ବଇଷ୍ଣବ ଭଣେ, ଅନୁଭବୀ
ଗଣକବି · ୧୮୮୨–୧୯୫୬
- ସଂକଳନ: ଅଭିମନ୍ୟୁବଧ ସୁଆଙ୍ଗ
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୭୨୪
- ସ୍ଥିତି
- ସାର୍ବଜନୀନ (Public domain)
ଜାଣେ ଦିନକ ଲାଗଇ ବରଷ ଘଡ଼ି ।୪।(ସାରଥିର ପ୍ରବେଶ ଗୀତ)[ରଥ ରଖ ପଥେ ବୃତ୍ତେ]ମହାବୀର ଅର୍ଜୁନନନ୍ଦନ ବେଗେ ଆସ ହେ ।ସାଜି ଆଣିଅଛି ରଥ ତଥିପରେ ବସ ହେ-।ପଦ ।ସିଂହଦରଜାରେ ଥୋଇ ଆସିଲି ଡାକିବା ପାଇଁଚାହିଁ ରହିଛନ୍ତି ଯୋଦ୍ଧାଗଣେ ହୋଇ ବେଶ ହେ ।୧।ବିଳମ୍ବ ହେଉଛି ବେଳ, ସମରେ ଚଳ ଚଞ୍ଚଳ ।ମାଳମାଳି କରି କଉରବବଳେ ନାଶ ହେ ।୨।ଜୟମଙ୍ଗଳ ଉଚ୍ଚାରି, ବହନ ଆସ ବାହାରି ।ହାରିବେ ଅରିଏ ବିପ୍ର ବଇଷ୍ଣବ ଭାବ ହେ-।୩।ଅଭିମନ୍ୟୁ – ଚଳାଅ ସାରଥେ ରଥ ଚକ୍ରବ୍ୟୂହ ଉତ୍ତର ଦୁଆରେ,ଦେଖିବି ଦ୍ରୋଣ କିପରି କରିଛି କୌଶଳ ।(ସମସ୍ତଙ୍କର ପ୍ରସ୍ଥାନ)(ଦ୍ରୋଣସହ ସପ୍ତରଥୀଙ୍କର ପ୍ରବେଶ । ଦ୍ରୋଣର ଗୀତ)[ଜୟ ରଘୁନାଥ ଆରତି - ବୃତ୍ତେ]ଧାଇଁଅଛି ରଣେ ଅର୍ଜୁନନନ୍ଦନ କେଶରୀବିକ୍ରମ ତେଜେ ।ଉଲ୍କା ସମ ଛୁଟେ ତେଜ ଝଟଝଟେ କୋଟିଏ ଆଦିତ୍ୟ ଗୁଞ୍ଜେ ।ସାବଧାନ ହୋଇ;ଜୟଦ୍ରଥ ଦ୍ୱାରା ରଖ ତୁହି ।୧।ଦ୍ୱିତୀୟ ଦୁଆରେ ରହୁ ଦୁଃଶାସନ ତୃତୀୟରେ କର୍ଣ୍ଣ ବୀର ।ଚତୁର୍ଥରେ କୃପା ପଞ୍ଚମରେଶଲ୍ୟ ଷଷ୍ଠେ ଅଶ୍ୱତ୍ଥାମା ମୋର ।ସପତମେ ମାନ-ଗୋବିନ୍ଦ ହୋଇଥା ସାବଧାନ ।୨।ଏହିପରି ସାତଦ୍ୱାର ଜଗିଥିବ ପଳାଇ ନ ଯିବ କେହି ।ଦେଲେ ଛତ୍ରଭଙ୍ଗ ଅଭିମନ୍ୟୁ କରୁ ପରାଣ ପାଇବ ନାହିଁ ।ଅଟେ ମହାଯୋଦ୍ଧା;କ୍ଷଣକେ ମାରି କରିବ ପଦା ।୩।ବିହୁ ମଧ୍ୟସ୍ଥଳେ ରହିଲହିଁ ମୁହିଁ ନିକଟେ ହେଲାଣି ଆସି ।ଧର ଶରାସନ ହୁଅ ସାବଧାନ ବିପ୍ର ବଇଷ୍ଣବ ଭାଷି ।ବୀରପଣ ଦେଖା;ପଛକୁ ହୋଇ ଯିବଟି ବକା ।୪।(ଅଭିମନ୍ୟୁର ଜୟଦ୍ରଥ ପାଶେ ପ୍ରବେଶ)ଅଭିମନ୍ୟୁ – ସିନ୍ଧୁପତି ପଥ ଛାଡ଼ି ଆଡ଼ ହୋଇଯାଅ ।ଜୟଦ୍ରଥ – ବିନା ରଣେ ନ ଛାଡ଼ିବି ତୋତେ ରେ ଅର୍ଜୁନପୁଅ ॥
ଅଭିମନ୍ୟୁ – ତୋ ସଙ୍ଗେ ଲଢ଼ିବ ପୁଣି ସବ୍ୟସାଚିସୁତ ?ଜୟଦ୍ରଥ – ଏଡେ କଥା କହୁ କେହ୍ନେ ହୋଇଣ ବାଳୁତ ॥
ଅଭିମନ୍ୟୁ – ବାଳକ ନୁହେ ମୁଁ ତୋର କାଳ ଆସିଅଛି ।ଜୟଦ୍ରଥ – ତଇଳଭାଣ୍ଡରେ ଏବେ ପଡ଼ିଲୁଣି ମାଛି ॥
ଅଭିମନ୍ୟୁ – ଚିହ୍ନିନାହୁଁ କିଏ ମୁହିଁ କାହାର କୁମର ?ଜୟଦ୍ରଥ – ଅର୍ଜୁନ ବିନୁ ମୋହର ଆନେ ନାହିଁ ଡର ॥
ଅଭିମନ୍ୟୁ – ସ୍ମରଣ କରିଲୁ ମୂର୍ଖ ଲବ କୁଶ କଥା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର