ବ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୦୫
- ସ୍ଥିତି
- ସାର୍ବଜନୀନ (Public domain)
ବରଷେ ଗଲେ ପୁରୁଷେ ଯାଏ ।ବହୁତ ମଣିଷରେ ମୂଷା ମରେ ନାହିଁ ।ବଡ଼ ମାଛର କଣ୍ଟା ସାର ।ବଢ଼ାଭାତରେ ଧୂଳି ।ବୃଦ୍ଧା ବେଶ୍ୟା ତପସ୍ୱିନୀ ।ବଣଗାଁରେ ବିଲୁଆ ରଜା ।ବାଇ ହାତରେ ନିଆଁଖପରା ।ବାନ୍ଧିଲା କଙ୍କଡ଼ା ପୁଅଙ୍କ ବଇରି ।ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୂରାଇବା ।ବୁଦ୍ଧିକି ବିଲୁଆ ଗାତକୁ ହୋକି ।ବଂଶ ବୁଡ଼ିବା ବେଳକୁ ଘୋଡ଼ାମୁହାଁ ପୁଅ ଜାତି ।ବିରାଡ଼ୀ ଶୁଖୁଆମାଳ ପକାଇ ବଇଷମ ।ବୁଢ଼ା ଶୁଆ କଟର କଟର ।ବିରାଡ଼ୀ କପାଳକୁ ଶିକା ଛିଡ଼ିଚି ।ବାର ହାତ କାକୁଡ଼ୀକୁ ଢେର ହାତ ମଞ୍ଜି ।ବାର ହାତ ଲୁଗାକୁ ଢେର ହାତ ଦଶି ।ବସି ଖାଇଲେ ନଈବାଲି ସରେ ।ବାଂଝ ମାଇପର କି ସମ୍ପତ୍ତି, ହଳଦୀକାଠୁଆ କଜଳପାତି ।ବେଲ ପାଚିଲା କୁଆର କି ଗଲା ।ବିବି ଯେବେ ବଡ଼ ହେବେ, ମିଆଁ ତେବେ କବର ନେବେ ।ବିଭା ବେଳେ ବାଇଗଣ ରୁଆ ।ବିଷବୃକ୍ଷୋଽପି ସଂବର୍ଦ୍ଧ୍ୟ ସ୍ୱୟଂ ଛେତ୍ତୁମସାମ୍ପ୍ରତଂ ।ବାର ବରଷ ତପସ୍ୟା ଶୁଖୁଆ ପୋଡ଼ାରେ ଯାଏ ।ବଖତ ବେଳେ ବେଙ୍ଗ ବାଟ ଛାଡ଼େ ନାହିଁ ।ବାଂଝ କି ଜାଣେ ବିଆଣର କଥା ।ବାଦଲ, ବ୍ରାହ୍ମଣ, ବଢ଼ି; ଦକ୍ଷିଣା ପାଇଲେ ଯାଥାନ୍ତି ଛାଡ଼ି ।ବିରୀ ମାଡ଼ ଦେଖି କୋଳଥ ଚେପା ।ବନସ୍ଥ କଣ୍ଟା ବେଳହୁଁ ଗୋଜା ।ବାପ୍କା ବେଟା, ସିପାହୀକା ଘୋଡ଼ା, କୁଛ୍ ନ ହୋଏତ ଥୋଡ଼ା ଥୋଡ଼ା ।ବୟସରେ ବିଜ୍ଞ ନୁହେ ବିଜ୍ଞ ହୁଏ ଜ୍ଞାନେ ।ବାହ୍ୱାରମ୍ଭ ଲଘୁ କ୍ରିୟା ।ବାଘର ପୁଣି ଗୋବଧ ! ।ବାଲିର ବନ୍ଧ ଶଠର ପ୍ରୀତି ।ବିଦୂରଘରର ଶାଗ ।ବିଦ୍ୟାରତ୍ନଂ ମହାଧନଂ ।ବିଦ୍ୱାନ୍ ସର୍ବତ୍ର ପୂଜ୍ୟତେ ।ବସିବାଠଉଁ କାଶିବା ଭଲ ।ବାଂଝ କି ଜାଣେ ପ୍ରସବ ବେଦନା ? ।ବିନାଶକାଳେ ବିପରୀତ ବୁଦ୍ଧି ।ବାମନ ହୋଇ ଚନ୍ଦ୍ର ଧରିବା ।ବାୟୁନାଂ ବିଚିତ୍ରା ଗତିଃ ।ବିନା ମେଘରେ ବଜ୍ରାଘାତ ।ବିନା ମେଘରେ ବର୍ଷଣ ।ବିଷକୁମ୍ଭଂ ପୟୋମୂଖଂ ।ବୀଚ ଭୋଗ୍ୟା ବସୁନ୍ଧରା ।ବୁଦ୍ଧି ଯାର ବଳ ତାର ।ବୁଦ୍ଧିର୍ଯସ୍ୟ ବଳଂ ତସ୍ୟ ।ବୋଝ ଉପରେ ନଳିତା ବିଡ଼ା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର