୁମତି ଦିଅ ଏ କିଙ୍କରେ ।କୃପାକରି ବିଜେକର ଏ ମିଥିଳାପୁରେ,ଏ ମାଗୁଣି, ମହାରାଜ, ତବ ଶ୍ରୀଛାମୁରେ ।’’ଏ ବିନୟପତ୍ର ପଢ଼ି ଅଯୋଧ୍ୟା-ଈଶ୍ୱର,ମହାନନ୍ଦେ ଯାତ୍ରାକଲେ ମିଥିଳା ନଗର ।ଭରତ ଶତ୍ରୁଘ୍ନ ଘେନି ସେନା ଚତୁରଙ୍ଗ,ଆଗେ ଆଗେ ଯାତ୍ରାକଲେ ପିତାଙ୍କର ସଙ୍ଗେ ।ସୂର୍ଯ୍ୟକୁଳ-ପୁରୋହିତ ମହର୍ଷି ବଶିଷ୍ଠପୁଣ୍ୟ ତେଜୋମୟ ସର୍ବଗୁଣରେ ଗରିଷ୍ଠ,ଦଶରଥ ମୁନିବର ସଙ୍ଗେ ଯାତ୍ରାକଲେ ମୁନିବର,ଉଚ୍ଚାରି ଗମ୍ଭୀରେ ପୁଣ୍ୟ ମଙ୍ଗଳ ମନ୍ତର ।ଇତି ଶ୍ରୀ ବାଳରାମାୟଣେ ବାଳକାଣ୍ଡେ ଧନୁଭଙ୍ଗ’ନାମ ପଞ୍ଚମ ଅଧ୍ୟାୟ ।
ଷଷ୍ଠ ଅଧ୍ୟାୟ
ଉପନୀତ ହେଲେ ଦଶରଥ ମିଥିଳାରେ,ତୋଷିଲେ ଜନକ ତାଙ୍କୁ ପୂଜା-ଉପଚାରେ ।ବଶିଷ୍ଠଙ୍କୁ ଭକ୍ତିଭରେ ବନ୍ଦିଲେ ଜନକ,ପରସ୍ପର ଦରଶନେ ଲଭିଲେ ପୁଲକ ।ବିଶ୍ୱାମିତ୍ର ବଶିଷ୍ଠଙ୍କୁ କଲେ ଆଲିଙ୍ଗନ,ଭୂବନବିଖ୍ୟାତ ଦୁହେଁ ମହାତପୋଧନ ।ବଶିଷ୍ଠ କୌଶିକ ଦୁହେଁ ମିଳି ପରସ୍ପରେବେନି କୁଳ ହିତକଥା ବିଚାରି ଅନ୍ତରେ ।ବୋଇଲେ ଜନକେ, ‘‘ଶୁଣ ଆହେ ରାଜଋଷି,କଥାଏ କହିବା ଆମ୍ଭେ ହେ ତତ୍ତ୍ୱଦରଶୀ ।ଅଛନ୍ତି ଦୁହିତା ଚାରି ଗୃହରେ ତୁମ୍ଭରଦୁଇଟି ତୁମ୍ଭର, ଦୁଇ କୁଶଧ୍ୱଜଙ୍କର ।ଦଶରଥଙ୍କର ମଧ୍ୟ ଚାରୋଟି କୁମାର,ଚାରି କୁମାରୀଙ୍କି ଚାରି ପୁତ୍ରେ ଦାନ କର ।ବିଧାତାର ଏ ନିର୍ବନ୍ଧ ଜାଣିଛ ଭୂପତି,ବୀରେନ୍ଦ୍ର ଶ୍ରୀରାମ ହେବେ ସୀତାଙ୍କର ପତି ।ତେସନ ବିଧାତା-ବିଧି, ଜାଣ ହେ ରାଜନ,ଉର୍ମିଳାର ସ୍ୱାମୀ ହେବେ ସୁମିତ୍ରାନନ୍ଦନ ।ତୁମ୍ଭର କନିଷ୍ଠ ଭ୍ରାତା କୁଶଧ୍ୱଜଙ୍କରଦୁହିତା ମାଣ୍ଡବୀ ହେବେ ପତ୍ନୀ ଭରତର ।ଅନ୍ୟ କନ୍ୟା ଶ୍ରୁତକୀର୍ତ୍ତି ଦିଅ ଶତ୍ରୁଘନେ,ଦୁଇ କୁଳ ଧନ୍ୟ ହେଉ ବିବାହ-ବନ୍ଧନେ ।’’ଆନନ୍ଦେ ସ୍ୱୀକାର କଲେ ବିଦେହ-ଈଶ୍ୱର,ତହୁଁ ମହୋତ୍ସବେ ମଗ୍ନ ମିଥିଳା ନଗର ।ଚାରିଆଡ଼େ ସୁମଙ୍ଗଳ ଗୀତ ହୁଳହୁଳିନାନା ବାଦ୍ୟନାଦେ ପୁରୀ ପଡ଼ୁଛି ଉଛୁଳି ।ଯଥାକାଳେ ଦଶରଥ ଘେନି ପୁତ୍ରଗଣେଉପନୀତ ହେଲେ ଆସି ଜନକ-ଭବନେ ।ଯଥାବିଧି ଶୁଭଲଗ୍ନେ ଜନକ ନୃପତିକନ୍ୟାଦାନବ୍ରତେ ବ୍ରତୀ ହେଲେ ମହାମତି ।ପଢ଼ିଲେ ବିବହା ମନ୍ତ୍ର ବଶିଷ୍ଠ ଗମ୍ଭୀରେ,ରାଜର୍ଷି ଦୁହିତା ଦାନ କଲେ ସୁବିଧିରେ ।ରାମେ ସମର୍ପିଲେ ସୀତା, ଉର୍ମିଳା ଲକ୍ଷ୍ମଣେ,ମାଣ୍ଡବୀ ଭରତେ, ଶ୍ରୁତ-କୀର୍ତ୍ତି ଶତ୍ରୁଘନେ ।ବହୁତ ଯୌତୁକ ଦାନ କଲେ କନ୍ୟାଗଣେ,ସର୍ବଜନେ ତୋଷିଲେ ସେ ଅନ୍ନ-ବସ୍ତ୍ର-ଧନେ ।ତହିଁ ଆରଦିନ ଦଶରଥ ନୃପବରସମ୍ବନ୍ଧିଙ୍କଠାରୁ ମାଗି ମେଲାଣି ସତ୍ୱର,ଘେନି ପୁତ୍ର ପୁତ୍ରବଧୂ ପୁଣି ଅନୁଚରେ,ବାହୁଡ଼ା ବିଜୟଯାତ୍ରା କଲେ ଆନନ୍ଦରେ ।ଇତି ଶ୍ରୀ ବାଳରାମାୟଣେ ବାଳକାଣ୍ଡେ ‘ଶ୍ରୀରାମ ବିବାହ’ନାମ ଷଷ୍ଠ ଅଧ୍ୟାୟ ।
ସପ୍ତମ ଅଧ୍ୟାୟ
ଏଥୁଅନ୍ତେ ମାର୍ଗମଧ୍ୟେ ଘଟିଲା ସଙ୍କଟ,କାଳାନ୍ତକ ଯମ ପରି ଅତ୍ୟନ୍ତ ବିକଟ,ବାଟ ଓଗାଳିଣ ଉଭା କ୍ଷତ୍ରିୟଙ୍କ ଅରି,ପ୍ରଚଣ୍ଡ ପରଶୁରାମ ଧନୁଶର ଧରି ।ସ୍କନ୍ଧରେ ପରଶୁ, ଶିରେ ମହାଜଟାଭାର,କ୍ରୋଧାନଳେ ଜଳେ ଚକ୍ଷୁ ଭୀଷଣ ଆକାର ।ଏକବିଂଶ ବାର କ୍ଷତ୍ର-ବଂଶନାଶକାରୀ,ତେଣୁ କର୍ଣ୍ଣେ ଏକବିଂଶ ଅକ୍ଷମାଳାଧାରୀ ।ମହାକ୍ରୋଧ ମହାଗର୍ବେ ସେ ପରଶୁରାମରେରେକାର କରି ବୋଲେ, ‘‘ରେ କ୍ଷତ୍ରିୟ ରାମ,ହରଧନୁ ଭାଙ୍ଗି ତୁହି ହୋଇଛୁ ଗର୍ବିତ,ତୋ ଗର୍ବ ଭାଙ୍ଗିବାପାଇଁ ମୁହିଁ ଉପସ୍ଥିତ ।ଜାଣିନାହୁଁ କି ରେ ମୂଢ଼, ଏକ-ବିଂଶ ବାରବିପୁଳ କ୍ଷତ୍ରିୟକୁଳ କଲି ମୁଁ ସଂସାର !ଆଜି ମୋ ହାବୁଡ଼େ ଯେଣୁ ପଡ଼ିଛୁ ରେ ଭୀରୁ,ତୋ ନାମ ଲିଭାଇଦେବି ଆଜି ପୃଥୀବୀରୁ ।କ୍ଷତ୍ରିୟର ବୀର୍ଯ୍ୟ ବାରେ ଦେଖା ମୋ ଆଗରେ,ଏ ମୋ ବିଷ୍ଣୁଧନୁ, ଗୁଣ ଚଢ଼ା ରେ ସତ୍ୱରେ ।’’ଏହା କହି ବଢ଼ାଇଣ ଦେଲେ ଶରାସନ,ଶ୍ରରାମ ନୀରବେ ତାହା କରିଲେ ଧାରଣ ।ମୃଦୁମନ୍ଦ ହସି ମହାବୀର କ୍ଷଣକରେଚଢ଼ାଇଣ ଗୁଣ ସେହି ବିଷ୍ଣୁକାର୍ମୁକରେ ।ଶର ଯୋଖି ଟଙ୍କାରିଲେ ରାମ ରଘୁମଣି,ଭାର୍ଗବର ଗର୍ବ ଖର୍ବ ହେଲା ସେହିକ୍ଷଣି ।ନିସ୍ତେଜ ମଳିନ କ୍ଷଣେ ହେଲେ ପର୍ଶୁରାମ,ତାହା ଦେଖି ରାମଚନ୍ଦ୍ର ସର୍ବଗୁଣଧାମ ।ବିନୟେ ବୋଲନ୍ତି ନମି ଭାର୍ଗବ ଚରଣେ,‘‘କ୍ଷମା କର ମୁନିବର, ଏ ମୋ ଆଚରଣେ ।’’ଉତ୍ତରିଲେ ମୁନିବର, ‘‘କି ଦୋଷ ତୁମ୍ଭର ?କ୍ଷତ୍ରଧର୍ମ ପାଳିଅଛ ଆହେ ବୀରବର !ଏତେଦିନେ ଗର୍ବନାଶେ ଲଭିଲି ଚେତନା,ଆଜିଠାରୁ କରିବି ମୁଁ ଶାନ୍ତିର ସାଧନା ।ତୁମ୍ଭର ମଙ୍ଗଳ ହେଉ ଆହେ ବୀରବର,ଧର୍ମଯୁଦ୍ଧେ ଜିଣି କ୍ଷିତି, ହୁଅ ହେ ଅମର ।’’ଏହା କହି ଆଲିଙ୍ଗିଣ ରାମେ ସ୍ନେହଭରେଚଳିଲେ ପରଶୁରାମ ମହେନ୍ଦ୍ର ଭୂଧରେ ।ଜମଦଗ୍ନିସୁତ ଯହୁଁ କରିଲେ ଗମନ,ବନ୍ଦିଲେ ଶ୍ରୀରାମ ବୀର ପିତାଙ୍କ ଚରଣ ।ଶ୍ରୀରାମ ମସ୍ତକ ଚୁମ୍ବି ରାଜା ଦଶରଥ,ସୈନ୍ୟସାମନ୍ତଙ୍କୁ ଆଜ୍ଞା କଲେ, ଚଳ ପଥ ।ଏଥୁଅନ୍ତେ ଦଳବଳ ଘେନି ଆନନ୍ଦରେପ୍ରବେଶିଲେ ମହାରାଜ ନିଜର ନଗରେ ।ଇତି ଶ୍ରୀ ବାଳରାମାୟଣେ ବାଳକାଣ୍ଡେ‘ପରଶୁରାମ-ପରାଜୟ’ ନାମ ସନ୍ତମ ଅଧ୍ୟାୟ
ଅଷ୍ଟମ ଅଧ୍ୟାୟ
ମହାମହୋତ୍ସବ ଲାଗିଗଲା ଅଯୋଧ୍ୟାରେ,ସୁଶୋଭିତ ହେଲା ପୁରୀ ବିବିଧ ପ୍ରକାରେ ।ଅସଂଖ୍ୟ ପରଜାବୃନ୍ଦ ମାତି ସେ ଉତ୍ସବେପୂରିଲେ ଅଯୋଧ୍ୟା-ଦାଣ୍ଡ ଜୟ ଜୟ ରବେ ।କଲେ ସର୍ବ ନରନାରୀ ମଙ୍ଗଳାଚରଣ,ସ୍ୱସ୍ତିମନ୍ତ୍ର ଉଚ୍ଚାରିଲେ ପୁରୋହିତଗଣ ।ବନ୍ଦାପନା ହୁଳହୁଳି ଶୁଭ ଶଙ୍ଖଧ୍ୱନିମଙ୍ଗଳବାଦ୍ୟର ଘୋଷେ ପୂରିଲା ଅବନୀ ।ବର ବଧୂ ଗୁରୁଜନେ ବନ୍ଦି ଭକ୍ତିଭରେପ୍ରବେଶିଲେ ମହାନନ୍ଦେ ଶ୍ରୀରାଜନବରେ ।କୌଶଲ୍ୟା ସୁମିତ୍ରା ଆଉ କୈକେୟୀ ସୁନ୍ଦରୀରାଣୀଏ ଆନନ୍ଦେ ବର-ବଧୂ ନେଲେ ବରି ।ଇତି ଶ୍ରୀ ବାଳରାମାୟଣେ ବାଳକାଣ୍ଡେ‘ନବ ବରବଧୂ-ସଂବାଦ’ ନାମ ଅଷ୍ଟମ ଅଧ୍ୟାୟ ।
ନବମ ଅଧ୍ୟାୟ
ଏଥୁଅନ୍ତେ ପୃଥାଜିତ ଭରତଙ୍କ ମାମୁଜଣାଇଲେ ଦଶରଥ ରାଜାଙ୍କର ଛାମୁ ;‘‘ଆସିଛି ମୁଁ ଭରତଙ୍କୁ ସଙ୍ଗେ ନେବାପାଇଁ,ମେଲାଣି ଦିଅ ହେ ଏବେ ଅଯୋଧ୍ୟାର ସାଇଁ ।’’ଭରତ-ଶତ୍ରୁଘ୍ନେ ରାଇ ବୃଦ୍ଧ ନରପତିମାମୁଘର ଯିବାପାଇଁ ଦେଲେ ଅନୁମତି ।ଭରତ ଶତ୍ରୁଘ୍ନ ବନ୍ଦି ସର୍ବଗୁରୁଜନେଚଳିଲେ ମାମୁଙ୍କ ସଙ୍ଗେ ଆନନ୍ଦିତ ମନେ ।ଭରତ ମାତୁଳ ଗୃହେ କରନ୍ତେ ଗମନପିତୃସେବାରତ ହେଲେ ଶ୍ରୀରାମ ଲକ୍ଷ୍ମଣ ।ପିତାଙ୍କ ଆଦେଶମତେ ରାଜକାର୍ଯ୍ୟମାନଆଲୋଚନା କଲେ ରାମ ସର୍ବଗୁଣବାନ ।ବଳବୀର୍ଯ୍ୟେ ଇନ୍ଦ୍ରସମ ଜ୍ଞାନେ ବୃହସ୍ପତିସାଧିଲେ ପ୍ରଜାଙ୍କ ହିତ ଶ୍ରୀରାମ ସୁମତି ।ତାହାଙ୍କର ପୁଣ୍ୟ ଯଶ ବ୍ୟାପିଲା ଭୁବନଜୟ ଜୟ ରାମଚନ୍ଦ୍ର ବୋଲେ ସର୍ବଜନ ।ଇତି ଶ୍ରୀ ବାଳାରାମାୟଣେ ବାଳକାଣ୍ଡେ‘ଭରତ ମାତୁଳାଳୟ-ଗମନ’ ନାମ ନବମ ଅଧ୍ୟାୟ ।ଇତି ବାଳକାଣ୍ଡ ସମାପ୍ତ ।ଅଯୋଧ୍ୟା କାଣ୍ଡଏଥୁଅନ୍ତେ ମନେ ମନେ ଦିନେ ନରପତିବିଚାରିଲେ, ହେଲିଣି ତ ମୁହିଁ ବୃଦ୍ଧ ଅତି ।ଜ୍ୟେଷ୍ଠପୁତ୍ର ମୋର ରାମ ସର୍ବଗୁଣଧାମ,ରାଜ୍ୟଭାର ଦେଇ ତାକୁ ଲଭିବି ବିଶ୍ରାମ ।ହୃଦୟେ ମନାସି ଏହି ଶୁଭ ମନୋରଥଡକାଇଲେ ମହାସଭା ରାଜା ଦଶରଥ ।ଚାର ପେଶି ଚଉଦିଗେ ନୃପତିନିକରେଅଣାଇଲେ ଦଶରଥ ଅଯୋଧ୍ୟା ନଗରେ ।ଦିଆଇଲେ ଘୋଷଣା ସେ ସୂର୍ବ ପ୍ରଜାଗଣେ,ଆନନ୍ଦେ ମିଳିଲେ ସର୍ବେ ରାଜା-ନିମନ୍ତ୍ରଣେ ।ଯଥାବିଧି ସମସ୍ତଙ୍କୁ କରି ସମାଦରବସାଇଲେ ମହାସଭା ବୃଦ୍ଧ ନୃପବର ।ରତ୍ନସିଂହାସନେ ବସି ସେ ମହାସଭାରେଭାଷିଲେ ‘‘ମୁଁ ବୃଦ୍ଧ ଅତି, ଏହି ରାଜ୍ୟଭାରେ ।ସମର୍ପିବି ଜ୍ୟେଷ୍ଠପୁତ୍ର ଶ୍ରରାମଙ୍କ କରେ ;ଅନୁମତି ଦିଅ ସର୍ବେ ଏ ସଭା ମଧ୍ୟରେ ।ରାଜାଙ୍କର ବାଣୀ ଶୁଣି ସର୍ବେ ଆନନ୍ଦରେକରଯୋଡ଼ି ଜଣଇଲେ ମହାଭକ୍ତିଭରେ-‘‘ଜୟ ଜୟ ମହାରାଜ ରଘୁକୁଳପତି,ଧନ୍ୟ ଧନ୍ୟ ନରାନାଥ ତୁମ୍ଭର ଯୁକତି ।ଭୋ ଦେବ, କରୁଣାମୟ ପ୍ରଜାହିତେ ରତବିଚାରିଛି ଯାହା, ତାହା ସର୍ବ-ସନମତ ।ସର୍ବଗୁଣଧାମ ରାମଚନ୍ଦ୍ର ମହାମତିସର୍ବଗୁଣେ ନିରେୁପମ ପ୍ରଭୁ ସୀତାପତି ।ବୀରଶିରୋମଣି ରାମ ଦୟାର ସାଗରଏ ସଂସାରେ କାହିଁ ପ୍ରଭୁ ତାଙ୍କ ପଟାନ୍ତର ।କୌଶଲ୍ୟାନନ୍ଦନ ବିଶ୍ୱ-ଆନନ୍ଦ-ବର୍ଦ୍ଧନସର୍ବହୃଦ ଅଭିରାମ ରାମ ଯଶୋଧନ ।ପାଳିବେ ପରଜା ଘେନି ସାମ୍ରାଜ୍ୟର ଭାର,ଏଥୁ ବଳି କାହିଁ ଆଉ ସୁଖ ସମାଚାର ।ଭୋ ଦେବ, ଦିଅନ୍ତୁ ରାମେ ରାଜସିଂହାସନ,ଭୁଞ୍ଜନ୍ତୁ ବିଶ୍ରାମ ସୁଖ ଏବେ ହେ ରାଜନ ।’’ସଭାଜନଙ୍କର କଥା ଶୁଣି ମହୀପତିରାଜା ଦଶରଥ ହେଲେ ଆନନ୍ଦତିତ ଅତି ।ସେହିକ୍ଷଣି ସଭାସ୍ଥଳେ କରିଣ ମନ୍ତ୍ରଣା‘କାଲି ରାମ ରାଜା ହେବେ’ ଦେଲେ ସେ ଘୋଷଣା ।ଏ ସନ୍ଦେଶ ସର୍ବଦେଶ ବ୍ୟାପିଗଲା କ୍ଷଣେ,ଆନନ୍ଦେ ମାତିଲେ ସର୍ବେ ପୁରବାସୀ ଜନେ ।ସର୍ବତ୍ର ଉତ୍ସବ କଥା ସର୍ବଜନ ମୁଖେ,ରାମଗୁଣ ଗାଉଛନ୍ତି ସର୍ବେ ମହାସୁଖେ ।ନଗ୍ରଯାକ ଲାଗିଗଲା ଉତ୍ସବ ମଣ୍ଡଣି,ଚୌଦିଗେ ଶୁଭିଲା ମହା ଶୁଭବାଦ୍ୟଧ୍ୱନି ।ଦ୍ୱାରେ ଦ୍ୱାରେ ବିରାଜିଲା ମଙ୍ଗଳକଳସ,ଉଡ଼ିଲା ପତାକାମଳା ବଢ଼ାଇ ହରଷ ।ରାଜନବରର ଶୋଭା କେ ପାରିବ କହି,ବୈଜୟନ୍ତୀଧାମ ସମ ଅଯୋଧ୍ୟା ଶୋଭଇ ।ଏଥୁ ଅନ୍ତେ ନରରାଣ ସୁମନ୍ତକୁ ରାଇବୋଇଲେ ‘‘ଶ୍ରରାମେ ବେଗେ ଆଣ ତୁମ୍ଭେ ଯାଇ ।’’ସୁମନ୍ତ ସଙ୍ଗତେ ରାମ ଆସିଣ ବହନବନ୍ଦିଲେ ଭକତିଭରେ ପିତାଙ୍କ ଚରଣ ।ଆଲିଙ୍ଗି ଆଦରେ ରାମେ ନିକଟେ ବସାଇକହନ୍ତି ବଚନ ଦଶରଥ ନରସାଇଁ-‘‘ପ୍ରାଣର ନନ୍ଦନ ରାମ ମୋ ହୃଦଚନ୍ଦନ,ତବ ଗୁଣେ ପରିତୁଷ୍ଟ ନିଖିଳ ଭୁବନ ।ଅଭିଳାଷ ମୋର ଏହି ବୃଦ୍ଧ ବୟସରେନିବେଶିବି ଏବେ ରାଜଲକ୍ଷ୍ମୀ ତୁମ୍ଭ କରେ ।ଯୌବରାଜ୍ୟେ କାଲି ହେବ ଅଭିଷେକ ତବ,ଅଭିଷେକବ୍ରତେ ଦୀକ୍ଷା ଘେନ ହେ ରାଘବ !ସୀତା ସଙ୍ଗେ ଘେନ ଦୀକ୍ଷା ପବିତ୍ର ମାନସେ,ରଘୁକୁଳ ଧନ୍ୟ ହେଉ ତବ ପୁଣ୍ୟ ଯଶେ ।ଆଶିଷ କରଇ ମୁହିଁ, ଧର୍ମେ ରକ୍ଷାକରିଧର୍ମର ଆଶ୍ରୟେ ରହ ଦିବସ ଶର୍ବରୀ ।’’ପିତାଙ୍କ ଚରଣୁ ରାମ ଘେନିଣ ମେଲାଣିଜନନୀ ଚରଣ ବନ୍ଦି ବୋଇଲେ ସେ ବାଣୀ ।‘‘ଆଜ୍ଞା କରିଛନ୍ତି ପିତା କାଲି ପ୍ରଭାତରେକରାଇବେ ଅଭିଷେକ ମୋତେ ରାଜତ୍ୱରେ ।ଜାନକୀ ସଙ୍ଗତେ ଆଜି ବ୍ରତ-ଉପବାସେଦୀକ୍ଷା ଘେନିବାକୁ ହେବ ବଶିଷ୍ଠଙ୍କ ପାଶେ ।’’ଶ୍ରୀରାମଜନନୀ ଶୁଣି ଏ ଶୁଭ ବଚନେମହାନନ୍ଦେ ଆଶିଷିଲେ ପ୍ରାଣାର ନନ୍ଦନେ ।ଏଥୁଅନ୍ତେ ରାମ ସୀତା ପୁଣ୍ୟ ଅଧିବାସେଘେନିଲେ ପବିତ୍ର ଦୀକ୍ଷା ବଶିଷ୍ଠଙ୍କ ପାଶେ ।ଗୁରୁଦେବ ବଶିଷ୍ଠଙ୍କ ପୁଣ୍ୟ ଉପଦେଶେରାତ୍ରି ଜାଗରଣ କରି ପୂଜିଲେ ମହେଶେ ।ପୁଣ୍ୟ ଉଷାକାଳେ ସାରି ମାଙ୍ଗଳିକ ସ୍ନାନପବିତ୍ର ଗାୟତ୍ରୀ ଜପି କଲେ ବ୍ରହ୍ମଧ୍ୟାନ ।
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ