ଅବୋଧ ମନ ପ୍ରତି
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କବିତା କଳାପ (ଦ୍ୱିତୀୟ ଭାଗ)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୭
- ସ୍ଥିତି
- ସାର୍ବଜନୀନ (Public domain)
କିପାଁଇ ଅବୋଧ ମନ ଏତେ କଷ୍ଟ ସହୁରେ,ଅନିତ୍ୟ ସଂସାରେ ମାୟାମୋହେ ଦଗ୍ଧ ହେଉରେ ।ଧନ ଜନ ପଦ ମାନ ପାଇଁ ବ୍ୟସ୍ତ ଥାଉରେ,ଶତଲାଭେ କେବେ ପୁଣି ସନ୍ତୋଷ ନ ପାଉରେ ।ପର୍ଣ୍ଣକୁଟୀରରୁ ରମ୍ୟ ପ୍ରାସାଦ ପାଇଲୁରେ,ଶାକାନ୍ନ ଛାଡ଼ିଣ ଏବେ ଘୃତାନ୍ନ ଭୁଞ୍ଜିଲୁରେ ।ମୃତ୍ତିକାର ପାତ୍ର ଏଡ଼ି କନକ ବାସନରେ,ସୁଜୀର୍ଣ୍ଣ ବସନ ଛାଡ଼ି ପଟ୍ଟପରିଧାନରେ ।ଲଭିଲୁ ଅମୂଲ୍ୟ ଧନ ରତନ କାଞ୍ଚନରେ,ଦରିଦ୍ରତା ଗଲା ତୋର ସମ୍ପତ୍ତିନିଧାନରେ ।ତଥାପି ଦୁରାଶାସିନ୍ଧୁ ନ ହେଲା ପୂରଣରେ,ମାୟାମୋହଜଳେ ପଡ଼ି କରୁ ସନ୍ତରଣରେ ।ଏଠାରେ ସମ୍ପତ୍ତି ତୁହି କଲୁଣୁ ବହୁତରେ,ପରକାଳସମ୍ୱଳକୁ କର ଦୃଷ୍ଟିପାତରେ ।ନୟନେ ଯା ଦେଖୁଅଛୁ ଏସବୁ କୁହୁକରେ,ବାଜିକର ଖେଳପରି ସକଳ ଅଳୀକରେ ।ଜଳସ୍ଫୋଟକ ସମାନ ପିଣ୍ଡେ ଏହି ପ୍ରାଣରେ,ଆଉ କେତେ ଧର୍ମେ ରତ ହୁଅ ଅନୁକ୍ଷଣରେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର