ଅଶ୍ରୁକଣା
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୭
- ସ୍ଥିତି
- ସାର୍ବଜନୀନ (Public domain)
କେଉଁ ଦୂରେ ଅତୀତର ସ୍ମୃତି-ସ୍ରୋତେ ଆସିଏ ଯେଉଁ ଲୋତକକଣା ନେତ୍ରେ ଯାଏ ଭାସିସରଗର ଧାରା ସେ ଯେ ଅନ୍ତରେ ଅନ୍ତରେନୀରବ ସରଳେ ଭାସିଯାଏ ମହୀତଳେ ।ସେ ଯେଉଁ ଲୋତକକଣା ଭାସିଯାଏ ପ୍ରାଣେଉଦାର ବିଭବେ ଭାବ ଅନନ୍ତ ବିତାନେନୁହେ ସେ କଣିକା ଆହା ! କଣିକା ମାତରସେ ଗର୍ଭେ ନିହିତ କେତେ ଭୀମ-ପାରାବାର ।କେତେ ଦୁଃଖ-ବିପଦର ଉତ୍ତୁଙ୍ଗ ‘ଶଇଳ’ସୁଖ-ସଂପଦର କେତେ ଉଚ୍ଛଳ କଲ୍ଲୋଳକାହିଁ ଦୂର ଚକ୍ରବାଳେ କେତେ ଆଶା-ତରୀଭାସିଆସୁଥାଏ କେତେ ଭବିଷ୍ୟତ ଧରି ।ବିନ୍ଦୁଗର୍ଭେ ସିନ୍ଧୁ ! ଅହୋ ! କି କଳିବ ଚିତ୍ତଉଠୁଥାନ୍ତି ଦୂରେ ଯେଉଁ ନୀରବ ସଙ୍ଗୀତ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର