ବୈଦ୍ୟଶାସ୍ତ୍ର — ଦୀନକୃଷ୍ଣ ଦାସ · ସ୍ୱର୍ଣ୍ଣଲିପିଜୟ ଜୟ କୃଷ୍ଣ କରୁଣାସିନ୍ଧୁ ।କମଳା ବଲ୍ଲଭ ଭଗତବନ୍ଧୁ ।ଅଶେଷ କୋଟି ବ୍ରହ୍ମାଣ୍ଡଠାକୁର ।ଶଙ୍ଖଚକ୍ର ଗଦା ସାରଙ୍ଗଧର ।ସ୍ଥାବର ଜଙ୍ଗମ ପତଙ୍ଗ କୀଟ ।ଜୀବ ସ୍ୱରୂପେ ହୋ ସବୁରି ଅଟ ।ଯାହାକୁ ଯେମନ୍ତ ପ୍ରାପତ ଗତି ।ତୁମ୍ଭେ ସିନା ଦେଇଅଛ ସବୁନ୍ତିଂ ।ଦୀନକୃଷ୍ଣ ଦାସ ମାଗୁଛି ବର ।ଭୋ ପ୍ରଭୁ ମୋତେ ଅନୁଗ୍ରହ କର ।ଅନୀତି ସଂସାର ଏ ମାୟା ମୋହ ।ଚଉଷଠୀ ରୋଗ ଘେନିଣ ଦେହ ।ଏଥକୁ ତୁମ୍ଭେ ଯେ କର୍ମକରତା ।ବାଡ଼କୁ ଭିଆଣ କରିଛ ବତା ।ୟେ ଦେହ ଅଛି ହାଡ଼ ଚର୍ମ ଗଢ଼ି ।ବାଳ ଝିନ ପ୍ରାୟେ ସହସ୍ରେ ନାଡ଼ି ।ହାଥେ ଚଉଳେ ହୋଇ ଯେଉଁ ନାଡ଼ି ।ସୋଲ୍ୟ ଡମ୍ବରୁ ମେରୁ ଶିଖେ ବଢ଼ି ।ଅନୀତି ସଂସାର ବୋଲି ଯହିଁକି ।ସାତଶ ବାସ୍ତରି ନାଡ଼ି ତହିଁକି ।ଏମନ୍ତ ହୋଇ ଯେଉଁ ଦେହ ଗୋଟା ।ଯେହ୍ନେ ଜଳବିନ୍ଦୁ ପାଣିଫୋଟକା ।ସତ୍ତ୍ୱ ରଜ ତମ ଏ ତିନିଗୁଣ ।ଛାମୁରେ କରୁଛି ଗୁହାରୀ ଶୁଣ ।ଧନ ସମ୍ପଦ ଦାରା ସୁତ ମୋହ ।ବ୍ୟାଧି ପୀଡ଼ା କଲେ ଯାଇ ଏ ଦେହ ।ମଳୁକୁ ଔଷଧ ଦେଇଣ ତାରି ।ବୈଦ୍ୟ ନାରାୟଣ ଅଟନ୍ତି ହରି ।ଯେବଣ ରୋଗକୁ ଯେଉଁ ବିଧାନ ।ନାଡ଼ି ପ୍ରତିବିଧି ଛୁତ ଲକ୍ଷଣ ।ଶ୍ରୀମୁଖରେ ଆଜ୍ଞା ହୋଇଛି ଯାହା ।ବୈଦ୍ୟମାନଙ୍କୁ କହୁଅଛି ତାହା ।ଯେବଣ ପ୍ରକାରେ ନାଟିକା ଧରି ।ଦକ୍ଷିଣେ ପୁରୁଷ ବାମେଣ ନାରୀ ।ଦୀନକୃଷ୍ଣ ଦାସ ପ୍ରଭୁ ଶରଣ ।ସୁବୁଦ୍ଧି ସାଧୁ ବୈଦ୍ୟମାନେ ଶୁଣ ।ପୁରୁଷ ହସ୍ତର ଯେବଣ କର ।ନିମିଷେ ବସାଇ ନାଟିକା ଧର ।ଡମ୍ବରୁ କତିରୁ ଆଙ୍ଗୁଳେ ଛାଡ଼ି ।ତିନି ଆଙ୍ଗୁଳିରେ ଧରିବ ନାଡ଼ି ।ସଳଖି ଧରିବ ମଳୁର କର ।ଆପଣା ନିଶ୍ୱାସ କରିବ ଥିର ।ନିର୍ବାତ ଦୀପର ବେଭାର ଯେହ୍ନେ ।ମନବୁଦ୍ଧି ସ୍ଥିର ହୋଇବ ତେହ୍ନେ ।ତିନି ଆଙ୍ଗୁଳିରେ ଧରିବ ନାଡ଼ି ।ବାତ ପିତ ଆମ୍ବ ଯେମନ୍ତେ ବାଡ଼ି ।ପ୍ରଥମେ ତର୍ଜନୀ ଆଙ୍ଗୁଳି ଏକ ।ଅଳପ କରି ଥିର କରି ଯାକ ।ସେ ଆଙ୍ଗୁଳି ସରୁ ଲାଗିବ ଯେବେ ।ବିଜୁଳି ପ୍ରାୟେ ଲାଗୁଥିବ ବେଗେ ।
ସମ୍ବନ୍ଧିତ ରଚନା
ଦୀନକୃଷ୍ଣ ଦାସ
ପ୍ରସ୍ତାବ ସିନ୍ଧୁଦୀନକୃଷ୍ଣ ଦାସ ଦୀନକୃଷ୍ଣ ଦାସ
ଘଞ୍ଚ ବିଜୁଳି ଯେହ୍ନେ ମାରେ ଲଟା ।
ତେବେ ସେ ଜାଣିବ ପିତ୍ତ ଚେରେଷ୍ଟା ।
ମଝି ଆଙ୍ଗୁଳିର ନାଡ଼ି ସ୍ୱଭାବେ ।
ସର୍ପ ଜିଭ ପ୍ରାୟେ ଲାଗିବ ଯେବେ ।
ଲହ ଲହ ହୋଇ ବହେ ସରିତ ।
ଏମନ୍ତ ନାଡ଼ିକି ବୋଲିବି ବାତ ।
ତଳ ଆଙ୍ଗୁଳିରେ ନାଟିକା ଯେହୁ ।
ମୋଟ ହୋଇ ଯେବେ ଲାଗିବ ସେହୁ ।
ଅତି ବ୍ୟଗ୍ର ନୋହି ଯହରା ବେଶ ।
ଏହାକୁ ବୋଲିଟି ଆମ୍ବ ପ୍ରକାଶ ।
ବକ୍ର ହୋଇ ବହେ ବାତ ପ୍ରବଳ ।
ପିତ୍ତର ନାଟିକା ଅତି ଚପଳ ।
ଆମ୍ବ ନାଟିକା ମୋଟ ଭାବେ ଗରୁ ।
ସନ୍ନିପାତ ନାଡ଼ି ବହଇ ସରୁ ।
ବିଭୋର ହୋଇଣ ପଛକୁ ପେଲି ।
ମୟୂର ପ୍ରାୟେ ଧୀରେ ଧୀରେ ଚାଲି ।
ବାତ ପିତ୍ତରେ ଶଳିମଷା ଭେଦ ।
ଏମନ୍ତ ନାଡ଼ିକି ବୋଲି ପ୍ରମୋଦ ।
କ୍ଷଣକେ ଥାଇ କ୍ଷଣକେ ନ ପାଇ ।
କ୍ଷଣକେ ଯାଇ ମୃତ୍ୟୁ ଘରେ ଥାଇ ।
ଜାଣିଲେ ନୁହଇ ବିଷମ ସନ୍ଧି ।
ଅନୁଭବ ଥିଲେ ପାରିବ ରୁନ୍ଧି ।
ସର୍ପ ଆକାରେ ବାତ ନାଡ଼ି ଚାଲେ ।
ବକ୍ର ହୋଇଣ ଉପରକୁ ପେଲେ ।
ପିତ୍ତନାଡ଼ି ଗତି ନୋହେଟି ମୋଟ ।
ଦକଦକ ଯେହ୍ନେ ମଣ୍ଡୁକୀ କଣ୍ଠ ।
ନୋହିଲେ କୁଆ ଆଖି ପ୍ରାୟ ହୋଇ ।
ମିଟି ମିଟି ହୋଇ ଚାହିଁଣ ଥାଇ ।
ଏହାକୁ ପିତ୍ତ ନାଡ଼ି ବୋଲି ଜାଣ ।
ସୁବୁଦ୍ଧି ସାଧୁ ବୈଦ୍ୟମାନେ ଶୁଣ ।
ବାତନାଡ଼ିର ଯେ ଏମନ୍ତ ଗତି ।
ଯେମନ୍ତ ପ୍ରକାରେ ଚଳଇ ହସ୍ତୀ ।
ବକ୍ର ହୋଇଣ ଉପରକୁ ଯାଏ ।
ମୁଣ୍ଡ ହଲାଇ କଙ୍କଡ଼ାର ପ୍ରାୟେ ।
ନୋହିଲେ କୁକୁଡ଼ା କଣ୍ଠ ଯେମନ୍ତ ।
ଦକ ଦକ ହୋଇ ବହେ ମରୁତ ।
ଏତେ ପ୍ରକାରେ ଯେଉଁ ନାଡ଼ି ବହେ ।
ଏକାଙ୍ଗବାତ ବୋଲି ତାକୁ କହେ ।
ବାତ ଶଳିମଷା ନାଡ଼ିର ଗୁଣ ।
କହିବା ସାଧୁ ବୈଦ୍ୟମାନେ ଶୁଣ ।
ବକ୍ର ହୋଇଣ ବହୁ ଥାଇ ବେଗି ।
ଜୋକ ପ୍ରାୟ ଦୁଇ ଆଡ଼କୁ ଲାଗି ।
ବାତ ସନ୍ନିପାତ ନାଡ଼ି ବେଭାର ।
ଏଣ୍ଡୁଅ ପ୍ରାୟେ କରି ଛାଟେ ଶିର ।
ଯେହ୍ନେ ଚଳାଇ ରାଜହଂସ ପକ୍ଷୀ ।
କୁକୁଡ଼ା ପ୍ରାୟେ ମିଟିମିଟି ଆଖି ।
ନୋହିଲେ କୁଶର ଅଗ୍ର ଯେମନ୍ତ ।
ବାତ ସନ୍ନିପାତ ନାଡ଼ି ତେମନ୍ତ ।
ଉଡ଼ଇ ବୁଡ଼ଇ ଛାଟଇ ନାଡ଼ି ।
ଡମ୍ବରୁ ଆକାରେ ନୁହଇ ଛାଡ଼ି ।
ଡିଅଁଇ ଚଞ୍ଚଳ ନାଗଇ ଛନ୍ନ ।
ଏମନ୍ତ ମଳୁ ଜୀଏ ତିନିଦିନ ।
ମନ୍ଦ ମନ୍ଦ ହୋଇ ବହଇ ନାଡ଼ି ।
କ୍ଷଣକେ ଯାଏ କଚଟିରୁ ଛାଡ଼ି ।
କ୍ଷଣକେ ବୁଡ଼ଇ କ୍ଷଣକେ ଉଦେ ।
ନଉକା ପ୍ରାୟେ ଲାଗୁଥାଏ ହାଦେ ।
ଏମନ୍ତ ମଳୁ ଅଟେ ଅଲକ୍ଷଣ ।
ମୃତ୍ୟୁ ପାଇ ତିନିଦିନେଣ ପୁଣ ।
ଯେବଣ ନାଡ଼ି ଟଳଟଳ ବେଶ ।
ସୁଖରେ ଯେସନେ ଚାଲଇ ହଂସ ।
ଡମ୍ବରୁ ଛାତି ଓହଳଇ ଦୂରୁ ।
କୁଶ ଅଗ୍ର ପ୍ରାୟେ ଲାଗଇ ସରୁ ।
ଝିଲିମିଲି ହୋଇ ନ ପାଇ କୂଳ ।
ଯେହ୍ନେ ହଲୁଥାଇ ମୟୂର ଚୂଳ ।
କ୍ଷଣ କ୍ଷଣକେ ନାନା ରୂପ ଧରେ ।
ଏମନ୍ତ ମଳୁ ତିନିଦିନେ ମରେ ।
ବାତ ଶଳିଷମା ନାଡ଼ି ବିଧାନ ।
ପାଳରୁ ଯେସନେ ଛାଡ଼ଇ ଧାନ ।
କାଠ ଭିତରେ ଥାଇ ଯେହ୍ନେ ଯୂଇ ।
ବାତ ଶଳିଷମା ଏମନ୍ତ ହୋଇ ।
ସ୍ତିରୀକି ବହୁତ ହୁଏ ଆକଟ ।
ଏମନ୍ତ ବ୍ୟାଧି ପୁରୁଷକୁ ଘାଟ ।
ପିତ୍ତରେ ଯେହ୍ନେ ଶଳିଷମା ଜଡ଼ି ।
ତର ତର ହୋଇ ଲାଗଇ ନାଡ଼ି ।
ତିନିଟିପ ଯାକ ବହଇ ସରୁ ।
ବଇଦ ହୋଇଲେ ବିଚାର କରୁ ।
ଶୀତଳ ହୋଇଣ ବହେ ପବନ ।
ଅତି କ୍ଷିର୍ନ୍ନ ଅତି ଲାଗଇ ଖିନ ।
କ୍ଷଣକେ କ୍ଷେପଇ କ୍ଷଣକେ ବୋହି ।
ପିତ୍ତ ଶଳିଷମା ଏହାକୁ କହି ।
ଚିହ୍ନ ଚିହ୍ନ ବୈଦ୍ୟ ରୋଗର ବାଟ ।
ଏମନ୍ତ ପିତ୍ତ ଯେ ସ୍ତିରୀକି ଘାଟ ।
ପିତ୍ତଶଳିଷମା ହୋଇଲେ ସ୍ତିରୀ ।
ନ ଜାଣିଲେ ଯାଇ ଅଳପେ ମରି ।
ଏମନ୍ତ ବାତ ନାଡ଼ି ଖରେ ବହି ।
ଅତି ଉଗ୍ର ଭାବେ ଚପଳ ହୋଇ ।
ତିନି ଟିପ ଏକା ପ୍ରକାରେ ବହେ ।
ଝଟକି ଲାଗଇ ବିଜୁଳି ପ୍ରାୟେ ।
ନୋହିଲେ ଲାଗେ ଶାଗୁଣା ଯେମନ୍ତ ।
ବୃକ୍ଷକୁ ଯେସନେ ପବନ ଘାତ ।
ଝାଙ୍କିଲା ଝାଙ୍କିଲା ହୋଇଣ ଥାଇ ।
ଏକାନ୍ତ ବାତଟି ଏହାକୁ କହି ।
ଏହାକୁ ବୋଲିଟି ଏକାନ୍ତ ବାତ ।
ସୁବୁଦ୍ଧି ସାଧୁ ବୈଦ୍ୟମାନେ ଚେତ ।
ସନ୍ନିପାତ ନାଡ଼ି ଦେଉଛି କହି ।
ବେଙ୍ଗ କଣ୍ଠ ପ୍ରାୟେ ହଲୁଣ ଥାଇ ।
ହଂସ ଯେହ୍ନେ ଜଳ ପହଁରିଯାଏ ।
ନୋହିଲେ ଚାଲଇ ବିଚିତ୍ର ପ୍ରାୟେ ।
ଘରଚଟିଆ ଚଢ଼େଇ ଯେମନ୍ତ ।
ଛୋଟ ଛୋଟ ହୋଇ ଡେଇଁ ତେମନ୍ତ ।
ଡିଅଁଇ ଗଡ଼ଇ କ୍ଷଣକେ ପଡ଼ି ।
ସନ୍ନିପାତ ବୋଲି ଏମନ୍ତ ନାଡ଼ି ।
ଜୋକ ଯେସନ ଦୁଇମୁଣ୍ଡି ଧରେ ।
ବାତ ନାଡ଼ି ବହେ ସେହି ପ୍ରକାରେ ।
ଜୋକର ଚାଲିବା ଭାବ ପଛକୁ ।
ଦୋହଲି ହୁଅଇ ଆଗ ପଛକୁ ।
ବେଙ୍ଗ କଣ୍ଠ ଯେହ୍ନେ ଦୁଲୁକି ଥାଇ ।
ପିତ୍ତ ନାଡ଼ି ବହେ ଏମନ୍ତ ହୋଇ ।
ନୋହିଲେ କକୁଡ଼ା ରାବ ଯେମନ୍ତ ।
ଦୁକୁ ଦୁକୁ ହେଉ ଥାଇ ତେମନ୍ତ ।
ବାତ ପିତ୍ତର ଶଳିଷମା କୋପେ ।
ଏ ନାଡ଼ି ଚାଲଇ ଏମନ୍ତ ରୂପେ ।
ତ୍ରିଭଙ୍ଗୀ ହୋଇ ଯେ ନାଟିକା ବହି ।
ସନ୍ନିପାତ ବୋଲି ଏହାକୁ କହି ।
ବାତରେ ଯେବେ ଚନ୍ଦ୍ର ଥିବ ଏକା ।
ମାନୁଷ ଗତିରେ ବହେ ନାଟିକା ।
କ୍ଷିନ୍ନ ହୋଇଣ ସରୁ ଭାବେ ବହେ ।
ମଝିରେ ଲୁଚିଣ ଗୁପତେ ରହେ ।
ପୂର୍ଣ୍ଣ ଚନ୍ଦ୍ରମା ପାଇଥିବୁ ଯେବେ ।
ସେ ନାଡ଼ି ଚାଲଇ ଏମନ୍ତ ଭାବେ ।
ଜୁଳୁଜୁଳା ପୋକ ପ୍ରାୟକ ହୋଇ ।
ଝିଲିମିଲି ହୋଇ ଲାଗୁଣ ଥାଇ ।
କ୍ଷଣକେ ବହଇ କ୍ଷଣେ ନ ମିଳି ।
ତର୍ଜନୀ ମୁଦ୍ରିକା ମଧ୍ୟ ଆଙ୍ଗୁଳି ।
ଏ ତିନି ଆଙ୍ଗୁଳି ଘେନିଣ ବୈଦ୍ୟ ।
ନାଡ଼ି ଉଚ୍ଚାରିଣ ଦେଲା ଔଷଧ ।
ନାଡ଼ି ଯେବେ ଅତି ଦେଖିବ ଭିନ୍ନ ।
ନୋହିଲେ ହିଁ ଅତି ହୋଇବ କ୍ଷିନ୍ନ ।
ହସ୍ତରେ ଯେବେ ନ ଲାଗିବ କିଛି ।
ମୃତ୍ୟୁ ଭେଦ ବୋଲି ସାହାସ୍ରେ ଅଛି ।
ଡମ୍ବରୁ ଆକାରେ ଯେବଣ ନାଡ଼ି ।
ଦୁଇ ମୁଣ୍ଡରେ ବହୁଥାଇ ମାଡ଼ି ।
ସଧିରେ ଯେବେ ନ ଲାଗିବ ଖରେ ।
ଏ ମଳୁ ମରଇ ଦୁଇ ଦିନରେ ।
ଅତି କ୍ଷିନ୍ନ ଯଦି ଲାଗିବ ନାଡ଼ି ।
କ୍ଷଣକେ ଦୃଶ୍ୟ କ୍ଷଣକେ ଯାଇ ଛାଡ଼ି ।
ପଛକୁ ଓହରି ହୋଇ ସ୍ୱଭାବେ ।
ଚନ୍ଦ୍ର ଘରକୁ ଲାଗିଯିବ ଯେବେ ।
ବୈଦ୍ୟ ତାହାକୁ କି କରିବ ଜଗି ।
ଅଳପ କ୍ଷଣ ଜୀଅଇ ଏ ରୋଗୀ ।
ହେ ବୁଧ ଜନେ ସାବଧାନେ ଶୁଣ ।
ନାଡ଼ି ଲକ୍ଷଣ ଯେ ଜାଣଇ ପୁଣ ।
ସେହି ସେ ଜାଣଇ ଆଗତ କଥା ।
ଜାଣି ନ ଜାଣଇ ନାଡ଼ି ବ୍ୟବସ୍ଥା ।
ଗିରିଜା ପତି ମହାଦେବ ଯେହୁ ।
ନାଡ଼ିର ଲକ୍ଷଣ ଜାଣନ୍ତି ସେହୁ ।
ଦେବତାମାନଙ୍କୁ ଗୋଚର ନାହିଁ ।
ନର ମାନବ ତା ଜାଣିବେ କାହିଁ ।
ଗତ ବାସନା ଆଜ୍ଞା ବାସୁଦେବ ।
ଅନୁଭବ ଯାହା ହୃଦରେ ଥିବ ।
ସେହି ସେ ଥୋକାଏ ଜାଣିବ ଏହା ।
ଅଧିକ ଅବାମୁଁ କହିବି କାହା ।
ଅଦୃଷ୍ଟି, ଅଶ୍ରୁତି ଯେବଣ କଥା ।
ଯେ ଏହା ଜାଣଇ ସେହି ବକତା ।
ତାହାଙ୍କୁ ବୋଲିବା ବିଷ୍ଣୁ ସେବକ ।
ବିଷ୍ଣୁଙ୍କ ଭକତ ସେବଣ ଲୋକ ।
ଶ୍ରୀ ଜଗନ୍ନାଥଙ୍କୁ ଶରଣ ଯାଇ ।
ଦୀନକୃଷ୍ଣ ଦାସ ସାହାସ୍ରେ କହି ।
ସେ ପ୍ରଭୁ କରୁଣା ହୋଇଲେ ଯେଣୁ ।
ବୈଦ୍ୟ ସାହାସ୍ର ମୁଁ କହୁଛି ତେଣୁ ।
ଛୁତ(୧) ଧରିବାର ଏମନ୍ତ ବିଧି ।
ତାହା କହିଦେବା ଶୁଣ ସୁବୁଦ୍ଧି ।
ସୁବୁଦ୍ଧି ସାଧୁ ବୈଦ୍ୟମାନେ ଶୁଣ ।
ନାନା ବର୍ଣ୍ଣରେ ପରିସ୍ରାବ ଗୁଣ ।
ପ୍ରଭାତେ ମୂତ୍ର ଯେ କଂସାରେ ଧରି ।
ନୋହିଲେ ମାଟି ପିହାଣରେ ଭରି ।
(୧) ଖ ପୋଥି- ମୂତ୍ର ଧରିବାର ଯେବଣ ବିଧି
ତିନି ଦଣ୍ଡ ଯାଏ ଖରାରେ ଥିବ ।
ଆଗପଛ ମୂତ୍ର (୨) ଇଡ଼ିଣ ଦେବ ।
କୁଶ ଅଗ୍ରେ ପକାଇବ ତଇଳ ।
ନୋହିଲେ ତିରଣ ଅଗ୍ର ହିଁ ଭଲ ।
ତିନି ମୁହୂର୍ତ୍ତ ଅନାଇବ ରହି ।
ଯେଉଁ ଦିଗେ ଯିବ ଯେମନ୍ତ ହୋଇ ।
ଯେଉଁ ଦିଗକୁ ଯେ ଚାଲିବ ଖର ।
ଦୃଢ଼ କରି ତାକୁ ହୃଦରେ ଧର ।
(୨) ଖ ପୋଥି- ଆଗପଛ ଦୁଇ ଇଡ଼ିଣ ଦେବ ।
ପ୍ରଭାତେ ପୂର୍ବକୁ ଚାଲିଲେ ତୈଳ ।
ଜାଣିବ ଏ ମଳୁ ହୋଇବ ଭଲ ।(୩)
ମଧ୍ୟାହ୍ନେ ଯେବେ ପଶ୍ଚିମକୁ ଯାଇ ।
ସେ ମଳୁ ଜୀଅଇ ବିରୁଦ୍ଧ ନାହିଁ । (୪)
ତିନି ପ୍ରହରେ ଉପରକୁ ଯାଏ ।
ସେ ମଳୁ ତରଇ ନ ଥାଏ ଭୟେ ।
ଆବର କଥା କହି ଦେବାଟି ଭଲ ।
ଏମନ୍ତ ପ୍ରକାରେ ଚାଲଇ ତୈଳ ।
(୩) ଖ ପୋଥି- ତେବେ ଜାଣିବ ସେ ଅଟଇ ଭଲ ।
(୪) ଖ ପୋଥି- ଭୟ ନ ଥାଇ ।
ବାତ ଯେହୁ ମଳୁ ଦେହରେ ଥାଇ ।
ସର୍ପ ପ୍ରାୟେ ହୋଇ ତୈଳ ଯାଇ । (୫)
ପିତ୍ତରେ ଅତି ଶୀଘ୍ର ଯାଏ ଚାଲି ।
ଖଣ୍ଡ ଖଣ୍ଡ ହୋଇ କାଟଇ ଜାଲି ।
ଆମ୍ୱ ଦେହେ ଟଙ୍କା ପ୍ରାୟକ ହୋଇ ।
ସଧିରେ ସଧିରେ ହୋଇଣ ଯାଇ ।
କମ୍ପୁଥିଲା ମଳୁ ଯୁଗତେ ପାଠ ।
ବିନ୍ଦୁରେ ତୈଳ ନ ଚାଲଇ ବାଟ । (୬)
(୫) ଖ ପୋଥି- ଗମଇ
(୬) ଖ ପୋଥି- ଘାଟ
ମେଣ୍ଡା ଆଖି ଗୋଟା ପ୍ରାୟେ ସ୍ୱଭାବେ ।
ଥମ୍ବିଭୂତ ହୋଇ ରହଇ ଠାବେ ।
ଅଲକ୍ଷଣ ବୋଲି ତାହାକୁ କହି ।
ଅଧିକ ଦିନ ମଳୁ ନ ରହଇ ।
ପ୍ରସାବ ଭାବ ବୁଝ ବୈଦ୍ୟଜନ ।
ବିଚାରି ବୁଝୁ ଥାଅ ମନେ ମନ ।
ଛେଳି ମୂତ୍ର ପ୍ରାୟେ ଜୋତି ଆଭାସି ।
ନୋହିଲେ ଗୋମୂତ୍ର ପ୍ରାୟେକ ଦିଶି ।
ଖର ପ୍ରାଣୀ ପ୍ରାୟେ (୧) ଦିଶିଲ ମନ୍ଦ ।
ନିଶ୍ଚୟ ଜାଣିଥା ଏ ବ୍ୟାଧି ଦ୍ୱନ୍ଦ ।
ଆବର ଅଧିକ ନ କହ କିନା ।
ଧର୍ମକେ ଏ ମଳୁ ବ୍ରତଇ ସିନା ।
ନୋହିଲେ ଆର୍ଦ୍ରାବଳୀ ପ୍ରାୟେ ଯିବ(୨) ।
ଆଦିତ୍ୟ ମଣ୍ଡଳ ପ୍ରାୟେ ଦିଶିବ ।
ନୀଳବର୍ଣ୍ଣ ପ୍ରାୟେ ବର୍ଣ୍ଣ ସ୍ୱଭାବେ ।
ଏତେ ଅଲକ୍ଷଣ ଦିଶିବ ଯେବେ ।
(୧) ଖ ପୋଥି- ଶଶା ମୂତ୍ର ପରି
(୨) ଖ ପୋଥିରେ ଅଧିକ- ନୋହିଲେ ସେ ମଳୁ ବର୍ତ୍ତିବ କାହିଁ ।
ଏକଥା ସ୍ୱରୂପ କହିଲି ମୁହିଁ
ଯେବଣ ମୂତ୍ରେ ତୈଳ ପରବେଶ ।
ଚାହୁଁ ଚାହୁଁ ଯେବେ ହୋଏ ଅଦୃଶ୍ୟ
ସେ ମଳୁ କେବେ ହେଁ ନୁହଇ ସାଧ୍ୟ ।
ବିଚାରି ବୁଝ ହେ ପଣ୍ଡିତ (୩) ବୈଦ୍ୟ ।
ଏମନ୍ତ ମଳୁ ଯେ ବ୍ରତିବ କାହିଁ ।
ପାଣ୍ଡୁର ବର୍ଣ୍ଣ ଯେ ଛୁତ ଦିଶଇ ।
କୂଳ ନ ପାଇଣ ଫୁଟେ ତୁରିତ ।
ସେ ମଳୁ ନିଶ୍ଚୟ ହୁଅଇ ହତ ।
ସୁବୁଦ୍ଧି ସାଧୁ ବୈଦ୍ୟମାନେ ଶୁଣ ।
ଧ୍ରୁବ ବୋଲି କରି ଏକଥା ଜାଣ ।
(୩) ଖ ପୋଥି- ସୁଭଦ୍ର
ହରିତକ ପ୍ରାୟେ ଦିଶିଲେ ପାଣି ।
ଏକାନ୍ତ ଆମ୍ବ ବୋଲି ତାକୁ ଜାଣି ।
କଳା ପାଣି ପ୍ରାୟେ ଦିଶିବ ଯେବେ ।
ବାତ ଶଳିଷମା (୪) ବୋଲିବ ତେବେ ।
ପାଣ୍ଡୁର ବର୍ଣ୍ଣ ଦିଶିଲେ ଉପମା ।
ତାହା ଜାଣିମ ବାତ ଶଳିଷମା ।
ପାଣିରେ ଯେବେ ତଇଳ ପକାଇ ।
ଚାରିଦିଗକୁ ଏକାବେଳେ ଯାଇ ।
(୪) ଖ ପୋଥି- ସନ୍ନିପାତ
ସେ ମଳୁ କେବେ ହେଁ ଭଲ ନୁହଇ ।
ଶୁଣ ହେ ବୈଦ୍ୟ ସାବଧାନ ହୋଇ । (୫)
ତଇଳ ଯେବେ ଦକ୍ଷିଣକୁ ଯାଇ ।
ନୋହିଲେ ଉତ୍ତର ଦିଗେ ଗମଇ ।
ଇଶାନେ ଯାଉ କି ବାୟବେ ଯାଉ ।
ପଶ୍ଚିମେ ଗଲେ ନ ବ୍ରତଇ ଆଉ ।
ଆବର ଛୁତ ବୁଝ ପରିମାଣି ।
ଯେହ୍ନେ ଦିଶୁଥାଇ ବରଷା ପାଣି ।
(୫) ଖ ପୋଥି- କେବେହେ ସେ ମଳୁ ନୁହଇ ସାଧ୍ୟ ।
ସାବଧାନ ହୋଇ ଶୁଣ ହୋ ବୈଦ୍ୟ ।
ନୋହିଲେ ଘୋଡ଼ାର ଛୁତ ଯେସନ ।
ହସ୍ତୀ ମୁତ ପ୍ରାୟେ ଦିଶଇ ବର୍ଣ୍ଣ ।
ଶଶାମୁତ ପ୍ରାୟେ ଦିଶିବ ଯେବେ ।
ତ୍ରିଦୋଷ ସନ୍ନିପାତ ବୋଲି ତେବେ ।
ବାତ ଦେହ କଥା ଏମନ୍ତ ଜାଣି ।
ପାଣ୍ଡୁର ବର୍ଣ୍ଣ ଦିଶୁଥାଇ ପାଣି ।
ପିତ୍ତରେ ରକତ ବର୍ଣ୍ଣ ଆଭାସି ।
କଫ ଥିଲେ ଏହି ରୂପେ ପ୍ରକାଶି । (୧)
(୧) ଖ ପୋଥି- ପିତ୍ତରେ ରକତ ବର୍ଣ୍ଣ ଆଭାସ ।
କଫ ଥିଲେ ଫେନ ହୁଏ ପ୍ରକାଶ ।
କଳାବର୍ଣ୍ଣ ଯେବେ ଦିଶିବ ପାଣି ।
ସନ୍ନିପାତ ବୋଲି ଏହାକୁ ଜାଣି ।
ବାତ ବେଳେ ସର୍ପଗତିରେ ଗମେ ।
ପିତ୍ତରେ ଅତିବେଗ (୨) ହୋଇ ଭ୍ରମେ ।
ଖଣ୍ଡ ଖଣ୍ଡ ହୋଇ ଛିଡ଼ଇ ଯେବେ ।
ଜାଲି ଫାଶ କଲେ (୩) ଯେମନ୍ତ ଭାବେ ।
ଏକାନ୍ତ ବାତ ଯେଉଁ ଦେହେ ଜାଣି ।
ପାଣ୍ଡୁର ବର୍ଣ୍ଣ ଦିଶୁଥାଇ ପାଣି ।
(୨) ଖ ପୋଥି- ଖର
(୩) ଖ ପୋଥି- ଜାଲ ପାତିଥାଇ
ନୋହିଲେ ସୁବର୍ଣ୍ଣ କଣିକା ମତ ।
ଘୋଳ ଦହି ପ୍ରାୟ ଦିଶଇ ଛୁତ ।
ତଇଳ ତହିଁ ପକାଇବ ଯେବେ ।
ବାଙ୍କ ବାଙ୍କ ହୋଇ ରହଇ ଠାବେ ।
ଏକାନ୍ତ ବାତର ଏମନ୍ତ ଗୁଣ ।
ସନ୍ତୋଷ ହୋଇ ବୈଦ୍ୟଜନେ ଶୁଣ ।
ଯେବେ ହୋଇଥାଇ ଏକାନ୍ତ ପିତ୍ତ ।
ତଇଳ ଦିଶଇ ଜୋକ (୪) ରକତ ।
(୪) ଖ ପୋଥି- କଞ୍ଚା
ଚଞ୍ଚଳ ହୋଇ ଉଡ଼ିଯାଇ ଖରେ ।
ସଧୀର ହୋଇ ନ ରହଇ ତାଳେ । (୫)
ଖଣ୍ଡ ଖଣ୍ଡ ହୋଇ ଛିଡ଼ିଣ ଯାଇ ।
ଏକାନ୍ତ ପିତ୍ତଟି ଏହାକୁ କହି ।
ଏଥକୁ ସାନ୍ତ୍ୱନା କର ଯୁଗତ ।
ପଇଡ଼ ପାଣି ଯେ ପଖାଳ ଭାତ ।
ଆବର ଚନ୍ଦନ ହଳଦୀ ଲେପ ।
ଯେମନ୍ତ ଛାଡ଼ଇ ହୃଦର ତାପ । (୬)
(୫) ଖ ପୋଥି- ତଇଳ ପଡ଼ନ୍ତେ ଉଡ଼ଇ ଖରେ ।
ଦୁଗ୍ଧ ଉତୁରଇ ଯେଉଁ ପ୍ରକାରେ
(୬) ଖ ପୋଥି- ଦେହ ଉତ୍ତାପ
କଫ ଶଳିଷମା ଯେବଣ ଜନ ।
ଛୁତ ଦିଶୁଥାଇ ଶୁକଳ ବର୍ଣ୍ଣ ।
ସ୍ପଟିକ ପ୍ରାୟେ ହୋଇ ଗୋଟି ଗୋଟି ।
ଫେଣ ପ୍ରକାଶଇ ଭିତରୁ ଫୁଟି ।
ତଇଳ ଆଦିତ୍ୟ ପ୍ରାୟେକ ଦିଶି ।
ନ ଚଳେ ମୁଣ୍ଡିଆ ପ୍ରାୟେ ଆଭାସି ।
ଏକାନ୍ତ କଫର ଏହି ବେଭାର ।
ଏମନ୍ତ ମଳୁକୁ ଉପାସ କର ।
ପୋଡ଼ା ଦେଇ ଦେବ କୋଳଥ ମଣ୍ଡ ।
ପାଞ୍ଚନ ଏଥକୁ ବିହିବ ଦଣ୍ଡ ।
ତହିଁ ଉତ୍ତାରେ ରସ ଦେବ ନେଇ ।
ବାତ ପିତ୍ତ ଯାହା ଦେହରେ ଥାଇ ।
ପାଣି ଦିଶୁଥାଇ ରକତ ଭଳି ।
ହଳଦୀରେ ଯେହ୍ନେ ରୁଧିର ବୋଳି ।
ଛୁତ ଏମନ୍ତ ପ୍ରାୟେ ଯେବେ ଦିଶି ।
ନୋହିଲେ ପଚା ବର୍ଣ୍ଣ ପ୍ରାୟେ ଦିଶି ।
ଫୁଟଇ ନାହିଁ ନ ବାନ୍ଧଇ ଜାଲି ।
ବାତ ପିତ ହାଦେ ଏହାକୁ ବୋଲି ।
ତାଟିଆକ ଯାକ ଘୋଟଇ ସବୁ ।
ଏମନ୍ତ ମଳୁକୁ ପଖାଳ ଦେବୁ ।
ପଇଡ଼, ପଣା, ଚନ୍ଦନ, ହଳଦୀ ।
ଏମନ୍ତ ପ୍ରକାରେ ସାନ୍ତ୍ୱନା ବିଧି ।
ବାତରେ ଯେମନ୍ତ ଶ୍ଲେଷମା ଭେଦ ।
ଏମନ୍ତ ମଳୁ ଟି ବଡ଼ ପ୍ରମାଦ ।
ଏ ମୁତ ପାଣ୍ଡୁର ସ୍ୱଭାବ ଜାଣି ।
ନୋହିଲେ ଦିଶିବ ପଇଡ଼ ପାଣି ।
ଘୋଳପଡ଼ି ଫେଣ ଉପରେ ଥାଇ ।
ତଇଳ ରହଇ ନିଚଳ ହୋଇ ।
ବାତ ଶଳିଷମା ବ୍ୟାଧିର ଭାବ ।
ଦଶମୂଳ ଘେନି ପାଞ୍ଚନ ଦେବ ।
ଚିକିତ୍ସା କରି ଧରିଥିବ ପଥି ।
ବଳିଆର ଯେବେ ଦେଖିବ ଏଥି ।
ବ୍ୟାଧିକି ଟାକି ବେଗେ ଦେବ ରସ ।
ତେବେ ଯେ ଏଥିରେ ରହଇ ଯଶ ।
ପିତ୍ତରେ ଭେଦ ଶଳିଷମା ଜାଣି ।
ମୁତ ଦିଶୁଥାଇ ବରଷା ପାଣି ।
ଛିଦ୍ର ହୋଇଣ ପଡ଼ିଥାଇ ଜଳ ।
ପାଣି ଦିଶୁଥାଇ ଅତି ନିର୍ମଳ ।
ତଇଳ ପଡ଼ିଲେ ଚାଲଇ ଛନ୍ଦେ ।
ଜାଣି ପ୍ରାୟ ହୋଇ ପରଳ ବାନ୍ଧେ ।
ଦୋଷ ବ୍ୟାଧି ବୋଲି ଏହାକୁ କହି ।
ଏହାକୁ ଚିକିତ୍ସା କରିଣ ଥାଇ ।
ଆକଟ କରି ଏ ବ୍ୟାଧିକି ଦଣ୍ଡ ।
ପୋଡ଼ାଦେଇ ଦେବ କୋଳଥ ମଣ୍ଡ ।
ଚତୁର୍ଦ୍ଦଶାଙ୍ଗ ଯେ ଅଳାହି ବିଧି ।
ଏମନ୍ତେ ଏ ବ୍ୟାଧି ହୁଅଇ ସାଧି ।
ଆମ୍ବବାତର ପରିସ୍ରାବ ଚିହ୍ନ ।
ମଦ୍ୟ ଘୋଳ ପ୍ରାୟେ ଦିଶଇ ବର୍ଣ୍ଣ ।
ତଇଳ ଦେଲେ ଥମ୍ବିଭୂତ ହୁଏ ।
ଚିହ୍ନ ଗୋଟି ପ୍ରାୟେ ହୋଇଣ ରହେ ।
ମେଣ୍ଢା ଆଖି ପ୍ରାୟେ ଯେସନେ ଚାହିଁ ।
ନୋହିଲେ ତଇଳ ବୁଡ଼ି ପଡ଼ଇ ।
ଦୋଷ ଭେଦ ବୋଲି ଏମନ୍ତ ଜାଣ ।
ଝାମ୍ପ ଦେଇ କର ପୋଡ଼ା ଭିଆଣ ।
ବାତ ପିତ୍ତ ଯେବେ ହୁଅନ୍ତି ଭେଟ ।
ଦେହ ହେଉ ଥାଇ ଦଗଧ ରେଟ ।
କରଚରଣ ପୁଡୁଥାଇ ଯାର ।
ରାତ୍ର ଦିବସ କରୁଥାଇ ଜ୍ୱର ।
ପରିସ୍ରାରେ ଯେବେ ତଇଳ ପଡ଼ି ।
ପବନ ପ୍ରାୟେ ବେଗେ ଯାଇ ଉଡ଼ି ।
ଏଥକୁ ସାନ୍ତ୍ୱନା କରି ସମ୍ଭାଳ ।
ହଳଦୀ ପଇଡ଼ ପଣା ପଖାଳ ।
(ପିତ୍ତରେ ଭେଦ ଶଳିଷମା ଜାଣି । ମୂଚ ଦିଶୁଥାଇ ବରଷା ପାଣି) ଠାରୁ (ଚଇଳ ହୋଇଲେ ଏମନ୍ତ ବର୍ଣ୍ଣ । ସେ ମଳୁ ମରଇ ଧ୍ରୁବ ବଚନ) ପର୍ଯ୍ୟନ୍ତ ଖ ପୋଥିରେ ନାହିଁ ।
ବସା ଦହି ଦେଇ ତୋଷିବା ମନ ।ଦେହରେ ବୋଳିବା ବାସି ଚନ୍ଦନ ।ବାତ ପିତ୍ତ ଯେବେ ଅଧିକ ହୋଇ ।ପୁତ୍ରକୁ ଯେସନେ ସେନେହ ପାଇ ।ସେହି ଭାବେ କର ସାନ୍ତ୍ୱନା ମତ ।ହଳଦୀ ଚନ୍ଦନ ପଖାଳ ଭାତ ।ପଇଡ଼ ପଣା ବସା ଦହି ନେଇ ।ନବାତ ଧଣିଆ ମୁଥା ହିଁ ଦେଇ ।ଚତୁର୍ଜାତକ ଯେ କରିବ ପୁଣ ।ଏତେ ପ୍ରକାରରେ ଲୋଡ଼ିକି ଆଣ ।ପଇଡ଼ ଜଳ ପରିସ୍ରାବ ଜାଣି ।ନୋହିଲେ ଦିଶଇ ନଦୀର ପାଣି ।ତଳେ ଘୋଳ ପଡ଼ି ତାପରେ ଫେଣ ।ତଇଳ ପଡ଼ିଲେ ହେବ ଆରଣ ।ବାତ ନାଡ଼ି ଜୀର୍ଣ୍ଣ ହୋଇ ପ୍ରସରେ ।ଦୁଇଶ ଦଣ୍ଡରେ ଏ ମଳୁ ମରେ ।ଆଦିତ୍ୟ ବର୍ଣ୍ଣ ଯେଉଁ ପାଣି ଦିଶି ।ଉପରେ ତାର ଫେଣ ଥାଇ ମିଶି ।ପିତ୍ତ ନାଡ଼ି ବୋଲି ଚିହ୍ନି ବିଚାରି ।ତିନିଶ ଦଣ୍ଡରେ ଏ ମଳୁ ମରି ।ଯେବଣ ମୂତ୍ର କଳା ପାଣି ପ୍ରାୟେ ।ତଇଳ ପଡ଼ିଲେ ନିଚଳେ ରହେ ।ଦେହେ ତାର ତୃଷା କେ କରୁଲେଖା ।ଭିତରେ ହାଡ଼ କମ୍ପୁଥାଇ ଏକା ।ଜିଭ ଶୁଖି ଯେବେ ହୁଅଇ କାଠ ।ବ୍ୟାଧି ହୁଅଇ ବେନିପାଦ ପୁଷ୍ଟ ।ମେରୁକୁ ବୋଲି ହେଉଥାଇ ବିନ୍ଧି ।ଘୋଳି ଡମ୍ବରୁ ହାଡ଼ମାନ ସନ୍ଧି ।ଏମନ୍ତ ବ୍ୟାଧି ଘୋଟିବ ଯାହାକୁ ।ମହା ସନ୍ନିପାତ ବୋଲି ତାହାକୁ ।ଅନ୍ନ ନ ରୁଚଇ ମନ ବିଭଙ୍ଗ ।ଅନୁବରତେ ପୋଡ଼ୁଥାଇ ଅଙ୍ଗ ।କଣ୍ଠ ଅଗ୍ରତେ କମ୍ପ ମହାତୃଷା ।ଲୋକ ନ ଚିହ୍ନଇ କେବଳ ଭାଷା ।ଏମନ୍ତ ପ୍ରକାରେ ଯେ ବ୍ୟାଧି ହୋଇ ।ବୈଦ୍ୟ କି କରିବ ଔଷଧ ଦେଇ ।ଯେ ଯେଡ଼େ ବୈଦ୍ୟ ହୋଇକିନା ସାକ୍ଷୀ ।ଏମନ୍ତ ମଳୁକୁ ନୁହଇ ରଖି ।ପାଣ୍ଡୁ ବର୍ଣ୍ଣ ଯେବେ ପାଣି ପ୍ରକାଶି ।ସୁବର୍ଣ୍ଣ କଣିକା ପ୍ରାୟେକ ଦିଶି ।ମଳ ପାଣି ପ୍ରାୟେ ଦିଶିବ ଯେବେ ।ଏମନ୍ତ ମଳୁ ନ ବ୍ରତଇ ଭବେ ।ଆରେକ କଥାଏ କହିବା ଶୁଣ ।ବାତ ପିତ୍ତ ବ୍ୟାଧି ଯେମନ୍ତ ଗୁଣ ।ଅଙ୍ଗରୁ ଏ ବ୍ୟାଧି ହୁଅଇ ଜାତ ।ପାଣ୍ଡୁର ବର୍ଣ୍ଣ ଦିଶୁଥାଇ ଛୁତ ।ତଇଳ ପଡ଼ିଲେ କୂଳ ନ ପାଇ ।ଦକ୍ଷିଣ ଦିଗକୁ ଅଳପ ଯାଇ ।ଦକ୍ଷିଣେ ଯେବେ ଚାଲଇ ତଇଳ ।ଏ ବ୍ୟାଧି କେବେ ହେଁ ନୁହଇ ଭଲ ।ଅସାଧ୍ୟ ବ୍ୟାଧି ଏ ଅଟଇ ଜାଣ ।ଆବର କଥାଏ କହିବା ଶୁଣ ।ଯେବଣ ଛୁତରେ ତଇଳ ଦେବ ।ଧନୁ ପ୍ରାୟ ହୋଇ ବାଙ୍କିଣ ଯିବ ।ନୋହିଲେ ହୋଇବ ଖଡ଼ଗ ପ୍ରାୟେ ।ବାଡ଼ି ମୋଟ ପ୍ରାୟେ ହୋଇଣ ଯାଏ ।ନୋହିଲେ ତ୍ରିଶୂଳ ପ୍ରାୟେକ ହୋଇ ।ମୂଷଳୀ ଭାବେଣ ଚଳିଣ ଯାଇ ।କୀଟ ପୋକ ବାଙ୍କେ ଚଳିଣ ଯାଇ ।କାଣ୍ଡଶର ପ୍ରାୟେ ଯେସନ ହୋଇଅସାଧ୍ୟ ବ୍ୟାଧି ଶୁଣ ବୈଦ୍ୟ ଜନେ ।ଏ ମଳୁ ମରଇ ଅଳପ ଦିନେପାଣିରେ ତୈଳ ଯିବ ଶଙ୍ଖ ଭାବେ ।ପଦ୍ମଫୁଲ ପ୍ରାୟ ରହିବ ଯେବେହସ୍ତୀ ଗୋଟା ପ୍ରାୟ ହୋଇ ସ୍ୱଭାବ ।ନୋହିଲେ ଅଶ୍ୱର ଆକାରେ ଯିବଏତେ ଲକ୍ଷଣ ଯେ ପ୍ରାଣୀର ଥାଏ ।ସେ ମଳୁ ମରଇ ନାହିଁ ସଂଶୟେଯେବଣ ପାଣିରେ ତଇଳ ଦେଇ ।କଇଁଛ ପରାୟେ ହୋଇଣ ଯାଇନୋହିଲେ ଦିଶଇ ମଣ୍ଡୁକୀ ପ୍ରାୟେ ।ନୋହିଲେ ମାଛର ପ୍ରାୟେକ ଯାଏତଇଳ ହୋଇଲେ ଏମନ୍ତ ବର୍ଣ୍ଣ ।ସେ ମଳୁ ମରଇ ଧ୍ରୁବ ବଚନଯେବଣ ଛୁତରେ ତଇଳ ଦେବା ।ହସ୍ତୀ ପ୍ରାୟ ହୋଇ ଗମିବ ଅବା (୧)ନୋହିଲେ ଛତା ଗୋଟି ପ୍ରାୟେ ଭାସେ ।ବକ ପୁଚ୍ଛ ପ୍ରାୟେ ହୋଇଣ ଦିଶେ ।ଯୋକମାଳ ପ୍ରାୟ ସ୍ୱରୂପ ଭାବେ ।କୁଆଗୋଟା ପ୍ରାୟେ ଦିଶିବ ଯେବେଯେଉଁ ଛୁତେ ଥିବ ଏମନ୍ତ ଭେଦ ।ଦୋଷ ବୋଲି ତାକୁ ବୋଲିବ ବୈଦ୍ୟ(୧) ଖ ପୋଥି- ଯେବଣ ଛୁତରେ ତଇଳ ଦେବା ।ହଂସ ପରି ହୋଇ ରହିବ ଅବା ।ନୋହିଲେ କ୍ଷେତ୍ର ଗୋଟିକ ସ୍ୱଭାବେ ।ବକ ପରି ହୋଇ ରହିବ ଯେବେ ।ନୋହିଲେ କଫ ସ୍ୱରୂପ ଭାବେ ।କାକ ଗୋଟା ପରି ଦିଶିବ ଯେବେ ।ଯେଉଁ ଭୂତେ ଥିବ ୟେତେକ ଭେଦ ।ଦୁଷ ବୋଲି ତାକୁ ଜାଣ ହୋ ବୈଦ୍ୟ ।ଏଥକୁ ପୋଡ଼ା ପାଞ୍ଚନ ପ୍ରକାଶ ।ବଳିଆର କଲେ ବିହିବ ରସଯେବଣ ପାଣି ନିରିମଳ (୨) ଦିଶି ।ଆବର ବହଳ ହୋଇ ପ୍ରକାଶିନିଚଳେ ତଇଳ ଚଳଇ ନାହିଁ ।ତ୍ରିଦୋଷ ବୋଲିଣ ଏହାକୁ କହିଏଥକୁ ପାଞ୍ଚନ ପଥି ସଂଯୋଗ ।ଯେମନ୍ତେ ସାଧନ ହୋଇବ ରୋଗଯେବଣ ପାଣି ରକ୍ତବର୍ଣ୍ଣ ଦିଶି ।ପିତ୍ତରେ ଏମନ୍ତ ଜ୍ୟୋତି ଅଭ୍ୟାସି(୨) ଖ ପୋଥି- ନୀଳବର୍ଣ୍ଣତଇଳ ପଡ଼ିଲେ ତରଳେ ଯାଇ ।ସାନ୍ତ୍ୱନା କଲେ ସେ ଏହାକୁ ପାଇସ୍ୱାହାନ, ହଳଦୀ, ସଜ ପଖାଳ ।ଏମନ୍ତ ପ୍ରକାରେ ମଳୁକୁ ତାର(୧)ଯେବଣ ଦିଶଇ ଖଇର ପାଣି ।ଦୋଷ ଭେଦ ବୋଲି ୟେହାକୁ ଜାଣିତୋରାଣୀ ପ୍ରାୟେ ଦିଶେ ଯେଉଁ ଛୁତ ।ତଇଳ ଦେଲେ ରହେ ସ୍ତମ୍ଭୀଭୂତ(୧) ଖ ପୋଥି - ପାଳଦୋଷ ଭେଦ ବୋଲି ଜାଣିମା ୟେଥି ।ଉପାସ କରାଇ ଧରିବା ପଥିଦଶମୂଳରେ ଅଜହି ପ୍ରକାଶ ।ତହିଁ ନ ଛାଡ଼ିଲେ ଦେବାକ ରସଛୁତ ଦିଶିବ ହଳଦିଆ ମହୁ ।ତଇଳ ନିଶ୍ଚଳ ହୋଇଣ ରହୁସୁବୁଧି ସାଧୁ ବୈଦ୍ୟ ଜନେ ଶୁଣ ।ଏହାକୁ ବୋଲିକି ଆମ୍ବ ଅଜୀର୍ଣ୍ଣପ୍ରଥମେ ଦେହ କରାଇବେ ଭେଦ ।ତକ୍ଷଣି (୨) କରାଇ ଦେବ ଔଷଧଯେବଣ ପାଣି ଦିଶେ ବସାଦହି ।ତଇଳ ପଡ଼ନ୍ତେ ନିଶ୍ଚଳେ ରହିଦୋଷ ସନ୍ନିପାତ ଏ ମହାରୋଗ ।ଏଥକୁ ଔଷଧ ପଥି ସଂଯୋଗପାଦେ ଦୋଷ ଥିଲେ ପଥିରେ ଯାଇ ।ବେନି ପାଦରେ ଦଶମୂଳ ଖାଇ(୨) ଖ ପୋଥି - ଚିକିତ୍ସାତିନି ପାଦ ଥିଲେ ଅଳହି ଦେବ ।ଚାରିପାଦରେ ରସ ବଡ଼ି ନେବ ।ଏ ବ୍ୟାଧି ସ୍ୱଭାବେ ଅଟଇ ଟାଣ ।ଦୋଷ ବୋଲି କି ବୈଦ୍ୟଦାନେ ଜାଣଏହି ବର୍ଣ୍ଣେ ଯେବେ ଦିଶିବ ପାଣି ।ଶ୍ୱାସରେ କାଶ କରୁଥିବ ଟାଣିବାଡ଼ି ନୁହଇ ପେଟ ମୁଣ୍ଠ ଗରୁ ।କିଅବା ନୋହିଲେ ତୃଷା ହିଁ କରୁଭିତରେ ହାଡ଼ କମ୍ପୁଥାଇ ରୋଷେ ।ଦିହ ଡାହା ଦିଏ ରାତ୍ର ଦିବସେଏତେ ପ୍ରକାରେ ଯେଉଁ ମଳୁ ହୋଇ ।ସେ ମଳୁ କେବେ ହେଁ ସାଧ୍ୟ ନୁହଇଏମନ୍ତ ମଳୁକୁ ଶ୍ରୀହରି ସାଖା ।ଆଉମାନେ କେହି ନୁହନ୍ତି ରକ୍ଷାସେ ପ୍ରଭୁ ଚରାଣେ ନିତ୍ୟ ମୋ ଆଶ ।ବୈଦ୍ୟ ସାହାସ୍ର କଲେ କୃଷ୍ଣ ଦାସ ।ଚନ୍ଦନାଦି ପାଚନଛୁତ ପରୀକ୍ଷା ଏହିଠାରେ ଗଲା ।ପାଞ୍ଚନ ମହିମା କହିବା ଭଲାଗର୍ଭିଣୀ ସ୍ତିରୀମାନଙ୍କର ଜ୍ୱର ।ତହିଁକି ଏମନ୍ତ ଔଷଧ କରଦିବ୍ୟ ବଚନ ଏ ଅତି ଉପମ ।ଏହାକୁ ବୋଲି ଚନ୍ଦନାଦି ନାମମୁଥା ମା୬ଢ଼ ହୋଇବ ଯେତେ ।ରକତ ଚନ୍ଦନ କରିବା ତେତେପାପଡ଼ା ମା୬ଢ଼ ତହିଁରେ ଭରି ।ପାଟେଳି ମା୬ଢ଼ ଯତନ କରି ।କଟୁକୀ ମା୬ଢ଼ ଯତନ କରି ।ପାଣି ଅଷ୍ଟ ହି ମାଣିକାରେ ଭରି ।ହାଣ୍ଡିରେ ଭରି ଶିଝାଇବ ନେଇ ।ପାଣି ରହିବ ମାଣିକାଏ ତହିଁ ।ମହୁ ପରୀକ୍ଷ ଯେ ଏଥକୁ କର ।ଗର୍ଭିଣୀ ସ୍ତିରୀର ଛାଡ଼ିବ ଜ୍ୱର ।ଶଳିଷମା ଜ୍ୱର ବିଧିର ଗୁଣ ।ତହିଁକି ପାଞ୍ଚନ କହିବା ଶୁଣଯେଉଁ ଦିନ ଅଙ୍ଗେ ଘେନିମ ଜ୍ୱର ।ସେ ଦିନ ନିଶିରେ ଉପାସ କରଆରଦିନ କର ପାଞ୍ଚନ ବିଧି ।ତହିଁକି ଔଷଧ କହିବା ସିଦ୍ଧିଅଙ୍କରାନ୍ତି ବୃକ୍ଷ ଆଣିମ ଯାଇ ।ଲହ ବ୍ୟାଙ୍କୁଡ଼ି ଯେ ଗୁଳୁଛି ଦେଇଶୁଣ୍ଠି ଇନ୍ଦ୍ରଯବ ଏ ଚିରାଇତା ।ଦୁର୍ଲଭା ରକତ ଚନ୍ଦନ ଚିତା ।ପୋଟଳପତ୍ର ମୁଥା ସମତୁଲ ।ଦ୍ରବ୍ୟ ଯେ ଘେନ ଦୁଇ ଦୁଇ ମାଢ଼ଅଷ୍ଟାବଶେଷ ଯେ ପାଣିରେ ମାଗି ।ପିପ୍ପଳୀ ପରୀକ୍ଷେ ଭକ୍ଷିବା ବେଗିଆମ୍ବବାତ ପିତ୍ତ ଏ ଶଳିଷମ ।ବାଡ଼ି ପେଟ ବ୍ୟଥା କାଶ ମଧ୍ୟମ ।ଛୁତ ପରୀକ୍ଷା ....ଠାରୁ ଗର୍ଭିଣୀସ୍ତିରୀର ଛାଡ଼ିବ ଜ୍ୱର ପର୍ଯ୍ୟନ୍ତ ଖ ପୋଥିରେ ନାହିଁ ।କଣ୍ଟାଧିପାଚନ (କଷ୍ଟାଧି)କଣ୍ଟାଧି ପାଚନ ନାମ ଓଷଧ ।ତିନି ଦିନ କଲେ ହୁଅଇ ସାଦ୍ଧଏକାନ୍ତ ଶଳିଷମା ଜ୍ୱର କଲେ ।ତହିଁକି ପାଞ୍ଚନ କହିବା ଭଲେଲହ ବ୍ୟାଙ୍କୁଡ଼ି, ଅଙ୍କରାନ୍ତି ଘେନି ।ଗୁଳୁଚି, ମୁଥା, ଚିରାଇତା ତିନି ।ଗୋଖୁରା ସାଳପନ୍ନି ଆଦିମତେ ।ଶୁଣ୍ଠି କୁରୁବେଲି ମୁଥା ସହିତେଦ୍ରବ୍ୟକେ ଘେନିଣ ପନ୍ଦର ଚିନା ।ଅଷ୍ଟ ଅବଶେଷ କରିବ କିନା,ଚିତାଇତା ପାଞ୍ଚନ ଭିଆଣ ଯାହା ।ମହୁ ପରି ଯେ ପିଆଇବ ତାହା ।ବାତ ପିତ୍ତ ଜ୍ୱର ଯେ ଅବା ଥାଇ ।ଏତେକ କଲେ ଯେ ସାନ୍ତ୍ୱନା ପାଇ ।ଏତେକେ ଯିବ ଶଳିଷମା ବ୍ୟାଧି ।କେ ହଣସି ମତେ (୧) ନୋହିବାକ ସାଧି(୧) ଖ ପୋଥି- କେହୁଣି ପ୍ରକାରେପୁଣି ହି ଯେବେ ନ ଛାଡ଼ିବ ଜ୍ୱର ।ତ୍ରିଫଳା ପାଞ୍ଚନ ଭିଆଣ କରନିରନ୍ତରେ ଜ୍ୱର କରଇ ଯେବେ ।ଏକାନ୍ତ ଶଳିଷମା ବୋଲିବ ତେକେଅନ୍ତର୍ଗତୁ ଜ୍ୱର ଛାଡ଼ଇ ନାହିଁ ।ଦଣ୍ଡକେ ଦେହ ସ୍ତମ୍ଭୀଭୂତ ହୋଇନିରନ୍ତରେ ଦେହ ଗରୁ ପ୍ରକାଶି ।ଅଳପ ଶୀତ ଲାଗୁଥାଇ ଆସିଅରୁଚି କରି ଦେହ ଜାଳା ଯାଣି ।ନାସା ଚକ୍ଷୁରୁ ବହୁଥାଇ ପାଣି ।ବେନି ଚକ୍ଷୁ ତାର ଗଭୀର ଦିଶି ।ଅଳପ ଭାବେ ଆସୁ ଥାଇ କାଶି ।ଏତେ ବ୍ୟାଧି ଥାଇ ଯେଣେ ଜ୍ୱର ।ତାକୁ ବୋଲି ସନ୍ନିପାତ ନିକରଏଥକୁ ପାଞ୍ଚନ ଦିଅ ବିଚାରି ।ପ୍ରଥମ ଦିନ ସେ ଉପାସ କରି ।ସେ ଦେହ ପୁଣି କରାଇବ ଭେଦ ।ତହିଁ ଉତାରେଣ ଦେବା ଔଷଧ ।ପଳାଶ ପତ୍ର ଯେ ତ୍ରିଫଳା ବେନି ।ବାସଙ୍ଗ ମୂଳ ଗୁଳୁଚିକି ଘେନିକଟୁକି ବେଗ ଯେ କର ରଞ୍ଚନା ।ଦ୍ରବ୍ୟ କେ ଘେନିମ ପନ୍ଦରଚିନାଅଷ୍ଟ ଅବଶେଷ ପାଣିରେ ଭରି ।ପିପ୍ପଳୀ ପରୀକ୍ଷ ବିଶେଷ କରିଏହି ପ୍ରକାରେ ତିନି ଦିନ କର ।ତେବେ ସେ ଛାଡ଼ିବ ଶଳିଷମା ଜ୍ୱରଦୀନକୃଷ୍ଣ ଦାସ କହୁଛି ଯାହା ।ସୁବୁଧି ଜନେ ହେତୁ କର ତାହା ।ଏକାନ୍ତ ଆସୁ ଜ୍ୱର ହୋଏ ଯେବେ ।ତହିଁକି ପାଞ୍ଚନ କହିବା ଏବେଏକାନ୍ତ ଆମ ଜ୍ୱର, ଏକାନ୍ତ ସନ୍ନିପାତ ଜ୍ୱରକଟୁବି ମୃଗାମୂଳ ଆଦି ଘେନି ।ପଳିତା ପତ୍ର ରକତ ଚନ୍ଦନୀ ।ଅକାନବିନ୍ଧି ମୂଳ ଆଦି ଭରି ।ଗୁଳୁଚି ବିହିବ ଯତନ କରି ।ଆମ ଜ୍ୱରକୁ ଏ ଦିବ୍ୟ ପାଞ୍ଚନ ।କରସି ଲେଖାଏ ଏ ଦ୍ରବ୍ୟ ଘେନ ।ଅଷ୍ଟ ଅବଶେଷ କରି ପିଇବ ।ପିପ୍ପଳୀ ପରୀକ୍ଷ ମଳୁକୁ ଦେବ ।ତିନିଦିନ ଏହା ପିଇବ ଯେବେ ।ଆମ୍ବଜ୍ୱର ବ୍ୟାଧି ଖଣ୍ଡିବ ତେବେ ।ଏକାନ୍ତ ସନ୍ନିପାତ ଜ୍ୱର ଗୁଣ ।ତହିଁର ମହିମା କହିବା ଶୁଣ ।ନିରନ୍ତରେ ଜ୍ୱର ଘେନିଣ ଥାଇ ।ଶୀତ ଲାଗୁଥାଏ ଅଳପ ହୋଇକପାଳ ସର୍ବାଙ୍ଗ କରଇ ବ୍ୟଥା ।ଗଦ ଗଦ କରି କହରି କଥାକ୍ଷଣ କ୍ଷଣକେ ତୁଣ୍ଡ ଯାଇ ଶୁଖି ।ରକତ ବର୍ଣ୍ଣ ଦିଶୁଥାଇ ଆଖି ।ସର୍ବାଙ୍ଗ ବ୍ୟଥା ଘେନି ବେନିକର୍ଣ୍ଣ ମୂଳ ।ଦେହରୁ ବାହାର ନୁହଇ ଝାଳ ।କାଶ ଶ୍ୱାସ ସହ ଅରୁଚି ଆଶା ।ମୁଖରେ କହଇ ବିଭଳ ଭାଷାମଳ ମୂତ୍ର ତାର ବଡ଼ କଠିଣ ।ହେମ ଲାଗୁଥାଇ କର ଚରଣ । (୧)(୧) ଖ ପୋଥି- ଜିଭ ଶୁଖିଣ ଖଙ୍କାର କଠିଣ ।ହେବ ଖରା ଲାଗେ କର ଚରଣ ।ପାଦ ପାଣି ଆଉ ନିବ୍ରତ ନୋହେ ।ସର୍ବାଙ୍ଗ ମଥା କଟକଟ ହୋଏ ।ମଳମୂତ୍ର ଝାଳ କିଛି ହିଁ ନାହିଁ ।କ୍ଷଣ କ୍ଷଣ ଯେ ଝାମଯାଉ ଥାଇପେଟ ମୁଣ୍ଡ ଗରୁ ମନ ବିଭଙ୍ଗ ।ଅନବରତେ ପୋଡ଼ୁଥାଇ ଅଙ୍ଗ ।ଅରୁଚି ହିଁ ଯେ ଭୋଜନ ନ କରି ।ବୁକୁ ବ୍ୟଥା କରି କମ୍ପଇ ଧରି ।ଏମନ୍ତ ପ୍ରକାରେ କଲେଣ ଜ୍ୱର ।ତାହାକୁ ବୋଲି ସନ୍ନିପାତ ଜ୍ୱର ।ସର୍ବାଙ୍ଗେ ଯେବେ ଏ ଲକ୍ଷଣ ଥାଇ ।କେବେହେ ସେ ବ୍ୟାଧି ସାଧି ନୁହଁଇ ।ଏତେ ଲକ୍ଷଣ ସାତ ପାଞ୍ଚ ଥିଲେ ।ସନ୍ନିପାତ ବୋଲି ଯାଣିମ ଭଲେ ।ଏଥକୁ ଆହୁରି ଉପାସ କରି ।ଅଦାଗଣ୍ଡୁସ ଦେବା ଗୋଟି ଚାରି ।ସେ ଦିନ ମଳୁ ସେହିମତେ ଥିବ ।ନିଶି ପ୍ରଭାତେଣ ଔଷଧ ଦେବ ।ମନରେ କିଛି ନୋହିବ ବିଭଙ୍ଗ ।ପାଞ୍ଚନ ବିହିବ ଚତୁର୍ଦଶାଙ୍ଗ ।ବେଲ ପାଟେଳି ଫଣ ଫଣା ଭରି ।ଗମ୍ଭାରି ମୂଳ ଏ ପଦାର୍ଥ ଚାରିଅଗବଥୁ କୃଷ୍ଣ ପର୍ଣ୍ଣି ସହତେ ।ସାଳପନ୍ନି ମୂଳ ଆଦି ଯୁଗତେ ॥
ଲହ ବ୍ୟାକୁଳି ଅଙ୍କରାନ୍ତି ଭରି ।ଗୋଖୁରା ଶୁଣ୍ଠି, ଚିରାଇତା ଚୁରି ।ଆବର ଗୁଳୁଛି ମୁଥା ହିଁ ଭରି ।ଚତୁର୍ଦଶାଙ୍ଗ ଏ ପାଞ୍ଚନ କରି ।ଯେବଣ ପାଞ୍ଚନ କହିଲି କିନା ।ଦ୍ରବ୍ୟକେ ଘେନିବ ପନ୍ଦର ଚିନାଅଷ୍ଟ ଅବଶେଷ କରିବା ଭାବ ।ପିପୁଳି ପରୀକ୍ଷେ ମଳୁକୁ ଦେବ ।ଯେମନ୍ତ କଲେ ସାତ ଦିନ ଯାଏ ।ସନ୍ନିପାତ ଜ୍ୱର ହୁଅଇ କ୍ଷୟେ ।ତହିଁର ଓଷଧ ବିହିଲି ପୁଣି ।ଦୀନକୃଷ୍ଣ ଦାସ ଔଷଧ ଭଣି । (୨)(୨) ଖ ପୋଥି- ସାହାସ୍ର ବିଧି ଏ କହିଲି ଆଣି ।ଦୀନକୃଷ୍ଣ ଦାସ ଔଷଧ ଭଣି ।ଜୀର୍ଣ୍ଣ ଜ୍ୱରକୁ ପାଞ୍ଚନଜୀର୍ଣ୍ଣଜ୍ୱର ଯେବେ କରି ଯାଣ ।ତହିଁକି ଓଷଧ କହିବା ଶୁଣପୁରୁଣା ଗୁଡ଼ ଦୁଇପଳ କରି ।ପିପ୍ପଳି ସେରେ ଚୁରିଣ ଭରି ।ଦୁଇ ଏକତ୍ର କରି ଥୋଇଥିବ ।ମାଢ଼େ ଲେଖାଏଁ ପ୍ରଭାତେ ଖାଇବ ।ତହିଁ ଉତାରେଣ ତବତ ପାଣି ।ଚଇଳେ ପିଇବ (୧) ଗର୍ଭକୁ ଆଣି ।(୧) ଖ ପୋଥି - କ୍ଷେପିବଗୁଡ଼ାଦି ବୋଲିଣ ଏ ଦିବ୍ୟ ରସ ।ମନ୍ଦାଗ୍ନି ଜ୍ୱର କରଇ ନାଶ ।କାଶ ଅରୁଚି ତୃଷା ଆଦି ଥିଲେ ।ସାନ୍ତ୍ୱନା ପାଇବ ଏତେକ କଲେ ।ଏ ବ୍ୟାଧି ଗୋଟିକି ଜିଣି ପାରିଲେ ।ଦୀନକୃଷ୍ଣ ଦାସ ଧନ୍ୟତ୍ରୀ ବୋଲେ ।ଜ୍ୱର ଅତିସାରକୁଜ୍ୱର ଅତିସାର ଯେବଣ ରୋଗ ।ତହିଁକି ବିହିବା ଓଷଧ ଭାଗ ।ସୁଣ୍ଠି ଇନ୍ଦ୍ରଯବ ଅତୋସି ଘେନିମୁଥା, ବେଲଶୁଣ୍ଠି, ଗୁଳୁଚି ତିନି ।ଅଷ୍ଟାଦି ପାଞ୍ଚନ କହିଲି କିନା ।ଦ୍ରବ୍ୟ କେ ଘେନିମ ପନ୍ଦର ଚିନା ।ପାଣି ପାଞ୍ଚ ମାଣ ମାପିବା ସଞ୍ଚ ।ପରୀକ୍ଷା ଅତୋସି ଏ ଚିନା ପାଞ୍ଚ ।ଏହି ପ୍ରକାରେ ସପତାଏ କଲେ ।ଜ୍ୱର ଅତିସାର ଛାଡ଼ଇ ଭଲେ ।(୨)ଆବର କଥାଏ କହିବା ଶୁଣ ।ବାତ ଶଳିଷମା ବ୍ୟାଧିର ଗୁଣ ।ବେଳ ବୁଡ଼େ ଜ୍ୱର ଘେନଇ ଗାଢ଼େ ।ନିଶି ନ ପାଉଁଶ ତ କାଳେ ଛାଡ଼େ ।ଝର ଝର ହୋଇ ବହିବ ଝାଳ ।ସର୍ବାଙ୍ଗ ବଥାଇ ସିର କପାଳ ।(୨) ଖ ପୋଥିରେ ଅଧିକ- ପଥି କରିବ ଯେ ତପତ ଭାତ ।ତହିଁକି ବ୍ୟଞ୍ଜନ ପିତା ସଞ୍ଜାତ ।ବାତ ଶଳିଷମା ଜ୍ୱର ପ୍ରକୁତି ।ହୃଦୟ ଭାଗ ପୋଡ଼ୁଥାଇ ନିତି ।ଏମନ୍ତ ବ୍ୟାଧିକି ଓଷଧ କରି ।ଧଣିଆ ମୁଥା ବେଲ ପତ୍ର ଭରି ।ଲହବ୍ୟାକୁଡ଼ି ଯେଉଁ ଡାଳମୂଳ ।ପଳତା ପତ୍ର ଆବର ତ୍ରିଫଳ ।ମାଢ଼େ ଲେଖାଏଁ ତିନିଠାରୁ ଆଣି ।ଅଷ୍ଟ ଅବଶେଷ କରିବ ପାଣି ।ଏ ରୂପେ ପାଞ୍ଚନ କରିବ ଯେହୁ ।ଏଥକୁ ପରୀକ୍ଷ ପିପ୍ପଳି ମହୁ ।ଏହି ପ୍ରକାରେ ତିନିଦିନ ଦେବ ।ଏଥକୁ ଯେମନ୍ତ ପଥି ବିହିବ ।ଶାଗ ଆମ୍ବିଳ ବିବର୍ଜିତ ଜାଣ ।ଖସିକିରା ମାଛ କଳା ବାଇଗଣଏହି ପ୍ରକାରେ ତିନିଦିନ କର ।କହେ କୃଷ୍ଣଦାସ ଖଣ୍ଡିବ ଜ୍ୱର ।ଖ ପୋଥିରେ ଅଧିକ-ଏକାନ୍ତ ପିତ୍ତଜ୍ୱରକୁ ଔଷଧଏକାନ୍ତ ପିତ୍ତଜ୍ୱର ହୁଏ ଯେବେ ।ତହିଁକି ଔଷଧ କହିବା ଏବେ ।ଲହ ବ୍ୟାଙ୍କୁଡ଼ି ଯେ ବାସଙ୍ଗମୂଳ ।ବାଡ଼ିଅଁଳା ଲିମ୍ବପତ୍ରର ଠୁଳ ।ଦ୍ରବ୍ୟ କେ ବେନି ମାଢ଼ ତୋଳି ଆଣି ।ଅଷ୍ଟ ଅବଶେଷ କରିବ ପାଣି ।ଖଣ୍ଡ ମହୁ ତହିଁ ପରୀକ୍ଷ ଦେଇ ।ଆଦି ପାଞ୍ଚନ ବୋଲି ଏହାକୁ କହି ।ପିତ୍ତ ଜ୍ୱରକୁ ଏ ଔଷଧ ଦଣ୍ଡେ ।ଅରୁଚି ତୃଷା ଦୁଇ ଆଦି ଖଣ୍ଡେ ।ଧନ୍ୟତ୍ରି କହିଲେ ଶୁଣ ହୋ ବୈଦ୍ୟ ।କୃଷ୍ଣଦାସ କହେ ବ୍ୟାଧି କି ଖେଦ ।ମନ୍ଦାଗ୍ନି ଜ୍ୱରକୁ ହିଙ୍ଗୁଆ ଅଷ୍ଟକଆବର କଥାଏ କହିବା ଶୁଣ ।ହିଙ୍ଗୁଆ ଅଷ୍ଟକ ଔଷଧ ଗୁଣ ।ଶୁଣ୍ଠି ପିପ୍ପଳୀ ଯେ ସୈନ୍ଧବ ପୁଣି ।ମରିଚ କଳାଜିରା ୟାକୁ ପୁଣି ।ଅଯମୁନାହିଙ୍ଗୁ ସଚେ ମାଢ଼ କରି ।ହିଙ୍ଗୁଆ ଅଷ୍ଟକ ନାମ ଏହାରି ।ମନ୍ଦ ଅଗ୍ନି ଜ୍ୱର ଆମ୍ବ ଯୁଗତେ ।ପେଟ ବ୍ୟଥା ପେଟ ଫୁଲା ସହିତେ ।ଅଜୀର୍ଣ୍ଣ ସହିତେ ନ ରହେ କେହି ।ହିଙ୍ଗୁଆ ଅଷ୍ଟକ ଏତେ ଖଣ୍ଡଇ ।ଅଷ୍ଟାଙ୍ଗ ଅଳୁହି ନାନା ଜ୍ୱରକୁଅଷ୍ଟାଙ୍ଗ ଅଳୁହି ଯେଉଁ ପ୍ରମାଣ ।ତହିଁର ମହିମା କହିବା ଶୁଣ ।ଶୁଣ୍ଠି ପିପ୍ପଳୀ ଯେ ମରିଚ କୁଢ଼ ।କକଡ଼ା ସୁରଙ୍ଗି କାଫଡ଼ ଯଡ଼ ।ଦୁର୍ଲଭା କଳାଜିରା ଆଦି ଭରି ।ଏତେ ପଦାର୍ଥ ସମକରି ଚୁରି ।ମହୁ ପରୀକ୍ଷେ ଅବଲେହ କର ।ଏହା ଦେଲେ ଖଣ୍ଡେ ନାନାଦି ଜ୍ୱର ।ଆମ ଶଳିଷମା ଦୁଷର କଥା ।ହୃଦୟେ ଗରୁ ପେଟ ମୁଣ୍ଡ ବଥା ।କର୍ଣ୍ଣ ମୂଳିକା ସନ୍ନିପାଚ ଦୁଷ ।ପିତ୍ତ ଅଜୀର୍ଣ୍ଣ ଜ୍ୱରପିତ୍ତ ଅଜୀର୍ଣ୍ଣ ଜ୍ୱର ଯେବେ ହୋଇ ।ତହିଁକି ଔଷଧ ଦେବା କହି ।ଅନ୍ତରେ ଜ୍ୱର ଲାଗୁଥାଇ ଶୀତ ।ଭୋଜନ ବେଳେ ନ ରୁଚଇ ଭାତ ।ଯଦିହିଁ ଭୁଞ୍ଜିବ ନୁହଇ ଜୀର୍ଣ୍ଣ ।ଦିନକୁ ଦିନ ଦେହ ହୋଏ ଖିର୍ନ୍ନ ।ଗରଜୁ ଥାଇ ଯେହ୍ନେ ଘଡ଼ ଘଡ଼ ।ଫରଚା ହୋଇ ନ ଛାଡ଼ଇ ବାଡ଼ ।ବେଳ ବୁଡ଼େ ବ୍ୟାଧି ଘେନଇ ଜ୍ୱର ।ଏହାକୁ ବୋଲିକି ଅଜୀର୍ଣ୍ଣ ଜ୍ୱର ।ଏଥକୁ ପାଞ୍ଚନ କହିବା ଜାଣ ।ପାଚଲା ଲିମ୍ବପତ୍ର ତୋଳିଆଣ ।ତ୍ରିଫଳା ଧନିଆ ପଳତା ପତ୍ର । ଯୁଗତ ।ବ୍ୟାଧିର ଉଦ୍ଯୋଗେ ଏହା ଦେଖି ।ପାଞ୍ଚ ମାଢ଼ ଘେନ ଦ୍ରବ୍ୟକେ ଲେଖି ।ଅଷ୍ଟ ଅବଶେଷ ପାଣିରେ ଭାଗ ।ପିପ୍ପଳି ପରୀକ୍ଷେ ପିଇବ ବେଗ ।ସପତାଏ ଏହା ଖାଇବ ଯେବେ ।ପିତଜୀର୍ଣ୍ଣ ଜ୍ୱର ଖଣ୍ଡିବ ତେବେ ।ପ୍ରତାପ ମାର୍ତ୍ତଣ୍ଡ ରସପ୍ରତାପ ମାରତଣ୍ଡ ରସର ଗୁଣ ।ସୁବୁଧି ସାଧୁ ବଦ୍ୟ ଯନେ ଶୁଣ ।ଗରଳ ମାଢ଼େକ ଘେନିମ ହେଜି ।ମହୁରାଦି ମାଢ଼ ତହିଁରେ ବେଗି ।ଜେପାଳ ଛ ମାଢ଼ ଟାଙ୍ଗଣା ଚାରି ।ହିଙ୍ଗୁଳ ଆଠମାଢ଼ ତହିଁ ଭରିଅଦାରସ କିଛୁ ମିଶାଇଦେବୁ ।ଜମ୍ବିଳ ରସେ ମର୍ଦ୍ଦନ କରିବୁ ।ଯମ୍ବିଳ ରସ ନ ପାଇବୁ ଯେବେ ।ଶୁଣ୍ଠି ପାଣି ଦେଇ ଖଲିବୁ ତେବେଚଣାସମ କରି ବାନ୍ଧିବୁ ବଡ଼ଇ ।ସିତଳାରେ ସବୁଥିବୁ ସଂଯାଡ଼ି ।ଏଥିରୁ ମାତ୍ରାଏ ଖାଇଲେ ବଡ଼ି ।ନାନାଦି ବ୍ୟାଧିମାନ ଯାଇ ଛାଡ଼ି ।ପଥିହିଁ ସଂଯୋଗ ମନରେ ହେଯ ।ଶାଗ ଆମ୍ବିଳ ଯେ ଆମିଷ ତେଜ ।ବୈଲୋଚନ ରସଆବରକଥାଏ ଶୁଣ ଉପାମ ।ସୁବୁଧି ସାଧୁ ବଦ୍ୟଜନେ ଶୁଣ ।ଯେବଣ ପ୍ରକାରେ ହୋଇବ ଭଯ୍ୟ ।ତାହା କହି ଦେବା ମନରେ ହେଯ ।ଶୋଧନ ଉଷ୍ମ ଚାରିଭାଗକ ରସି ।ସୁବର୍ଣ୍ଣ ଭସ୍ମ ଭାଗେ ତହିଁ ମିଶି ।ଶୋଧନ ଲୁହା ପଳେ ତହିଁମାନ ।ଟାଙ୍ଗଣା ଭାଗେ ତହିଁକି ଘେନ ।ଚିରେ ଦୋରୁଅ ଭିଆଇଲେ ଭଲ ।ନୋହିଲେ ଅରଖ ରସରେ ଖଲ ।ଶଙ୍ଖ ଚୁର୍ଣ୍ଣ ମାଢ଼େ ଭିତରେ ଲାଇ ।ଖରାରେ ତାହା ଶୁଖାଇବ ନେଇ ।ଶୁଖିଲେ ସେ ମୁହଁ ହାଣ୍ଡିରେ ଭର ।ଗଜପୁଟରେ ତତପର କରେ ।ହାଣ୍ଡି ମୁହଁରେ ଯେ ପିହାଣ ଭରି ।ଜାଳ ଦେଉଥିବ ଅଳପ କରି ।ସମଭାଗେ ଯେବେ ହୋଇବ ପାଗ ।ତଳରେ ଓହ୍ଲାଇ ଥୋଇବ ବେଗ ।ବଇଲୋଚନ ଏ ଅପୂର୍ବ ରସ ।ପିପ୍ପଳି ପରିକ୍ଷ ହରିବ ଦୋଷ । (୧)(୧) ଖ ପୋଥିରେ ଅଧିକ- ଏ ବଡ଼ି ଦେଇଣ ନୁହ ବିରସ ।ଏହା କହିଲେ ଦୀନକୃଷ୍ଣ ଦାସ ।ଘୋଡ଼ା ତୁଡ଼ି ରସଘୋଡ଼ା ତୁଡ଼ି ରସ କେମନ୍ତ ଗୁଣ ।ସୁବୁଧି ସାଧୁ ବଦ୍ୟମାନେ ଶୁଣ ।ରସବିସ ଗନ୍ଧ ଏ ହରିତାଳ ।ତିକଟୁକ ଟାଙ୍ଗଣା ତ୍ରିଫଳା ଖାର ।ଭୃଙ୍ଗରାଜ ଦୋରୁଅରେ ବାନ୍ଧିବ ବଡ଼ି ।ଚଉଷଠୀ ରୋଗ ହରଇ ଘୋଡ଼ାଚୂଡ଼ିଗନ୍ଧକ ମହୁରା ପାରୁଆ ରସ ।ହରିତାଳ ଟାଙ୍ଗଣା, ତ୍ରିଫଳା ତ୍ରିକଟୁକ ପିସକନକା ତିନିମାଡ଼ ତହିଁରେ ଭରି ।ଭୃଙ୍ଗରାଜ ରସରେ ମର୍ଦ୍ଦନ କରି ।ଚଣା ଗୋଟି ଭାବ ଯେବଣ ମତେ ।ଏ ବଡ଼ି ବାନ୍ଧିବ ସେହି ଯୁଗତେ ।ଖରାରେ ନେଇ ଶୁଖାଇବ ଆଣ୍ଟେ ।ଯତନ କରି ଥୋଇବ କରାଟେ ।ଯେଉଁ ଲୋକର ମଳମୁତ୍ର ନୋହେ ।ପେଟ ଫୁଲାଇଣ ଅଜିର୍ଣ୍ଣ ହୋଏ ।ଅଦାରସେ ତାକୁ ଦେବ ଏ ବଡ଼ି ।ଭେଦ ହୋଇବ ଯେ ପ୍ରକୃତ ଛାଡ଼ିଅଳ୍ପ ପଥି ତାକୁ ନ ଦେବ ଆଉ ।ଖଇ, ଚୂଡ଼ା, ଚାଇଳ କରିବ ଯାଉଯେଉଁ ଲୋକ ପେଟରେ ପିଳୋହି ଥାଇ ।ଗୋମୂତ୍ରେ ତାହାକୁ ଏ ବଡ଼ି ଦେଇ ।ଚିନିଗୁଡ଼ ତହିଁ ପରୀଷ ଦେବ ।ଗୁଆ ପ୍ରମାଣେ ବଡ଼ି ବାନ୍ଧିଥିବ ।ଚଉଦ ଦିବସ ଖାଇବ ଯେବେ ।ପିଳୋହି ବ୍ୟାଧି ଭଲ ହୋଇବ ତେବେ ।ଏଥକୁ ପଥି ତବତ ଭାତ ।ବେଞ୍ଜନ କରିବ ପିତା ସଂଯାତ ।ଅଳପ ଜ୍ୱରକୁ ଶୁଣ୍ଠିରେ ଦେଇ ।ଯେତେବେଳେ ଦେହ ଶଉଚ ହୋଇ ।ବଡ଼ି ଭଣରେ କହିବା ବାରଣ ।ପଥି କରିବ ଧନିଆ ପାଞ୍ଚନ ।ବାତଜ୍ୱର ଯେବେ ମୁଣ୍ଡରେ ଥାଇ ।ତୁଣ୍ଡରେ ପାଣି ଯେ ବହୁତ ଥାଇତେମନ୍ତ ମୁଳୁକୁ ଏହି ବଟିକା ।ତପତ ପାଣିରେ ଖଲିବ ଏକାପିପ୍ପଳି ପାଞ୍ଚ ଚିନା ତହିଁରେ ଭରି ।ପାଞ୍ଚନ ବିହିବ ଯତନ କରି ।ତହିଁକି ପଥି କହିବାକେ ବୋଧ ।ତପତ ଭାତକୁ ତପତ ଦୁଧ ।ଶାଗ ଆମ୍ବିଳ ବିବର୍ଜିତ ବିଧି ।ଏତେ ବାତ ଜ୍ୱର ହୋଇବ ସାଧି ।ଯେବଣ ଲୋକର ବଥାଇ ପେଟ ।ଆମ୍ବ ଗୁଳୁମ ଯେ ନାନା ଉତ୍କଟ ।ଏଥିର ସଙ୍ଗତେ ମରିଚ ଫଳି ।ତପତ ପାଣି ମନ୍ଦାକରେ ଗୋଳି ।ଦଶ ଦିନ ଯେବେ ଖାଇବ ବଡ଼ି ।ଆମ୍ବ ଗୁଳୁମ ବ୍ୟାଧି ଯିବ ଛାଡ଼ି ।ଏକାନ୍ତରେ ଯେବେ ପେଟ ବଥାଇ ।ମରିତ ସଙ୍ଗତେ ଏ ରସ ଖାଇମନ୍ଦ ଅଗ୍ନିଂ ଜ୍ୱର କରଇ ଯାକୁ ।ପାନ ସଙ୍ଗତେ ଖୁଆଇବ ତାକୁଯେଉଁ ଲୋକକୁ କରୁଥାଇ କାଶ ।ତାହାକୁ ଏବଣ ବିହିବ ରସକେସରଦା ଗଛ ପତର ଆଣି ।ମରିଚ ସାତ ଗୋଟା ଦେବ ଗଣି,ବଡ଼ି ମାତରାଏ ତହିଁରେ ଭରି ।ଚୋବାଇ ଖାଇବ ଯତନ କରି ।ନିରାମିଷ ପଥି ତବତ ଭାତ ।ଯେଉଁବାଗେ ବ୍ୟାଧି ହୋଇବ ହତ ।ଆମ୍ବ ବାତ ବ୍ୟାଧି ଯାହାକୁ ଯଡ଼ି ।ବେଗୁନିଆ ରସେ ଦେବ ଏ ବଡ଼ି ।ପେଟଫୁଲାକୁ ପିପ୍ପଳିରେ ଦେବ ।ମରିଚ ସାତଗୋଟା ତହିଁ ଥିବ ।ଶୁଣ୍ଠି ଚିନାକେ ମାତର ଏ ରସ ।ଯେଉଁ ରୂପେ ବ୍ୟାଧି ହୋଇବ ନାଶ ।ଧନିଆ ଭରିଣ ପରୀକ୍ଷ ଶୁଣ୍ଠି ।ପଥି କିସ ଯୋଗ ଏମନ୍ତ ସେଟି ।ଘୋଡ଼ା ଚୋଡ଼ୀ ରସ ଏମନ୍ତ ଗୁଣ ।କୃଷ୍ଣଦାସ କହେ ସୁଜନେ ଶୁଣ ।ଚନ୍ଦ୍ର ଉଦେ ଅଞ୍ଜନଶୁଣ ସୁବୁଧି ସାଧୁ ବଦ୍ୟଜନ ।ଚକ୍ଷୁକୁ ଅଞ୍ଜନ କହିବା ଶୁଣ ।ହରିତକ ମଞ୍ଜି ମାଢ଼େ ନିର୍ମାଣ ।ବାହାଡ଼ା ମଞ୍ଜି ସମ ମାଢ଼େ ଆଣିମଣିସିଳରୁ ମାଢ଼େ ତହିଁ ଭରି ।ତିନି ଓଷଧ ସମଭାଗ କରି ।ଶିଳରେ ଚୁରି ଛାଣି (୧) କରି ଥୋଇ ।ଛାଗଳ ଦୁଧରେ ଖଲିବ ନେଇ(୧) ଖ ପୋଥି- ସମଖରାରେ ଶୁଖାଇ ବାନ୍ଧିବ ବଡ଼ି ।ଯେଉଁ ଚକ୍ଷୁର ପ୍ରଳ ଥିବ ପଡ଼ିମହୁ ପରୀକ୍ଷେ ଯେ ଏ ବଡ଼ି ଖଲ ।ଲୋଚନେ ରଞ୍ଜିଲେ ହୋଇବ ଭଲ ।ଲେଞ୍ଜରା ଚକ୍ଷୁ ହୋଇଥିବ ଯାର ।ପାଣିରେ ଖଲିବ ଏ ବଡ଼ି ସରକଜ୍ଜ୍ୱଳ ପ୍ରାୟେ କରି ଯେବେ ଘେନି ।ନିର୍ମଳ ହେଇବ ଲୋଚନ ବେନିଚନ୍ଦ୍ର ଉଦେ ବଡ଼ିଏ ଦିବ୍ୟ ଏ ରସ ।ଓଷଧ ଭଣେ ଦୀନକୃଷ୍ଣ ଦାସ ।ତେର ସନ୍ନିପାତକୁସୁବୁଧି ସାଧୁ ବଦ୍ୟମାନେ ଶୁଣ ।ତେର ସନ୍ନିପାତ କହିବା ଗୁଣଅନ୍ତିକା ଦନ୍ତିକା କଣ୍ଠ କୁବୁଜ ।ଜିଭ୍ୟା କର୍ଣ୍ଣମୂଳ ସହିତେ ହେଜ ।ଗୁରୁତେଜ ଦାରାକ୍ଷ ସନ୍ଧିକ ନାମ ।ସିତାଙ୍ଗ ସନ୍ନିପାତ ଚିତ୍ତଭ୍ରମ ।ଭଗ୍ନନେତ୍ର ଅଭିମାନକୁ ଭରି ।ପ୍ରଳାପ କରନ୍ତି ତିଷ୍ଟା ଆଦି କରି ।କୁମ୍ଭିଣା (୨) ସନ୍ନିପାତ ତହିଁକି ଲାଗ ।ଏତେ ସନ୍ନିପାତ ଦେହକୁ ରୋଗ ।ଏଥି ଭିତରେ ଅଛି ଭଲ ମନ୍ଦ ।ଶୁଣ ବଦ୍ୟଜନେ ଫେଡ଼ିବା ଧନ୍ଦ ।ଅନ୍ତିକା ଦନ୍ତିକା ଭ୍ରମଣି ଚିତ ।ସାଧ୍ୟ ନୁହନ୍ତି ଏତେ ସନ୍ନିପାତ ।କଣ୍ଠ କୁବୁଜ ସନ୍ନିପାତ ଯେହୁ ।ଅତି କଷ୍ଟରେ ସାଧ୍ୟ ହୋଇ ସେହୁ ।(୨) ଖ ପୋଥି - କୁମ୍ଭନିଗୁରୁଦାହି ସନ୍ନିପାତକୁ ଡରି ।ଏ ବ୍ୟାଧି କଲେ ମଳୁ ଯାଇ ମରି ।ଅଙ୍ଗକଷଣ ମତିଭ୍ରମ ହୋଏ ।ମୁଖ ଦିଶଇ ହଳଦିଆ ମୟେ ।ନାସାରେ ପବନ ବହଇ ହେଳୁ ।ଅବଶ୍ୟ ମରଇ ଏମନ୍ତ ମଳୁ ।ହରିବିନ୍ଧା କାମି ସମତୁଳ ଧରି ।ନାଗବହନୀ ଦେଇ ଯାର କରିଦଶଗୁଣେ ଲାଞ୍ଜ ବୁଲାଇ ଯେବେ ।ସିଦ୍ଧରସମ୍ପୁଡ଼ କହିଲେ ତେବେ ।ଘୃତ ମହୁ ସାକର ସଙ୍ଗତେ ରଞ୍ଜି ।ସୋରିଷ ପ୍ରମାଣେ ଅଦାରସେ ଭୁଞ୍ଜିମୂତ୍ର ଜାଣି ଯେବେ ଧାନେକ ଦେସି ।ମଲାର ଜୀବନ ତେବେ ନେଉଟି ଆସି ।ରସରାଜରସଏ ରସ କଥା ଏ ପ୍ରତି ବିଧାନ ।କହିବା ଶୁଣ ବିଦ୍ୱଜନମାନ ।ରସ ମହୁରା ଦୁଇମାଢ଼େ ଭରି ।କାସିମିରା ଗନ୍ଧେକ ମାଢ଼େକ କରି ।ନାଗ ଯେ ତମ୍ବା ତହୁଁ ମାଢ଼େ ଭର ।ଚିତାମୂଳରୁ ମା୧ଢ଼େକ ଭର ।ଲାଙ୍ଗୁଡ଼ ଯେତେ ଜନ୍ତୁଙ୍କର ଥାଇ ।ତାହାଙ୍କ ପିତରୁ ମାଢ଼େକ ଲାଇ ।ଘୃତ ଯେ ଘିଅ ତହୁଁ ମାଢ଼େ କର ।ମହୁରା ମାଢ଼େକ ତହିଁରେ ଭର ।ସବୁପଦାର୍ଥ ସମଭାଗ କରି ।ମହୁରା ମାଢ଼େକ ତହିଁରେ ଭର ।ଫେଡ଼ି କହୁଅଛି ଔଷଧ ଧନ୍ଦି ।ଏ ରସ ସୋରିଷ ସମାନେ ବାନ୍ଧି ।ବାନ୍ଧିବ ଅଦାରସ ଘେନି ବଡ଼ି ।ସନ୍ନିପାତ ଯିବ ଦେହରୁ ଛାଡ଼ି ।ବଳିଆର ଯେବେ ଦେଖିବ ରୋଗ ।ଧାନେ ପ୍ରକାଣେ ସେ କରିବ ଯୋଗ ।ଏ ବଡ଼ି ନାମ ରସରାଜ ହୋଇ ।ସ୍ୱର୍ଗରୁ ଅଶ୍ୱିନୀ କୁମାର କହି ।(୧) ଖ ପୋଥିରେ ଚିନ୍ତାମଣି ରସ ନାହିଁ ।ଚିନ୍ତାମଣି ରସ (୧)ଏଥୁ ଉତାରେଣ କହିବା ଯିସ ।ଚିନ୍ତାମଣି ନାମ ଏ ବଡ଼ଇ ରସରସ ଗନ୍ଧକ ଅଭ୍ର ହରିତାଳ ।ସାଚି ସଉଚ ଯେ ଟାଙ୍ଗଣା ଖାର ।ପାଞ୍ଚରସ ଦେଇ ଆମ୍ବିଳ ଭର ।ସକଳ ବ୍ୟାଧି ଚିନ୍ତାମଣି ହର ।କାଶଶ୍ୱାସ ଆସି ସକଳ ଯାଇ ।ମଳୁ ନ ଯାଣଇ କେମନ୍ତେ ଖାଇ ।ଅରୁଚି ରାଚଇ ଭୋଜନେ ସୁଖ ।ଦୋଷ ସନ୍ନିପାତ ହରଇ ଦୁଃଖ ।ଚକ୍ଷୁ ମୁଖ ରୋଗ ନାକ ଆର ଯିସ ।ମୂଳକୁ ହରଇ ଏ ଦିବ୍ୟ ରସ ।ଏ ରସ ଯେଉଁ ଭାଗେ ବନ୍ଧା ହୋଇ ।ତହିଁକି ଔଷଧ ଦେବାକ କହି ।ରସ ମହୁରା ଯେ ଗନ୍ଧକ ତିନି ।ହରିତାଳ ରସ ତୃଣକୁ ଘେନି ।ସଉଚଳ ଟାଙ୍ଗଣା ଓ ବିଟଲୁଣ ।ଭୋଟ ସାବଳୀ ଯେ ସକଳ ପୁଣ ।ଲୁଣରେ ହୋଇବ ଏ ଚାରିପଦ ।ମାଢ଼େ ମାଢ଼େ ଘେନ ସବୁ ଔଷଧ ।ଜମ୍ବିଳ ରସରେ ମର୍ଦ୍ଦନ କରି ।ଏ ବଡ଼ି ବାନ୍ଧିବ ଯେସନେ ବିରି ।କାଶ, ଶ୍ୱାସ ଆଦି ସକଳ ନାଶେ ।ଅଗ୍ନିଜାତ ହୋଇ କ୍ଷୁଧା ହିଁ ବସେ ।ବାସଙ୍ଗ ବକଳ ବାଟିଣ ଭରି ।ଏ ବଡ଼ି ନେବ ଅନୁପାନ କରି ।ଅନନ୍ତ ସମୁଦ୍ର ରସଆବର ଔଷଧ ଶୁଣ ଉପାମ ।ଅନନ୍ତ ସମୁଦ୍ର ରସ ନାମ ।ରସରୁ ଭାଗେ ଗନ୍ଧକରୁ ଭାଗେ ।ହରିତାଳ ଭାଗେ ତହିଁରେ ଲାଗେ ।(୧)ହେଙ୍ଗୁଳ ମଣି ସିଳସମ କରି ।ତୁତିଆ ମିଶା ଖପରକୁ ଭରି ।ବଙ୍ଗ ଭସ୍ମ ଲୋହ ଭସ୍ମ ଆବର ।ରୂପା ଭସ୍ମ ମୂଳେ ରସ ସିନ୍ଦୂର ।(୧) ଖ ପୋଥି- ରସରୁ ଭାଗେ ହରିତାଳ ଭାଗେ ।ହିଙ୍ଗୁଳ ମଣିଶିଳ ଭାଗେ ଭାଗେତୁତିଆ ମିଶା ଖପରକୁ ଭରି ।ଏତେ ଔଷଧ ସମକଛ କରି ।ଟାଙ୍ଗଣା ଭାଗେ ଶିଳାଜତୁ ଦୁଇ ।ସୁବର୍ଣ୍ଣ ଭସ୍ମରୁ ଭାଗେକ ଲାଇ ।ରସାଞ୍ଜନ ତହିଁ ଭିତରେ ଭର ।ଏତେ ଦ୍ରବ୍ୟରୁ ଭାଗେ ଭାଗେ କର ।ଦାରୁ ବାରଭାଗ ପ୍ରବାଳ ଷୋଳ ।ଆଠଭାଗ ତହିଁ ମହୁରା ଗୋଳମାଛପତି ଭାଗେ ମିଶାଅ ଏକ ।ମଗର ପିତ୍ତରୁ ଭାଗେକ ଭର ।(୨)(୨) ଖ ପୋଥି - ମଇଁଷି ପିତ୍ତରୁ ଭାଗେ ଚହିଁକି ।ମୟୂର ପିତ୍ତରୁ ଭାଗେକ ଲେଖି ।କୁମ୍ଭୀର ପିତ୍ତ ବୋଦାପିତ୍ତ ବେନି ।ଏତେ ପିତ୍ତରୁ ଭାଗେ ଭାଗେ ଘେନି ।କୁମ୍ଭାଟୁଆ ପିତ ବୋଦା ପିତ ବେନି ।ନାନା ପିତରୁ ଭାଗେ ଘେନି ।ଏହାସବୁ ଏକ କରି ଘାଣ୍ଟିବ ।ପଞ୍ଚୁକୁଳ ପାଣି ତହିଁ ବାଟିବ ।କୃଷ୍ଣ ତୁଳସୀରୁ ଦୋରୁଅ ଆଣିବ ।ଚିରାଇତା ଦୋରୁଅ ଖଲିବ ପୁଣି ।ପାନ ରସ ଅଦାରସ ପ୍ରକାରେପୁଣି ଖଲିବ ବେଗୁନିଆ ଦୋରୁଅରେ ।ଲହ ଲାଙ୍ଗୁଳିଆ ଦୋରୁଅ ଆଣି ।ତହିଁରେ ପହରେ ଖଲିବ ପୁଣି ।ଏଥକୁ ସଂଶୟେ ଫେଡ଼ିବା ଧନ୍ଦି ।ସୋରିଷ ପ୍ରମାଣେ ଏ ବଡ଼ି ବାନ୍ଧିବ୍ୟାଧି ଅନୁକର୍ମେ ମଳୁକୁ ଦେବ ।ବୁଝିମଣି ସ୍ୱାନ୍ତି କରୁଣ ଥିବ ।ଅନନ୍ତ ସମୁଦ୍ର ଏ ନାମ ରସ ।ସକଳ ବ୍ୟାଧିକି କରଇ ନାଶ ।ବିଚିତ୍ରବାଡ଼ି ହୋଇଥିବ ଯାକୁ ।ପଇଡ଼ ପାଣିରେ ଦେବ ତାହାକୁ ।ପଇଡ଼ ପାଣି ନ ମିଳିବ ଯେବେ ।ଥିରି ତୋଡ଼ାଣିରେ ଦେବାକ ତେବେ ।ପିତ ଶଳିଷମା ଯା ଦେହେ ଥିବ ।ମହୁ ପିପ୍ପଳୀରେ ଏ ରସ ଦେବ ।ବାତ ଶଳିଷମା ଯହିଁ ପ୍ରକାଶ ।ଲବଙ୍ଗରେ ଦେବ ଏ ଦିବ୍ୟ ରସ ।ପୋଖତିକୁ ଅଦାରସରେ ଦେଇ ।ନୋହିଲେଣ ଚିତାମୂଳରେ ଖାଇନୋହିଲେ ବେଗୁନିଆ ଦୋରୁଅରେ ।ବ୍ୟାଧି ଛାଡ଼ିଯିବ ଏତେ ପ୍ରକାରେଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ପ୍ରମାଣେ ।ଦୀନକୃଷ୍ଣ ଦାସ ଓଷଧ ଭଣେ ।ତାରେକ ରସତାରେକ ରସ ଯେଉଁ ଭାବେ ହୋଇ ।ତହିଁକି ଓଷଧ ଦେଉଛି କହିଗନ୍ଧକ ମଣିସିଳ ପାରା ରସ ।ତୁତିଆ ମହୁରା ଟାଙ୍ଗଣା ଯିସଅଭର ଭସ୍ମ ଲୋହ ଭସ୍ମ ଦୁଇ ।ରସ ସିନ୍ଦୂର ଯେ ମାଢ଼େକ ହୋଇଦାରୁ ତିନିମାଢ଼ ଗରଳ ଚାରି ।ରୋହି ପିତ ମାଢ଼େ ତହିଁରେ ଭରି ।ଯେତେକ ଓଷଧ କହିଲେ ବର୍ଣ୍ଣ ।ସବୁଠାରୁ ମାଢ଼େ ମାଢ଼େକ ଘେନମଇଁଷି ପିତରେ ଖଳିବ ବାଡ଼ି ।ଅଦାରସ ଦେଇ ବାନ୍ଧିବ ବଡ଼ି ।ନୋହିଲେ ଚିତାକୂଳ ଦୋରୁଅରେ ।ବଡ଼ ଜିରା ଯେହ୍ନେ ସେହି ପ୍ରକାରେ ।ଚକ୍ଷୁ ରୋଗକୁ ତ୍ରିକୂଟରେ ଦେଉ ।ହିଞ୍ଜଳ ରସରେ ପୋଖତୀ ଖାଉ ।ବାତ ଶଳିଷମା ଯହିଁ ପ୍ରକାଶ ।ଲବଙ୍ଗରେ ଦେବ ଏ ଦିବ୍ୟ ରସ ।ଜଳା ସନ୍ନିପାତ ଯାହାକୁ ହୋଇ ।ଚତ୍ୱ ଯାତକରେ ଏ ବଡ଼ି ଦେଇ ।ପିତ ଦୋଷକୁ ମହୁ ଘେନି ଖାଇ ।ବାଡ଼ି ଲୋକକୁ ତୋଡ଼ାଣିରେ ଦେଉପୋଖତୀ କି କାଞ୍ଜି ପାଣିରେ ଭରି ।ତାରେକ ରସ ଏତେ ବ୍ୟାଧି ହରି ।ପ୍ରତାପ ଲଙ୍କେଶ୍ୱର ରସପ୍ରତାପ ଲଙ୍କେଶ୍ୱର ଯେଉଁ ଭାବେ ।ତହିଁର ମହିମା କହିବା ଏବେ ।ପାରୁଅରସୁର ଷଡ଼ ଭାଗ କରି ।ସର୍ପ ଗରଳ ଦୁଇ ଭାଗ କରି ।ମହୁରା ଛଡ଼ ଭାଗ ହୋଇବ ଯେତେ ।ଗନ୍ଧକ ତହିଁରେ ଭରିବ ତେତେମଣିସିଳରୁ ଦୁଇଭାଗ ଭରି ।ହରିତାଳ ତହିଁ ଦ୍ୱିଭାଗ କରି ।ଟାଙ୍ଗଣା ବେନି ତମ୍ବାଭସ୍ମ ତିନି ।ମଗର ପିତ ଦୁଇଭାଗ ଘେନି ।ମାଛ ପିତ ଦ୍ୱି ଭାଗ କର ।ମଇଁଷି ପିତ ଦୁଇଭାଗ ଭର ।ବୋଦା ପିତରୁ ଦୁଇଭାଗ କରି ।ସମଭାଗ କରି ବାନ୍ଧିବ ବଡ଼ି ।ଏଥକୁ ଫେଡ଼ିଣ କହିବା ଧନ୍ଧ ।ଚିରାଇତା ରସେ ଏ ବଡ଼ି ବାନ୍ଧ ।ଚିରାଇତା ରସ ନ ପାଇବା ଯେବେ ।ଅଦାରସ ଦେଇ ବାନ୍ଧିବ ତେବେ ।ଆବର କଥାଏ କହିବା ଯାହା ।ଗୁଞ୍ଜ ପ୍ରମାଣେ ବାନ୍ଧିଥିବ ତାହା ।ଗୋଟିଏ ବିହିବ ଯେଉଁ ମଳୁକୁ ।ପାଞ୍ଚ ପଇଡ଼ ପିଆଇବ ତାକୁ । (୧)ଗଉତମ ୠଷି ବଚନ ଏହି ।ଏଥକୁ ଅପ୍ରତେ ନ କର କେହି ।ଶ୍ରୀ ଜଗନ୍ନାଥଙ୍କ ପଦ୍ମ ଚରଣ ।ଦୀନକୃଷ୍ଣ ଦାସ ପଶେ ଶରଣ ।(୧) ଖ ପୋଥିରେ ଅଧିକ : ପରୀକ୍ଷ କରିବ ନବାତ ପଣା ।ବଇଦ ହୋଇଣ ନୋହିବ ବଣା ।କଫକେତୁ ରସକଫକେତୁ ରସ ଯେଉଁ ବିଧାନେ ।ତାହା କହିଦେବା ଶୁଣ ସୁଜନେରସ ମାଢ଼େକ ଯେ ଗନ୍ଧକ ଦୁଇ ।ମରିଚ ମାଢ଼େ ଯେ ଲବଙ୍ଗ ଲାଇକନକା ଚାରିମାଢ଼ ତହିଁରେ ଭର ।ଜମ୍ବିଳ ରସରେ ମର୍ଦ୍ଦନ କରଫେଡ଼ି କହୁଅଛି ଔଷଧ ସନ୍ଧି ।ଗୁଞ୍ଜ ପ୍ରମାଣରେ ଏ ବଡ଼ି ବାନ୍ଧି (୧)(୧) ଖ ପୋଥିରେ ଅଧିକ- କଫ ଶଳିଷମା ଯା ଦେହେ ଥାଇ ।ବାସଙ୍ଗ ରସରେ ଏ ବଡ଼ି ଦେଇ ।ପିତ୍ତ ଶଳିଷମା ଯହିଁ ପ୍ରକାଶ ।ଲବଙ୍ଗ ଘେନି ଖାଉ ଏ ରସ ।ବାଳୁତ ପୁଅକୁ କଲେଟି ଜ୍ୱର ।ଏ ବଡ଼ି ଦେବ ଅକ୍ରାନ୍ତି ଦୋରୁଅର ।କଫ କେତୁ ରସ ଏତେକ ଗୁଣ ।ସୁବୁଧି ସାଧୁବଦ୍ୟ ଜନେ ଶୁଣ ।ମହରା ଅଷ୍ଟକମହୁରା ଅଷ୍ଟକ ଏ ମଣିସିଳ ।କକଡ଼ା ଶୃଙ୍ଗୀକୁଢ଼ ଘେନି ମନେ ବିଚାରଏତେ ପଦାର୍ଥ ଘେନି ଶୁଖାଇ ଚୁର ।କନାରେ ଛାଣି ମାଲପାରେ ଭର ।ଖଲିବୁ ସୋରିଷ ମାଲପା ଘେନି ।ଖରାରେ ଦେବୁ ଦିନା ଦୁଇତିନି ।ଦେହରେ ଏହାଯେ ଲୋପନ କର ।ଚମଦଳା ଯାଦୁ ବିହିଞ୍ଚି ଦୂର ।ଦୁର୍ଗା ଅଭ୍ରରସ ଧାତୁକାଦି ଚୂର୍ଣ୍ଣଶୁଣ ସୁବୁଧି ସାଧୁ ବଦ୍ୟଜନ ।ଏବେ କହିବା ଧାତୁକାଦି ଚୂର୍ଣ୍ଣଧାତୁକୀ ଫଳ ଯେ ଅତୋସି ବେନି ।ମୁଥା ବେଲସୁଣ୍ଠା ଧନିଆ ତିନି ।ଶୁଣି ବଡ଼ ଜିରା ଯିଅଳା ଭରି ।କଳାଜିରା ସଯଳ ସହି କରିଖଇର ଇନ୍ଦ୍ରଯିବ ସୁପିପ୍ପଳ ।ଅକାନବିନ୍ଧି ଯେ ମାଢ଼େକ ମୂଳ ।ସଇନ୍ଧବ କୁରୁବେଲି ମୋଚରସ ।ଲୋଧ ଯାଈଫଳ ଲବଙ୍ଗ ଯିସସବୁ ଔଷଧ ମାଢ଼େ ମାଢ଼େ କରି ।ଖରାରେ ଶୁଖାଇ ଶିଳରେ ଚୁରି ।ଏଥକୁ ଅନୁପାନ ଦେବା କହି ।ମଳୁକୁ ଏହା ଛେଳିଦୁଧରେ ଦେଇ ।ଭଣ୍ଡାରସ ପାଣିରେ ଖାଇଲେ ଖାଉ ।ନୋହିଲେ ମୁସାକାନି ଦୋରୁଅରେ ଦେଉ ।ଏତେକେ ହଗା ଅତିସାର ଯାଇ ।ରକତ ବାଡ଼ି ଆଦି ଭଲ ହୋଇ ।ବାଳେକ ଚତୁର୍ଥୀଆରେକ ଔଷଧ କହିବା ଏବେ ।ବାଳେକ ଚତୁର୍ଥୀ ଯେବଣ ଭାବେ ।ଯାଈଫଳ ମାଢ଼େ ଅତୋସି ବେନି ।ମୁଥା ଟାଙ୍ଗଣା ଇନ୍ଦ୍ରଯବ ଘେନିକକଡ଼ା ଶୃଙ୍ଗୀ ଅଗର ଖଇର ।ଏ ସାତମାଢ଼ ଏକ କରି ଚୁରବାଳୁତ ପୁଅକୁ ମହୁରେ ଦେଇ ।ଏତେକେ ଅତିସାର ଭଲ ହୋଇ ।କଣ୍ଡୁରୋଗକୁ ଔଷଧକଣ୍ଡୁରୋଗ ହୋଏ ଯେମନ୍ତେ ସାଧ୍ୟ ।ତହିଁକି କହିବା ଦିବ୍ୟ ଓଷଧ ।ମଣିସିଳ ମାଢ଼େ ଗନ୍ଧକ ବେନି ।କୁଢ଼ କଳାଜିରା ଜିରାକୁ ଘେନି ।ଖରାଇ ଶୁଖାଇ ଶିଳରେ ଚୂର ।ସୋରିଷ ମାଲପା ତହିଁରେ ଭରଅଷ୍ଟାଙ୍ଗ ସ୍ୱରୀରେ ଲଗାଇ ଦେଇ ।କାଛୁ କଣ୍ଡୁ ରୋଗ ଏତେକେ ଯାଇଅଗ୍ନିମୁଖା ଚୂର୍ଣ୍ଣଅଗ୍ନିମୁଖା ଚୂର୍ଣ୍ଣ ଯେଉଁ ଓଷଧ ।ତାହା କହିଦେବା ଶୁଣରେ ବଦ୍ୟଶୁଣ୍ଠି ପିପ୍ପଳି ଯେ ବିଡ଼ଙ୍ଗ ତିନି ।କରଞ୍ଜ ମୂଳ ପାଞ୍ଚମାଢ଼ ଘେନି ।ଅଭୟା ପାଞ୍ଚମାଢ଼ ତହିଁରେ ଭରି ।ପାଞ୍ଚ ପାଞ୍ଚ ମାଢ଼ ସବୁହିଁ କରି ।ଖରାରେ ଶୁଖାଇ ଶିଳରେ ଚୁର ।ଏଥକୁ ଏବେ ଅନୁପାନ କର ।ସାକରେ ଖାଉ କି ମହୁରେ ଖାଉ ।ଆମ୍ବବାତ ପିତ ନ ଥିବ ଆଉ ।ଅଜୀର୍ଣ୍ଣ ମନ୍ଦ ଅଗ୍ନି ଶ୍ୱାସ କାଶ ।ଅରୁଚି ସ୍ଥୁଳ ଶୋଥ ଯାଇ ନାଶଏତେକେ ବ୍ୟାଧି ଏଣେ କ୍ଷଏ ଯାଇ ।ଅଗ୍ନିମୁଖା ଚୂର୍ଣ୍ଣ ଏହାକୁ କହି ।କଟିଶୂଳକୁ ଓଷଧକଟିଶୂଳ ବ୍ୟାଧି ଯେବଣ ଗୁଣ ।ତହିଁକି ଓଷଧ କହିବା ଶୁଣ ।ଚିତ୍ରାମୂଳ ତ୍ରିଫଳା ବିଡ଼ଙ୍ଗ ।ଦାରୁ ହଳଦୀ ଦେବଦାରୁ ସଙ୍ଗ ।ସରଳ ପୁରୁଣି ଶୁଣ୍ଠି ଉପାମ ।କଟୁକୀ ରୋହିଣୀ ମଞ୍ଜୁ ଭୂଇଁ ଲିମ୍ବ ।ଭାଲିଆ ଦଶ ଚିନା ତହିଁରେ ଭରି ।ଏତେ ଦ୍ରବ୍ୟରୁ ମାଢ଼େକ କରିଆହୁରି ଏଥକୁ କର ଓଷଧ ।ଜୁଆଣି ପାଞ୍ଚମାଢ଼ ତହିଁରେ ସନ୍ଧ ।ହେଙ୍ଗୁଳ ଚାରିମାଢ଼ ସଇନ୍ଧବ ଚାରି ।ଶୁରାଖାର ଯବଖାର କୁ ଭରି ।ବେତମୂଳ ବଚସଉଚ ଗାଢ଼ ।ସାତଦ୍ରବ୍ୟରୁ ଚାରି ଚାରି ମାଢ଼ ।ଚାଇକାଠ ବେନି ମାଢ଼ ପୂରାଇ ।ତ୍ରିକୂଟରେ ତିନିମାଢ଼ ପୂରାଇ ।ପରୀକ୍ଷ ଦେବା ଦସମାଢ଼ ମୂଳେ ।ରସୁଣ ଘେନି ବେନିମାଢ଼ ଠୁଳେ ।ଖରାରେ ଶୁଖାଇ ଶିଳରେ ଚୁର ।କନାରେ ଛାଣି ରସୁଣରେ ଭରରସୁଣ ଓଷଧ ପେଷିବ ସବୁ ।କଡ଼ୁଆ ମାଲପାରେ ମିଶାଇଦେବୁ ।ଯଦି କରି ଥୋଇ ବାନ୍ଧିବି ଗୁଳି ।ଗୋଟିଏ ଲେଖାଁଏ ଖାଇବ ତୁଳି ।ଅନ୍ତବାତ ରୁଦ୍ରବାତ ହୋଇବ ସାଧି ।ଶୋଥ ସୁଣଫୁଲା ଗୁଳୁମ ବ୍ୟାଧି ।ପାଣ୍ଡୁର କାମଳ ହୃଦୟ ବ୍ରଥା ।ତୃଷା ଆଦି କରି ଖଣ୍ଡଇ ଯଥା ।ପଥିକି ତବତ ଭାତ କରିବୁ ।ଶାଗ ଆମ୍ବିଳ ବିବର୍ଜିତ ସବୁ ।ତାଳିଶ୍ୱାଦି ଚୂର୍ଣ୍ଣକାଶକୁ ଔଷଧ ଦେବା ଯାହାକୁ ।ତାଳିଶ୍ୱାଦି ଚୂର୍ଣ୍ଣ ବୋଲି ଏହାକୁତାଳିସି ପତ୍ରରେ ଶୁଣ୍ଠି ମରିଚ ।ପିପ୍ପଳି ଗୁଡୁତେକ ଅଳାଇଚ ।ଏତେ ଦ୍ରବ୍ୟରୁ ମାଢ଼େ ମାଢ଼େ କରି ।ତିରିଶି ମାଢ଼ ଯେ ଶାକର ଭରି ।ଖରାରେ ଶୁଖାଇ ଶିଳରେ ଚୁର ।କନାରେ ଛାଣିଣ ଯତନ କର ।ଏଥକୁ ସଂଶୟ ଫେଡ଼ିବା ଛନ୍ଦ ।ମହୁ ଘିଅ ଦେଇ ମୋଦକ ବାନ୍ଧ ।ବାତପିତ୍ତ ଶଳିଷମାରେ କାଶ ।ଏତେକେ ବ୍ୟାଧି ସେ କରଇ ନାଶ ।ପାଣି ନ ଲାଗଇ ଯେମନ୍ତ ପୁଣ ।ତହିଁକି ଓଷଧ କହିବା ଗୁଣଶୁଣି ହରିଡ଼ା ସଇନ୍ଧବ ଲୁଣ ।ଚିତାଇତା ଘେନି କର ଉପାମ ।କାଶ ଶ୍ୱାସ ଜର ସବୁ ହି ଯାଇ ।ପେଟ ନ ଜାଣଇ କେତେକ ଖାଇ ।ଲବଙ୍ଗାଦି ଚୂର୍ଣ୍ଣଆବର କଥାୟେ ଶୁଣ ଉପାମ ।ଲବଙ୍ଗାଦି ଚୂର୍ଣ୍ଣ ଏହାର ନାମଲବଙ୍ଗ ଗନ୍ଧେକ ଜୁଲ୍ୟ ବା ଫୁଲ ।ଜିରା ଚନ୍ଦନ ନୀଳ ଉତ୍ପକଡଗର ପାଦ ଯେ ପିପ୍ପଳ ଭରି ।ପଦ୍ମକେଶ ଶୁଣ୍ଠି ଆଦି କରି ।ନାଗେଶ୍ୱର କୁରୁକେଲି ଯେହୁ ।ସବୁ ବାସ ଘେନି ଏ ଜାତ ମହୁ ।ଖିରକୋଳି ଯେଉଁ ଭାର୍ଗବ ମୁଥା ।କୁଞ୍ଜକେଶର ବା ତାଳମୂଳୀ ଯଥା ।ଦଣ୍ଡି ପହୋଳା ଯେ ରସ ସିନ୍ଦୂର ।ଶାକର ମହୁ ଯେ ତହିଁରେ ଭର ।ଏତେ ଦ୍ରବ୍ୟରୁ ମାଢ଼େ ମାଢ଼େ କରି ।ବତିଶମାଢ଼ ଯେ ସାକର ଭରି ।ଶୁଖାଇ କରି ଚୂର୍ଣ୍ଣ କର ସବୁ ।ବ୍ୟାଧି ଅନୁକ୍ରମେ ମଳୁକୁ ଦେବୁ ।ଯେତେକ ବ୍ୟାଧି ଏ କରଇ ନାଶ ।ତାହା କହିଦେବା ଶୁଣ ସନ୍ଦେଶ ।ଅତିସାର ହଗା ଦୁର୍ବଳ ଯେହୁ ।ମଳାଗ୍ନି ଜୀର୍ଣ୍ଣ ଅଜୀର୍ଣ୍ଣ ହିଁ ଆଉ ।ଶୂଳ କାଶ ଶ୍ୱାସ ଅରୁଚି ଯାଇ ।ପେଟ ବଥା ଆଦି ନ ଥାଇ କେହି ।ପେଟ ଫୁଲି ଥାଇ ପିତ ଅଜୀର୍ଣ୍ଣ ।ସବୁ ହରଇ ଲବଙ୍ଗାଦି ଚୂର୍ଣ୍ଣ ।ସରସନା ଏକା ଯେଉଁ ଭାବେ ହୋଇ ।ଶୁଣ ବିଦ୍ୟା ଜନେ ଦେଉଛି କହି ।ରକତ ଚିରାଇତା ମାଢ଼କେ ମୂଳ ।ହରିଡ଼ା ଯଅଁଳା, ବାହାଡ଼ା ଫଳ ।ଗନ୍ଧକ ବିଡ଼ଙ୍ଗ ହେଙ୍ଗୁଳ ଭାବ ।ଗନ୍ଧ ଶୁଙ୍ଗୀ ଘେନି ଏ ଇନ୍ଦ୍ରଯବ ।ପଞ୍ଚ ଲୁଣ ଘେନି ହେଙ୍ଗୁଳ ଅଚ ।ଗୃହଧର୍ମ ମୂଳେ ଆବର ବଚ ।ଘନ ପ୍ରପଞ୍ଚ ରସ ମିଶାଇ ।ଗଯ ପିପଳା ମା୧ଢ଼ ମୂଳେ ଦେଇ ।ଝାଡ଼ କାଙ୍କୋଳ ଯେ ବିସେଯେ ଗାଢ଼ ।ତ୍ରିକୂଟ ଭରିବ ଏ ତିନି ମାଢ଼ ।ମାଢ଼େ ଲେଖାଏଁ ସବୁଠାରୁ କରି ।ଖରାରେ ଶୁଖାଇ ଶିଳରେ ଚୂରି ।ଝୋଲୀକନା ଘେନି ଛାଣିବୁ ସବୁ ।ମାଢ଼େ ଲେଖାଏଁ ଯେ ମଳୁକୁ ଦେବୁ ।ଓଷଧ ଖାଇଲା ଉତାରେ ପୁଣି ।ଚଳୁଏ ପିଇବ ତବତ ପାଣି ।ସରସନା ଏକା ଖାଇବ ଯେହି ।ଓଦରି ରୋଗ ପେଟବଥା ଯାଇ ।ଅଜୀର୍ଣ୍ଣ ତୁ ପାରୁ ଯେତେକ ଲେଖା ।ସହୁ ହରଇ ସରସନା ଏକା ।ଉଷା ଜଳ ପାଣି ଭକ୍ଷିବ-ଯେଉ ।ଧନତ୍ରି ବଚନ ଅଟଇ ଏହୁ ।ଏ ପାଣି ମହିମା କହିବି କିସ ।ନାନା ରୋଗମାନ କରଇ ନାଶ ।କାଶ ଶ୍ୱାସ ଯେ ଅତିସାର ଜ୍ୱର ।କଣ୍ଡୁକୁଷ୍ଠ ବ୍ୟାଧି ପ୍ରମେହ ହର ।ମୁତ୍ରକ ଯେ ଶୋଥ ଆରସା ମୂଳେ ।ଶିର ରୋଗ କର୍ଣ୍ଣ ରୋଗ ଯୁଗଳେ ।ନାସା ରୋଗ ଚକ୍ଷୁ ମୁଖର ବ୍ୟାଧି ।କମ୍ପ ରୋଗ ପିତ ରୋଗ ହି ସାଧିଧାତୁ କ୍ଷୟେ ପେଟ ବଥା ସହିତେ ।ପେଟ ଫୁଲା ଆମ୍ବ ଅଜୀର୍ଣ୍ଣ ଯେତେଓସା ଜଳ ପାଣି ଉଷିବ ଯେହୁ ।ଏତେ ବ୍ୟାଧିକି ନ ଡରଇ ସେହୁ ।ଛଉକୁ ଔଷଧସୁବୁଧି ସାଧୁ ବଦ୍ୟ ଜନେ ଶୁଣ ।ଛଉକୁ ଔଷଧ କରିବାପୁଣ ।ହରିତାଳ ମାଢ଼େ ଯତନ କରି ।ଚୁନ ପାଞ୍ଚଚିନା ତହିଁରେ ଭରି ।ନୂଆ ପିହାଣ ଗୋଟାକରେ ଯୋଗ ।ଦୁବରସ ଘେନି ଖଲିବ ବେଗ ।ଛଉମାଡ଼ିଥିବ ଯେତେକ ଦୂର ।ତହିଁରେ ଔଷଧ ଲେପନ କର ।ତିନି ଦିନ ଲେପ ଆପଣା କାଏ ।ଏତେକେ ସେ ବ୍ୟାଧି ହୋଇବ କ୍ଷୟେ ।ତୁଣ୍ଡ ପୋଡ଼ା ମୂଳ ଜୁଆଣି ଦେଇ ।ମରିଚ ଗୋଟା ସାତ ତହିଁରେ ନେଇ ।ଲେମ୍ବାଉ ପାଣିରେ ବାଟି ଲିପିଲେ ।ଛଉ ଭଲ ହୁଏ ଏତକ କଲେ lଲେମ୍ବାଉ ପାଣି ନ ପାଇବ ଯେବେ ।କାଞ୍ଜି ପାଣିରେ ବାଟିଦେବ ତେବେ ।ଏତେ ଛଉରୋଗ ଭଲ ହୁଅଇ ।ଛଣଫୁଲ ଦେଲେ ତେବେ ସେ ଯାଇ ।ନାନାବାତକୁଆବର କଥାଏ କହିବା ଶୁଣ ।ନାନ ବାତବ୍ୟାଧି ଔଷଧ ପୁଣ ।ଆମ୍ୱବାତ ଗଣ୍ଠିବାତ ଯୁଗତେ ।ଏକ ଅଙ୍କବାତ ଶୁଳ ସହିତେ ।ବେଲ ଚାରି ମାଢ଼ ରସତା ଚାରି ।ଶତାଉରି ଛତିଅନାକୁ ଭରି ।ମହଚ ଡଂକାରି ବଡ଼ ଫଳ କର ।ତାଳମୂଳି ଘେନି ଦୁଦୁରା ଚେର ।ଆବରି କୁକ୍ଷି କେସରଦା ମୂଳ ।ଦ୍ରବ୍ୟ କେ ଘେନ ଚାରିମାଢ଼ ତୁଲ ।ଚାରିପଳ ତହିଁ ନବାତ ଭରି ।ଶୁଖାଇ ସବୁ ଗୁଣ୍ଡି କରି ଚୁରି ।କନାରେ ଛାଣିଣ ଥୋଇଣ ଆଉ ।ମାଢ଼େ ଲେଖାଏଁ ପ୍ରତିଦିନ ଖାଉ ।ଏତେକେ ନାନା ବାତ ଯାଉ କ୍ଷୟେ ।ଆବର ବାତକୁ ଶୁଣ ଉପାୟେ ।ଗୁଳୁତ୍ୟାଦି ବ୍ୟାଧି ଯେବଣ ବାତ ।ତହିଁ କି କହୁଛି ଓଷଧ ମତ ।ଗୁଳୁଚି ଚାରି ଗୋଚ୍ଛା ଆଣିମ ଠୁଳେ ।ଗଣ୍ଠିମାନ କାଟି ଛେଚିବ ଶିଳେ ।ପାଣି ନଉତି ଗୋଟାକରେ ଭରି ।ରାସଣା ପଳେ ପକାଇବ ଚୁରି ।(୧)(୧) ଖ ପୋଥିରେ ଅଧିକ- ପାଣି ନଉତି ଗୋଟିକରେ ଭର ।ତହିଁରେ ଥିବ ସେ ବେନି ପହର ।ଥିର ହେବାର ତ ଜାଣିମ ବାଡ଼ି ।ଗୋଳୁଚି ଛେତା ପକାଇବ କାଢ଼ି ।ନଉଚି ଭିତରେ ରହିବ ଯାହା ।କନାରେ ଥାପି ଯେ ଘେନିମ ଚାହା ।ସମୁଦ୍ର ଫଳ ଦଶଯୋଗ୍ୟ ଚୁର ।ମରିଚ କରି ସେ ତହିଁରେ ଭର ।ରାସଣା ପଳେ ତହିଁରେ ପଡ଼ିବ ।ଛତାବରି ଦୁରୁଅରେ ଖାଇବ ।ନୋହିଲେ ଛାଗଳ ଦୁଗ୍ଧରେ ଖାଉ ।ଗୁଳୁଚ୍ୟାଦି ବାଚ ଏମନ୍ତେ ଯାଉ ।ଛତାଉରି ଦୋରୁଅରେ ତାହା ଖାଇବ ।ଗୁଳୁଚି ବାତ ଏତକରେ ଯିବ ।ଶୁଣ୍ଠି ହରିଡ଼ା ଯେ ମୁଥାକେ ଶ୍ୱର ।ପାଣି ନ ଲାଗଇ ନାନା ଦେଶର ।ଧନିତ୍ରୀ ଅଶ୍ୱିନୀ କୁମର କହେ ।ନାନା ବ୍ୟାଧି ପାଣିକି ନ ଥାଇ ଭଲେ ।ରସ ବିସ ଗନ୍ଧକ ହିଙ୍ଗୁଳ ମିଶି ।ସମ ଭାଗ କରି ପିପଳୀ ଶୁଣ୍ଠି ।ଗୁଞ୍ଜ ପ୍ରମାଣେ ଏ ବଡ଼ି ବାନ୍ଧୁ ।ଚଉଷଠୀ ରୋଗ ହରଇ କନ୍ଧୁ ।କ୍ଷୁଧା କରଇ ମନ୍ଦ ଅଗ୍ନି ପାଣି ।ବାରମାସରେ ନ ଲାଗଇ ପାଣି ।ବଦ୍ୟ ଧନ୍ୟତ୍ରି କହିଲେ ସାର ।ଏ ରସର ନାମ ଅଗ୍ନି କୁମାର ।ଆବର କଥାଏ କହିବା ପୁଣ ।ବିଶୁଚି ବାଡ଼ିର ମହିମା ଶୁଣ ।ପିତା ଅଜୀର୍ଣ୍ଣ ହୋଇଥାଇ ନିଅତ ।ଶ୍ରାହାନ କରି ଭୁଞ୍ଜଇ ଭାତ ।ନିଶା ଅର୍ଦ୍ଧେ ହୋଇ ସ୍ତିରୀ ପ୍ରସଙ୍ଗ ।ତହିଁରୁ ବିଭଳ ହୁଅଇ ଅଙ୍ଗ ।ବାନ୍ତି ଅଜୀର୍ଣ୍ଣ ଏ ଯମର ଧାଡ଼ି ।ଏହାକୁ ବୋଲିଟି ବିଶୁଚୀ ବାଡ଼ି ।ଏ ବାଡ଼ି ଯାହାକୁ ପ୍ରାପତ ହୋଇ ।ଦେବତା ହୋଇଲେ ମରଇ ସେହି ।ମଥାନ ଜ୍ୱର ରାତିରେ କରଇ ।ଦାହ କରି ନିଶି ପାହିଲେ ନାହିଁ ।ସଳିଷମା ଜ୍ୱର ଅଟଇ ଏହି ।ଏଥକୁ ଲିମ୍ବାଦି ପାଞ୍ଚନ ଦେଇ ।ଲିମ୍ୱପତ୍ର ତହିଁ ଧନିଆ ରସ ।ତ୍ରିଫଳ ପାପଡ଼ା ପୋଟଳ ରସ ।ମହୁ ପରୀକ୍ଷେ ପିଆଇବ ଯେବେ ।ଏକାନ୍ତ ଶଳିଷମା ଯାଇ ତେବେ ।ଯେବଣ ମଳୁ ଚାଲି ନ ପାରଇ ।ଗିରି ଭଗ୍ନ ହୋଇ ମୁକ୍ଷାହି ଯାଇ ।ଅତି କମ୍ପରେ ମତି ହୋଇ ଭ୍ରମ ।ଏମନ୍ତ ମଳୁକୁ ନିଅଇ ଯମ ।କରପାଦ ବେନି ଅତି ଶୀତଳ ।ନାସା କପାଳରୁ ବହଇ ଝାଳ ।କଟୀଭାଗ ଶୁଳା କରଇ ପୁଣି ।ବେନି ଲୋଚନରୁ ବହଇ ପାଣି ।ଓଷ୍ଠ କଣ୍ଠ ଶୁଖି ଦିଶଇ କଳା ।କ୍ଷଣକେ ଚେତନ କ୍ଷଣକେ ଭୋଳା ।ଦେହ ଗୋଳା ଦେଇ ଗର୍ଭରେ ଜ୍ୱର ।ମଣିଷ ଦେଖିଲେ କହେ ଅନ୍ତର ।ଓଷଧ ନ ଖାଇ ପଦକେ ଆଶ ।କ୍ଷଣେ କ୍ଷଣେ ଛାଡ଼େ ଖର ନିଃଶ୍ୱାସ ।ବଦ୍ୟ ଧନନ୍ତରୀ କହିଲେ ଥାଇ ।ଏମନ୍ତ ମଳୁ ହେ ବ୍ରତୀବ କାହିଁ ।ଯମର ଧାଡ଼ି ଲାଗିଛି ଯାହାକୁ ।ଔଷଧ ଦେଇ କି କରିବ ତାକୁ ।ଓଷ୍ଠ କଣ୍ଠ ଶୁଖି ଜିଭ୍ୟା କଠିଣ ।କାଶ ଶ୍ୱାସ ହୋଇ ମତିଭ୍ରମଣ ।ବଚନ କହିଲେ ନ ଶୁଣେ ସେହୁ ।ଏମନ୍ତ ମଳୁକୁ ତାରିବ କେହୁ ।ଆବର ଯେହୁ ଅସାଧ୍ୟ ବ୍ୟାଧି ।ତାହା କହିଦେବା ଶୁଣ ସୁବୁଦ୍ଧି ।ପହଙ୍କ ପ୍ରାୟେ ବାଗା ଯାହାର କାୟେ ।ନୋହିଲେ ହୋଏ ଜମ୍ୱୁ ପାଣି ପ୍ରାୟେ ।ନୋହିଲେ ବେଶୁର ପ୍ରାୟେକ ଦିଶୁ ।ପାଣି ପ୍ରାୟେ ହୋଇ ଜ୍ୟୋତି ପ୍ରକାଶୁ ।ନୋହିଲେ ହେଉ ଧବଳ ବର୍ଣ୍ଣ ପ୍ରାୟେ ।ବସାଦହି ପ୍ରାୟେ ଦିଶିବ କାୟେଏମନ୍ତ ପ୍ରକାରେ ହୋଇବ ଯେହୁ ।ଏଥକୁ ଆନ ମଉଷଧି ନୋହୁଗ୍ରହଣୀ ଗଜକେଶ୍ୱରୀ ନି ଦେଇ ।ରକ୍ତଆରସାକୁବଦ୍ୟଜନ ଶୁଣିମ ଯେବେ ।ଆହୁରି ଓଧେ କହିବା ୟେବେ ।ଇନ୍ଦ୍ରୀ ଦ୍ୱାରେ ଯେବେ ପଡ଼େ ରକତ ।ତହିଁକି ଓଷଧ କର ଏମନ୍ତ ।ଗଇଶ ମଞ୍ଜି ପଦ୍ମଫୁଲ ଧର ।ଶ୍ୱେତ କୋଇଲେଖା ମଞ୍ଜି ହିଁ କର ।ବାହାଡ଼ା ମଞ୍ଜି ସମଭାଗ ଆଣି । ନଗେଶ୍ୱର ପାଶେ ଲବଙ୍ଗ ପୁଣି ।ଅଳାଇଚ ଯାଇଫଳ ହିଁ ଭର ।ମାଢ଼େ ଲେଖାଏଁ ସବୁଠାରୁ କର ।ଶୁଖାଇ ଏମାନ କରିବ ଚୂର୍ଣ୍ଣ ।ନବାତ ମାଢ଼େ ଯେ ତହିଁକି ଘେନ ।ତିନିଦିନ ଏହା ଖାଇବ ଯେବେ ।ରକତ ଆରସା ଖଣ୍ଡଇ ତେବେ ।ଅଷ୍ଟଖୁଡ଼କୁ ମୌସୁଧି ଶୁଣ ।ଶୁନାରି ବକଳ ପତର ଆଣ ।ଚାକୁଣ୍ଡା ମଞ୍ଜି ସହରାଜ ଭରି ।ହରିଡ଼ା ବାହାଡ଼ା ଯତନ କରି ।ଇନ୍ଦ୍ରମାରି ସଙ୍ଗେ ଖରଡ଼ା ଲୁଣ ।ଯିଅଳା ଅଣନ୍ଧୁକର ଭିଆଣ ।ସେମାନେ ସବୁ ଶୁଖାଇ ଚୁରି ।ତିନିଦିନ ଖାଉ ଯତନ କରି ।ଅଷ୍ଟକୁଢ଼ ଯେଣେ ହୋଇବ ନାଶ ।ବିଚାରି କହିଲେ ଏଥି ସନ୍ଦେଶ ।ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ପ୍ରମାଣେ ।ଦୀନକୃଷ୍ଣ ଦାସ ଔଷଧ ଭଣେ ।ରସ ବିସ ଗନ୍ଧକ ଏକ ସମତୁଲ ।ମରିଚ ଦାରୁ ଯେ ଅତି ଅମୂଲ୍ୟ ।ମାଛ ମଇଁଷି ଯେ ମୟୂର ପିତ ।ଛେଳିକି ଘେନିଣ ଏ ଚାରି ପିତ । (୧)ପହରକେ ଦେବ ଏବେ ଯାମ ।ନିର୍ମଳ ସୂଚିକା ଏ ରସ ନାମ ।ଶ୍ୱାସ କାଶ ତ୍ରିଦୋଷଇ ଯାଇଁ ।ଜ୍ୱର ଛାଡ଼ି ଶତେବରଷ ଥାଇ ।(୧) ଖ ପୋଥିରେ- ମେଷ ମଇଁଷି ଯେ ମୟୂର ପିତ ।ମାଛକୁ ଘେନିଣ ଏ ଚାରିପିତ ।ଖପରଭସ୍ମଆବର ଓଷଧ କହିବା ଶୁଣ ।ଖପର ଭସ୍ମ ଯେଉଁ ଭାବେ ପୁଣ ।ଖପର ପଳେ ଯେ ଯତନ କରି ।ଗୋଦନ୍ତା ଦାରୁ ପଳେ ତହିଁରେ ଭରି ।ଦୁହିଙ୍କି ଭରି ଛେଳି ଦୁଧେ ଖଲ ।ଆବର କଥାୟେ କହିବା ଭଲ ।ତଳରେ ଅରଖ ପତରେ ଛାଇ ।ଉପରେ ଲେଶିବ ପିହାଣ ଦେଇ ।ଚୁଲିରେ ଘଡ଼ି ବସାଇ ତୁରିତେ ।ଜାଳ ଦେଉଥିବ ଦିହୁଡ଼ି ମତେ ।ବେନି ପହର ଯେ ଜାଳିବ ଯୋଇ ।ଖପର ଯିବ ଲୁର ପ୍ରାୟେ ହୋଇ ।ସନ୍ନିପାତ ଥିଲେ ଏ ଭସ୍ମ ଖାଇ ।ଆବର ଗୁଳୁମ ବ୍ୟାଧିକି ଦେଇ ।ଅଷ୍ଟାଙ୍ଗ ଜ୍ୱରକୁ ଏ ଭସ୍ମ ଦେଇ ।ଶାହାସ୍ରେ ଏମନ୍ତ ଅଛଇ କହି ।ଶିଶା ଭସ୍ମଶିଶା ଭସ୍ମ ହୋଇ ଯେମନ୍ତ ଭାବେ ।ସେ କଥା ବିସ୍ତାରି କହିବା ଏବେଶିଶା ପ୍ରଥମେ ପାତ୍ର କରି ଗଢ଼ି ।ମଣି ଶିଳ ଘେନି ଖଲିବ ଯଡ଼ି ।ଛେଳିଦୁଧ ତହିଁ ଲେପନ କର ।ଶୁଖାଇ ଆଟିକା ଗୋଟିକେ ଭର ।ଅରଖ ପତ୍ର ଯେ ତଳରେ ପଡ଼ି ।ଉପରେ ପିହାଣ ମୁଦ ନିବାଡ଼ି ।ବେନି ପହର ଜାଳ ଦେବ ଯେବେ ।ଶୀଶା ଭସ୍ମ ହୋଇ ପିଙ୍ଗଳ ତେବେ ।ନାନା ବ୍ୟାଧି କାଶର ଏ ମଉଷଧି ।ଗର୍ଭରୋଗ ପେଟବଥା ହି ଆଦି ।ଆବର ଯେଉଁ ସିସାଭସ୍ମ କରି ।ସେକଥା କହିବା ଶୁଣ ବିଚାରି ।ସୀସାରୁ ଯେତେ ଯବଖାଇ ତେତେ ।ଶଙ୍ଖଗୁଣ୍ଡି ତହିଁ ଅଧ ଯୁଗତେପଳାଶ ଛେଲି ପତ୍ର କର ଅଧ ।ଥୋଇବ ଆଟିକା ଗୋଟିକ ମଧ୍ୟଉପରେ ପିହାଣ ଦେଇ ଲେପିବା ।ତଳରେ ଜାଳ ଯେ ବେଉଣ ଥିବ ।ଏମନ୍ତ ସୀସା ଭସ୍ମ ହୋଇଯାଇ ।ଶୁଣ ବଦ୍ୟଜନେ ଦେଉଛି କହି ।ବେନି ପ୍ରହରେ ଯେ ହୋଇ ଦହନ ।ଦେହ ଦିଶୁଥାଇ ଅରୁଣ ବର୍ଣ୍ଣଏ ସୀସା ଭସ୍ମର ଗୁଣ ଅପାର ।ଶୁଳା ଗ୍ରହଣି ରକ୍ତ ଅତିସାର ।ଆମ୍ୱ ଗୁଳୁମ ଆଦି କରି ମରେ ।ଏତେ ବ୍ୟାଧିକି ଭୟେ ନ କରେ ।ଆହୁରି ଓଷଧ ଗୋଟିଏ ଖାଉ ।ମହୁରା ତେଜ ନ କାଟିବ ଆଉ ।ଛଉ ଯାଦୁକୁ ଔଷଧ (୧)ଅଜା ଛେଳି ଯେ ଛେଳି କି କହି ।ତାହା ମୁତ ଧରି ଅମର ଦେଇଯମର କ୍ଷୋଭ ବୋଲାଇ ଯେହୁ ।ଗୁଳୁଚି ଦଳଟି ଅଟଇ ସେହୁ ।ଗବାକ୍ଷେ ଧେନୁ ଗାଈ ସୁତ ଧରି ।ପରସିରି ଯେ ଅଳନ୍ଧୁ କରିଯର ପୁରଯେ କାଞ୍ଜି ପାଣି କହି ।ମୁଳା ମଞ୍ଜି ପୁଣି ହଳଦୀ ଦେଇ ।ଯବଖାର ତହିଁ ଭିତରେ ଭେଟି ।ଏତେ ଦ୍ରବ୍ୟ ସବୁ ଶିଳରେ ବାଟି ।ଛଉ ଯାଦୁ ଯାହା ଶ୍ୱରୀରେ ଥିବ ।ଲେପଦେଲେ ତିନିଦିନ ରେ ଯିବ ।ଶୁଣ୍ଠି ହରିଡ଼ା ସମଭାଗ କରି ।ସଏନ୍ଧବ ଜୁଆଣି ତହିଁରେ ଭରିପଛେ ପିଆଇବ ତବତ ପାଣି ।ଆଉ କି କରିବ ବଦ୍ୟକୁ ଆଣି ।ଧନତ୍ରି କହିଲେ ଓଷଧ ଭେଦ ।ତିନିଦିନେ ଯେବେ ପାରିବୁ ସାଧବିହିଞ୍ଚି ହୋଇ ଯେଉଁ ଭାବେ ହୋଏ ।ତହିଁକି ଓଷଧ ଶୁଣ ଉପାଏ ।ସାହାଡ଼ା ପତ୍ର ପୋଡ଼ି ଖାରକର ।ଛେଳି ଲଣ୍ଡିଭରି ଦୁହିଁଙ୍କି ଚୁର ।ଏ ଗୁଣ୍ଡି ବିହିଞ୍ଚି ଉପରେ ଦେଶି ।ଅଳପ କରିଥିର କରି ଘଷି ।ଦିନା ଦୁଇତିନ ଏମନ୍ତ କଲେ ।ଏକୋଷ୍ଠ ବ୍ୟାଧି ଭଲ ହୋଇ ଭଲେ ।କାଶ ବ୍ୟାଧି ହୋଇ ଯେମନ୍ତ ଭାବେ ।ତହିଁକି ଓଷଧ କହିବା ଏବେତିନିକେନା ସୁଝୁରୁ ଡାଳେକ ଆଣି ।ଖଣ୍ଡ ଖଣ୍ଡ କରି କାଟିବା ପୁଣି(୧) ଖ ପୋଥିରେ ଛଉ ଯାଦୁକୁ ଔଷଧ ଏହିପରି –ଅଯର ବିଯର ଗୋବର ଲସା ।ଘର କାଞ୍ଜିପାଣି ପରକୁ ରୁଷା ।ମୂଳା ମଞ୍ଜିରେ ଯେ ଲେମ୍ବାଉ ମିଶା ।ଛଉ ଯାଦୁ ଯାଇ ଏକ ଦିବସା ।ଏଥିରେ ମିଶୁ ଅଯୋମଦା ଖାର ।ହାଥିଆ ଯାଦୁକୁ ଟାକର ମାର ।ସିଝାଇଦେବ ଧାନରେ ଭରି ।ସେ ଧାନ ଶୁଖାଇ ଚାଉଳ କରି ।ସେ ଚାଉଳ ମଳୁ ଚୋବାଇ ଖାଉ ।ଶାଗ ଆମ୍ୱିଳ ନ ଭୁଞ୍ଜିବ ଆଉ ।ସପତାଏ ଏହା ଖାଇବ ଯେବେ ।କାଶବ୍ୟାଧି ଭଲ ହୋଇବ ତେବେ ।ଅଷ୍ଟଖୁଡ଼ ଯିବ ଯେମନ୍ତେ କ୍ଷୟେ ।ତହିଁକି ଓଷଧ କହିବା ଉପାୟେ ।ଦାରୁ ମହୁରା ଯେ ହେଙ୍ଗୁଳ ତିନି ।ମଣିସିଳ ହରିତାଳକୁ ଘେନି ।ଜୁଆଣି ମରିଚ ପିପ୍ପଳି ଶୁଣି ।ଭୋଟ ଲୁଣ ବିଟ ଲୁଣ ହିଁ ଆଣି ।ଭେରଞ୍ଚି ଚିତା ତାଉରଙ୍ଗ ପୁଣ ।ସରଳ ସଇନ୍ଧବ ଖରଡ଼ା ଲୁଣ ।ଫୁଲା ଲୁଣ ଘେନି ଭାଲିଆ ମୂଳ ।ଉଆଲ ମାରି ଆଦର ମହୁଲ ।ଗୁରୁମାଟିଆ ଚମ୍ପା ମୂଳ ଖୋଳି ।ଅରଖ ଦୁଦୁରା କଣ୍ଟି କପାଳୀ ।ଭୁଇ କୋରିଆ ମାହାଲିମ୍ୱ ବେନି ।କୋରିଲାଯାତେ କୋରଡଙ୍ଗୀ ଘେନିଭୂଇଁ ଲିମ୍ୱ ଲିମ୍ୱ ଦୁଇ ହୋଅନ୍ତି ।ଶୁନାରି ଚମୋଡ଼ା ମୁଥା ରୋଦନ୍ତିଜୀବନ୍ତ ଚନ୍ଦ୍ରକାନ୍ତି ମୁନି ଯୁଣ ।ନହଲାଙ୍ଗୁଳିଆ ବେଲ ବରଣଅରଖ ମୂଳ ଆଣିଥିବ ଘେନି ।ହରିଡ଼ା ବାହାଡ଼ା ଯିଅଁଳା ତିନି ।ହଂସପାହି ଯଉ ସମସ୍ତ ଖୋଳ ।ଏତେ ବୃକ୍ଷରୁ ମାଢ଼େ ମାଢ଼େ ମୂଳ ।ଶୁଖାଇ ସବୁନ୍ତି ଗୁଣ୍ଡା କରି ।ଖାଇଲେ ଅଷ୍ଟ ଖୁଡ଼ ଯାଇସରି ।ଆବର କଥାଏ କହିବା ଶୁଣ ।ଚମଦଳାକୁ ଯେ ଓଷଧ ପୁଣ ।ସମ୍ପୁଲିଙ୍ଗା ଗଛ ପତ୍ର ଦୋରୁଅ ।ହସ୍ତରେ ଘସି ଚମଦଳା ମାରଲୁଣମାଲପା ହସ୍ତରେ ଲେପିକରି ।ଅଗ୍ନିରେ ସେକିଲେ ଏମନ୍ତେ ମରି ।ଧନିତ୍ରୀ ଆଜ୍ଞାରେ ଏମନ୍ତ କହି ।ଏଥକୁ ଅପ୍ରତେ ନକର କେହି ।ଚକ୍ଷୁରେ ଫୁଲା ପଡ଼ିଥିବ ଯାର ।ତହିଁକି ଓଷଧ ଉପାଏ କରଲଙ୍କା ସିଝୁରୁ ପତର ଆଣି ।ଅଞ୍ଜନ ତହିଁରେ ପୋଡ଼ିବା ପୁଣି ।ଯେଉଁ ଆଖିରେ ଫୁଲା ଥିବ ପଡ଼ି ।ପରଳ ସହିତେ ଯିବାକ ଛାଡ଼ିସାହାଶ୍ରେ ଲେଖି ନାହିଁ ପୁଣଯାହା ।ଅଶ୍ୱିନୀ କୁମାରେ କହିଲେ ତାହାଦେହରେ ପୋକ ପଡ଼ିବ ଯେମନ୍ତେ ।ତହିଁକି ଓଧେ କର ଏମନ୍ତେ ।ପୋକସୁଙ୍ଘା ମୂଳ ମରିଚ ଦୁଇ ।ବେଲପତ୍ରି ଘେନି ଚୋବାଇ ଖାଇଦିନା ଦୁଇତିନି କଲେ ଏତେକ ।ମଳଦ୍ୱାର ବାଟେ ମଡ଼ଇ ପୋକ ।ଆହୁରି କହିବା କଥା ୟେ ଶୁଣ ।ଆମ୍ୱ ଗୁଳୁମଳୁ ଓଷଧ ଗୁଣ ।ଗାଢ଼ମୂଳ ହେଙ୍ଗୁ ମରିଚ ବେନି ।ଶୁଣ୍ଠି ପିପ୍ପଳୀ ସବୁ ହିଁ ଘେନି ।ହରିଡ଼ା ବାହାଡ଼ା ଏ ଗନ୍ଧ ଶୁଣ୍ଠି ।ଅଯମୋଦା ଘେନି ଯିଅଳା ଯେଠି ।ଅନ୍ୟଗନ୍ଧ ଅଶ୍ୱକନ୍ଧ ହି ଭଲ ।ଲୋହ ଭସ୍ମ କୁଢ଼ ଡାଳିମ୍ୱ ଫୁଲଚିମୋଡ଼ା ଧନିଆ, ଏ ଯବଖାର ।ମାହାଭଇରୋବ ଏବଡ଼ ଯିରାଶାଚି ଲୁଣ ବିଟ ଲୁଣ ପ୍ରମାଣ ।ସଚଳ ଜୁଆଣି ଖରଡ଼ା ଲୁଣ ।ସମଭାଗ ଏହା କରିବ ଗାଢ଼ ।ଦ୍ରବ୍ୟକେ ଯେନ ଚାରି ଚାରି ମାଢ଼ ।ତପତ ପାଣିରେ ପିଇବ ଯେବେ ।ଗୁଳମ ବ୍ୟାଧି ଭଲ ହୋଇ ତେବେ ।ନାନା ବିନ୍ଧା ବାତ ଯେମନ୍ତ ସାଧ୍ୟ ।ତହିଁକି ଓଷଦ ଶୁଣ ହେବ ବଦ୍ୟସଉପ ବଚ ଗନ୍ଧ ଶୁଣ୍ଠି ତିନି ।ବରୁଣ ଛେଲି ପୁରୁଣି ମୂଳ ଘେନି ।ବେଗୁନିଆ ପସାରୁଣି ସହିତେ ।ଟାଙ୍ଗଣ ମୂଳ ଗେଣ୍ଡା ଆଦି ମତେ ।ସାମୁକ ଆଦି ଷୋହଳ ଦିଆ ମୂଳେ ।ପାଣି ଦେଇ ଏହା ବାଟିବ ଶୀଳେ ।ବିନ୍ଧି ହୋଇବା ଥାନମାନ ଧରି ।ତହିଁରେ ଲେପିବ ଯତନ କରି ।ବିଗୁଣ୍ଡି ଲେପନ ଅଟଇ ଯାଣ ।ସୁବୁଧି ସାଧୁ ବଦ୍ୟଜନେ ଶୁଣ ।ଶ୍ରୀ ଜଗନ୍ନାଥକୁ ଶରଣ ଯାଇ ।ବଦ୍ୟ ସାହାଶ୍ର କୃଷ୍ଣଦାସ କହି ।ଉର୍ଦ୍ଧ୍ୱକାଶକୁ ଏ ମଇଷଧି ।ସେକଥା କହିବା ଶୁଣ ସୁବୁଧି ।ଅରଖକାଠ ସାତଖଣ୍ଡ ଥୋଇ ।ଅଗ୍ନିଭଜି କରିବା ନେଇ ।ଉପରେ ପିହାଣ ଘୋଡ଼ାଇଦେବା ।ଗଳା ଗୋଟିଏ ତଳେ କରିଥିବା ।ସେହିବାଟେ ଧୂଆଁ ନିରୋଧି ଅଛ ।ଉର୍ଦ୍ଧ୍ୱକାଶକୁ ଏ ଓଷଧ ଉଛ ।ଏହି ପ୍ରକାରେ ସପତାଏ କଲେ ।ଏତେକେ ସାଧନା ପାଇବ ଭଲେ ।ଆବର କଥାୟେ କହିବା ସାଧ୍ୟ ।ସବାଇ ଘାଆକୁ ଯେଉଁ ଓଷଧପାରାର ରସ ତୋଳା ଏକ ଆଣି ।ତୁଳସୀ ପତର ଦୁଇ ଚିନା ପୁଣି ।ଗନ୍ଧକ ଦୁଇ ଚିନା ତହିଁରେ ଭରି ।ହରିତାଳ ପାଞ୍ଚ ଚିନା ତହିଁକରି ।ମାହା ଭୈରବ ପାଞ୍ଚ ଚିନା ବଚ ।ପିପ୍ପଳୀ ପାଞ୍ଚ ଚିନା ତହିଁରେ ଆଞ୍ଚ ।କାଫଳ ପାଞ୍ଚଚିନା ତହିଁରେ ଭରି ।ଶୁଣ୍ଠି ପାଞ୍ଚ ଚିନା ଯତନ କରି ।ସଇନ୍ଧବ ପାଞ୍ଚ ଚିନା ଉଦ୍ଯୋଗେ ।ହରିଡ଼ା ବେନି ଗୋଟି ତହିଁର ଭାଗେ ।ପାଖରା ଖଇର ତୋଳାଏ ଆଣି ।ପୁରୁଣା ଗୁଡ଼ ଦୁଇ ତୋଳା ଆଣି ।ଏତେ ପଦାର୍ଥ ଚୂର୍ଣ୍ଣ କରି ଚୁରି ।ବଡ଼ି ବାନ୍ଧିବ ଯେ ଗୁଡ଼ରେ କରି ।ମଳୁକୁ ସ୍ରାହାନ କରାଉଥିବ ।ଦୁଇ ସନ୍ଧ୍ୟାରେ ଦୁଇଗୋଟି ଦେବ ।ଏଥକୁ ପଥି ଯେ କହିବା ସାଧ୍ୟ ।ତବତ ଭାତକୁ ଅଲଣା ଦୁଧ ।ସ୍ରାହାନ କରିବ ଯେବଣ ପାଣି ।ପଞ୍ଚୁପତ୍ରି ଘେନି ସିଝିବ ଆଣି ।ଏହି ଚାପରେ ସାତଦିନ କରି ।ସବାଇ ଘାଆରୁ ହୋଇବ ପାରି ।ଦୀନକୃଷ୍ଣ ଦାସ କହିଲେ ଯାହା ।ସୁବୁଧି ସାଧୁ ହେତୁ କର ତାହା ।ପେଟବଥା ହୋଏ ଯେମନ୍ତ ସାଧ୍ୟ ।ତହିଁକି କହିବା ଏବେ ଓଷଧ ।ଶୁଣ୍ଠି ପାଞ୍ଚମାଢ଼ ଘେନିମା ଗାଢ଼ ।ତହିଁରେ ନବ ପିପ୍ପଳି ପାଞ୍ଚ ମାଢ଼ ।ଜୁଆଣି ପାଞ୍ଚ ମାଢ଼ ତହିଁରେ ଭରି ।ଜିରା ମାଢ଼େ ତହିଁରେ ଯତନ କରି ।କଳା ଜିରା ପାଞ୍ଚ ମାଢ଼ ନିର୍ମାଣି ।ଚିରାଇତା ପାଞ୍ଚ ମାଢ଼ ମୂଳ ଆଣି ।ହେଙ୍ଗୁ ଚାରିମାଢ଼ ସେ ଏକସମ ।ମରିଚ ପାଞ୍ଚମାଢ଼ି ତହିଁରେ ସମ ।ସମଭାଗ କରି କରିବ ଚୂର୍ଣ୍ଣ ।ମାଢ଼େ ଲେଖାଏଁ ଭୁଞ୍ଜି ପ୍ରତିଦିନ ।ଏଥିକି ସଂଯୋଗ କରିବା ପଥି ।ତବତ ଭାତକୁ ଭୁଞ୍ଜିବ ନିତି ।ବ୍ୟଞ୍ଜନ ଏଥିକି ନୁହଇ ଲେଖା ।ଗୋରସ ଭୋଜନ କରିବା ଏକା ।ଛୁତ ଦ୍ୱାରେ ଯେଉଁ ସଂବାଇ ହୋଇ ।ଚୁଚୁନ୍ଦ୍ରା ବ୍ୟାଧିକି ତାହାକୁ କହି ।ତହିଁର ଓଷଧ ଯେଉଁ ବିଧାନ ।ହେତୁ କରି ବୁଝ ଆପଣା ମନ ।ପାଞ୍ଚ ଚିନା ମହା ଭୈରବ ବଡ଼ି ।ମୟୂର ଗିରିଆ, ଚିନା ପାଞ୍ଚ ଭରିଲୋଧ ପାଞ୍ଚ ଚିନା ଯତନ କରି ।ଡାଳିମ୍ୱ ଅଗି ପାଞ୍ଚ ଚିନା କରିଶାଳିଗୁଆ ତହିଁ ଗୋଟିଏ ଭର ।ଆଠ ପଦାର୍ଥ ଏକ କରି ଚୂର୍ଣ୍ଣ ।ଶିଳରେ ଚୁରି ଗୁଣ୍ଡି କରି ଯେନକନାରେ ଗୁଡ଼ାଅ ଯତନେ ଥୋଇ ।ଘା ମୁଖରେ ଦେଉଥିବ ଦେଇ ।ଏଥକୁ ପଥି ଯେ ଯେବଣ ମତ ।ଘିଅ ଘେନି ଭୁଞ୍ଜ ତବତ ଭାତ ।ମଦରଙ୍ଗା ଶାଗ ବ୍ୟଞ୍ଜନ କରି ।ଅଲଣା ଖାଇବ ଲୁଣ ନ ଭରି ।ଦୀନକୃଷ୍ଣ ଦାସ କହିଲେ ଯାହା ।ସୁବୁଦ୍ଧି ସାଧୁ ଜନେ ହେତୁକର ତାହା ।କାମଳ ବ୍ୟଧି କରୁଥାଇ ଯେବେ ।ତହିଁକି ପରିଗୁଣ ବିହିବା ଏବେ ।ତୁଣ୍ଡ ମଧୁର ହୋଇ ଅନ୍ନ ନ ରୁଚେ ।ଦେହରେ ତାପ ପୁରିଆଇ ନିଳେଥ ।ବଡ଼ ବିକଳ ଯେ ବଥାଇ ପେଟ ।ହସ୍ତ ଗୋଡ଼ ପୁଣ ହୋଇଥାଇ ମୋଟ ।ଗର୍ଭ ପୋଡ଼ୁଥାଇ ପାହାନ୍ତି ବେଳେ ।ମଳ, ଭୋକ, ବାଡ଼ି ନୁହଇ ଢାଳେ ।କର ପାଦଅଣ୍ଟା ଶୁଳାଇ ହୋନ୍ତି ।ଦେହ ବୁଲାଇ ଆସୁଥାଇ ବାନ୍ତି ।ଏମନ୍ତ ଦେଖିବା ଯାହାର ଗାତ୍ର ।ପ୍ରଥମେ ଦେହ କରାଇବା ଭେଦ ।କାମଳ ବ୍ୟାଧି ଏ ଅଟଇ ଯାଣ ।ଏଥକୁ ଔଷଧ ବିହିବା ଶୁଣ ।ପ୍ରଥମେ ଭେଦ କରାଇବା ବାଡ଼ି ।ମଧ୍ୟରେ ଦେବା ତିନିଦିନ ଛାଡ଼ି ।ପୁଣି ଆନଦିନ କରିବା ଭେଦ ।ତହିଁ ଉତାରେଣ ଦେବା ଓଷଧ ।ପଳାଶ ମଞ୍ଜି କରାଇବା ଠୁଳ ।ଗୋହିରା ପିପ୍ପଳି ଏ ତାଳ ମୂଳ ।କୁଢ଼ କି ସାଳପନ୍ନି ନିରିବାଣି ।ରକ୍ତ ଚିରାଇତା ଦଶମୂଳ ଆଣି ।ପଳେ ଲେଖାଏଁ ସବୁଠାରେ ଘେନ ।ଶୁଖାଇ କରି ଗୁଣ୍ଡା କର ଚୂର୍ଣ୍ଣ ।ବତିସ ମାଣ ଯେ କରିବ ପାଣି ।ହାଣ୍ଡିରେ ଭରି ଆଉଟିବ ପୁଣି ।ଓଷଧ ଭରି ଆଉଟିବ ବେଗେ ।ଗୁଡ଼ ପାଗ କରି ଯେମନ୍ତ ବାଗେ ।ଦେହେ ଦେହ ଯେବେ ଲାଗିବ ଯଡ଼ି ।ଏମନ୍ତ ହୋଇଲେ ଥୋଇବ କାଢ଼ି ।ସେହି ହାଣ୍ଡିରେ ସେ ରହିଣ ଥିବ ।ତ୍ରିକଟୁ ତିନିମାଢ଼ ତହିଁରେ ଦେବପଞ୍ଚ ମାଢ଼ ତୁଲି ଖାଇବ ନିତି ।ଏଥକୁ ସଂଯୋଗ କରିବ ପଥି ।ସାଗ ଆମ୍ୱିଳ ବିବର୍ଜିତ କାଞ୍ଜି ।ତବତ ଭାତ ଘୃତ ଘେନି ଭୁଞ୍ଜି ।ଶୋଥବ୍ୟାଧି ଓଷଧଶୋଥ ବ୍ୟାଧି ଥିବ ଯାହା ଦେଲେଣା ।ତହିଁକି ଓଷଧ କହିବା ଶୁଣ ।ଦଶପାଞ୍ଚ ମାଢ଼ କାଲୁରି ମୁତ ।ପନ୍ଦର ମାଢ଼ କର ଛେଳି ମୁତ ।ଜଡ଼ା ମାଲପା ମାଢ଼େ କର ଠୁଳ ।ପିପ୍ପଳି ଘେନିମ ପନ୍ଦର ପଳ ।ଶୁଣ୍ଠି ବାରପଳ ତହିଁରେ ମିଶା ।ଦାସ କେରେଣ୍ଟା ପତର ବେନି ବିଶା ।ଗଇସ ପତ୍ର ଦଶ ପଳ ଦେଇ ।ବଗାଗେଣ୍ଡୁ ପାଞ୍ଚପଳ ମିଶାଇ ।(୧)(୧) ଖ ପୋଥିରେ ଅଧିକ- ହରିତକି ପାଞ୍ଚପଳ ପୁରୋଇ ।ଗଲଶ ପତ୍ର ଦଶପଳ ଦେଇ ।ସଏନ୍ଧବ ତିନିପଳ ତହିଁରେ ଭରି ।ସଏନ୍ଧବ ତିନିପଳ ତହିଁରେ ଭରି ।ସମସ୍ତ ଦ୍ରବ୍ୟ ଏହି ଭାବେ ଯେନ ।ଶୁଖାଇ କରି ଗୁଣ୍ଡା କରି ଚୂର୍ଣ୍ଣ ।ପ୍ରଥମ ଦିନରେ ଭକ୍ଷିବ ପଳେ ।ଦ୍ୱିତୀୟ ଦିନ ଦୁଇତୋଳା ମୂଳେ ।ଏକୋଇଶ ଦିନ ଖାଇବା ଯାଏ ।ସବୁକୁ ଶୋଧନ କରିଥିବ କାୟେ ।ପଥିକ ତବତ ଭାତ ଯୁଗତ ।ତଉଣ କରିବ ବାଇଗଣ ପିତ ।ଆବର କଲରା ମହୁର ଦେବ ।ଆନ ବ୍ୟଞ୍ଜନ କେବେ ହେଁ ନ ଦେବ ।ଏମନ୍ତ ପ୍ରକାରେ ପାଳିବ ଯେବେ ।ଶୋଥ ବ୍ୟାଧି ଭଲ ହୋଇବ ତେବେ ।ଦୀନକୃଷ୍ଣ ଦାସ କିରତି ଥାଉ ।ହେତୁ କଲାଲୋକ ବୈଦ୍ୟ ହେଉ ।ଯେବଣ ବଦ୍ୟ ପଢ଼ଇ ସାହସ୍ର ପାଠ ।କେବେହେ ନ ଯାଇ ଅମଡ଼ା ବାଟ ।ପ୍ରଥମେ ଦେଖିବ ନାଟିକା ଯାର ।ଦୁତୀୟେ ଛୁତରେ ତଇଳ ଦେଇତୃତୀଏ ବିହିବ ପାଞ୍ଚନ ଶିସ ।ଚତୁର୍ଥେ ମଳୁକୁ ଦେବାକ ରସ ।ଯେ ଯେତେ ବଇଦ୍ୟ ବୋଲାଇ ବଡ଼ ।ବ୍ୟାଧି ଛାମୁରେ କେ ନୁହଇ ବଡ଼ ।ଚଉଷଠୀ ରୋଗ ଘେନିଣ କାୟା ।ନାନା ବ୍ୟାଧି ଘୋଟି ଅନନ୍ତ ମାୟା ।ଛାଡ଼ିଲା ବୋଲି ନ କରିବ ପ୍ରତେ ।କ୍ଷୁଦ୍ର ରୂପ ଧରି ଥାଇ ଗୁପତେ ।ଅଗ୍ନିର ଶେଷ ଯେ ବ୍ୟାଧିର ଶେଷ ।ଏ ଦୁଇକଥାକୁ ନାହିଁ ବିଶ୍ୱାସ ।ଯେତେ ପ୍ରକାରେ ଉପୁଜଇ ନାଡ଼ି ।ଅନ୍ତର୍ଗତ ବ୍ୟାଧି ନୁହଇ ବାଡ଼ୀ ।(୨)(୨) ଖ ପୋଥିରେ ଅଧିକ ଅଛି- ରୋଗମହାମାୟା କେ ପାରୁ କହି ।ମୂତ୍ର ଦେଖିଲେ ହେଁ ପରତେ ନାହିଁ ।ଦୃଷ୍ଟିରେ ଦେଖିଲେ ଧରି ନ ପାରି ।ଅଦୋଷ୍ଟି କେହୁ ଭାବନା କରି ।ସାହାସ୍ର ନ ପଢ଼ି ଯେ ବୋଲଇ ବୈଦ୍ୟ ।ସେ ଲୋକମାନଙ୍କୁ ବାଇରେ ହେଯ ।ନାଡ଼ି ଲକ୍ଷଣ ବାୟାର ମତ ।ଅନ୍ତର୍ଗତ ବ୍ୟାଧ କହିଲି ତଥ୍ୟ ।ବ୍ୟାଧି ନ ଚିହ୍ନି ହୋଏ ମତିଭ୍ରମ ।ବୈଦ୍ୟ ନୁହଇ ସେ ମଳୁକୁ ଯମ ।ତିଳ ପ୍ରମାଣେ ଯେହେତୁ ମେଘ ଥାଇ ।କ୍ଷଣକେ ବ୍ରହ୍ମାଣ୍ଡ ଘୋଟିଣ ଯାଇ ।ବ୍ୟାଧିର ମହିମା କେ କରୁ ଶେଷ ।କାଠରୁ ଯେସନେ ଅଗ୍ନିପ୍ରକାଶ ।ଗୁପତେ ଥାଇ ନ ଜାଣନ୍ତି କେହି ।କ୍ଷଣକେ ବ୍ରହ୍ମାଣ୍ଡ ପାରଇ ବହି ।ସେହିମତି ଯେ ରୋଗର କଥା ।ବଦ୍ୟ ଜନେ ଶୁଣି ନ ପାଅ ବ୍ୟଥା ।ମନେ ଗର୍ବ କରି ନୋହିବ ଟାଣି ।ଅନୁଭବ ଥିଲେ ବ୍ୟାଧିକି ଜାଣି ।ଯେ ଯେତେ ବଦ୍ୟ ହୋଇଲେ ହଉ ।ମୁତ୍ର ନ ଦେଖି ସେକି ଓଷଧ ଦେଉ ।ପାଣିର ବାଡ଼ି ଯେ ପାରିବ ନାଡ଼ି ।ତାହାବେଳେ ହୁଏ ଏ ବ୍ୟାଧି ବାଡ଼ି ।ମଳୁ ନ ଦେଖି ଯେ ଓଷଧ ଦେଉ ।ମଳୁର ହତ୍ୟାକୁ କାରେଣୀ ସେହୁ ।ହସ୍ତରେ ନାଡ଼ି ପ୍ରଚରିବ ଏଣେ ।ଛୁତରେ ପୁଣି ତୈଳ ଦେବ ତେଣେ ।ଦୁଇ କଥାକୁ ଅନୁଭବ ଥିବ ।ମଳୁର ଏ ବେନି ପଥ ଦେଖିବ ।ସାହାସ୍ର ମତ ଏ ଅଟଇ ତିନି ।ତେବେ ସେ ବ୍ୟାଧି କି ପାରଇ ଚିହ୍ନି ।ଭାଷା କୁହାଇ ବଚନ ଶୁଣିବା ।କେମନ୍ତ କୁହଇ ତାହା ଜାଣିମା ।କେଉଁ ଦ୍ରବ୍ୟକୁ ସେ କରଇ ଆସ ।ପଚାରିଣ ବୁଝି ବ୍ୟାଧି ଉଦ୍ଦେଶ୍ୟ ।ପାଞ୍ଚ ପ୍ରକାରେ ବୁଝିବ ଏମତ ।ପଞ୍ଚୁ ଭୁତରୁ ବ୍ୟାଧି ହୁଏ ଯାତ ।ତୁମ୍ଭେ ବୋଲିବ ନ ଜାଣି ମୁଁ ଅବା ।ଏଥକୁ ସଂଶୟେ ଫେଡ଼ି କରିବା ।ପୃଥି ଆପ ତେଜ ଆକାଶ ବାଇ ।ଯେଉଁ ଥାନରୁ ଯେ ଉଦୟ ହୋଇନାଟିକା କଥା ଯେଉଁ କଥା ହେଜ ।ପୃଥିରେ ବ୍ୟାଧି ସେ ବିଚାରି ବୁଝ ।ମୁତ୍ର ଧରିଣ ଯେ ତଇଳ ଦେଇ ।ଆବର ମହିମା ଅଟଇ ସେହି ।ନେତ୍ର ପାତ ଯାହା କହିଲେ ତିଳେ ।ତେଜର କଥା ଯେ ବୁଝିବା ପଳେ ।ବଚନ ମାର୍ଗେ ଯେଉଁ କଥା କହେ ।ବାୟୁର ଏ ଗୁଣ ପ୍ରକାଶ ହୋଏ ।ଯେବଣ ଦ୍ରବ୍ୟକୁ କରଇ ଆଶା ।ଆକାଶ ଭୁତର ଏମନ୍ତ ଭାଷା ।ପଞ୍ଚ ପ୍ରକାରେ ଯେ ଯାଣଇ ଗୁଣ ।ତାହାକୁ ଲେଖିବା ବିଷ୍ଣୁ ସଙ୍ଗେଣବ୍ୟାଧି ଭଲ ମନ୍ଦ ଜାଣଇ ସେହୁ ।ବଦ୍ୟ ନାରାୟଣ ଅଟଇ ସେହୁ ।ଶ୍ରୀ ଜଗନ୍ନାଥଙ୍କ ଛାମୁରେ କହି ।ବିଚାରି ମଳୁକୁ ଓଷଧ ଦେଇ ।ଏଥି ଯେଉଁ ମଳୁ ହୋଇବ ନାଶ ।ବଦ୍ୟକୁ ଆଉ ନ ହୋଇ ଦୋଷ ।ମନେ ନ ଧରିବ ମୋହର ଦୋଷ ।ପଣ୍ଡିତ ଜନେ ନ ଧରିବା ରୋଷ ।ପ୍ରାଣି ବ୍ୟାଧିରୁ ତରିବା ପାଇଁ ।ଧର୍ମ ପଛ ଘେନି ଅଛି ମୁଁ ବହି ।ସଂସାରେ କେହି ଚିର ନୋହେ କିନା ।ପାପ ପୁଣ୍ୟ ଘେନି ବଣିଜ ସିନା ।ଯାହା ଅରଜିବ ତାହା ଭୁଞ୍ଜିବ ସେହି ।କାହାରି ସଙ୍ଗତେ ନ ଯିବ କେହି ।ଅର୍ଥ ପଦାର୍ଥକୁ ମନେ ନ କର ।ପ୍ରାଣୀକି ଏକା ଉପକାର କରେ ।ନାନା ବ୍ୟାଧି ଘେନି ଏ ଦେହ ଗୋଟା ।ଜୀବନ ଯେସନ ପାଣି ଫୋଟକା ।(୧)(୧) ଖ ପୋଥିରେ - ପାଣିର ଫୋଟାମାନବ ଜନ୍ମ ଯେ ହୋଇଲି ମୁହିଁ ।କ୍ରିତି ଥାଉ ଏକା ସଂସାରେ ରହି ।ଅନୁଭବ ଥିବ ଯେବଣ ଲୋକ ।ଏ ସାସ୍ର ପଢ଼ିଲେ ହୁଏ ବିବେକ ।ସଂସାରେ ଯେତେ କବିମାନେ ଥିଲେ ।ବଦ୍ୟ ସାହାସ୍ର କେହି ନ କହିଲେ ।ପ୍ରାଣୀମାନଙ୍କର ଉପକାର ଯାହା ।କେହୁଣି କବି ତ ନ କଲେ ତାହା ।ଏ ଦେହ ଘେନି ସବୁ ହୋଏ ସାଧିଏ ।ଏଥକୁ କଳଙ୍କ ହୋଇଥାଏ ବ୍ୟାଧି (୨)(୨) ଖ ପୋଥିରେ ଅଧିକ- ବ୍ୟାଧି ପୀଡ଼ା କଲେ ମଣିଷ ମରି ।ଔଷଧ ଦେଲେ ଧାତିକାରେ ତାରିଦେଇଥିଲେ ସିନା ସାଧିବ ଜ୍ଞାନ ।ୟେଥକୁ କେହି ତ ନ କଲେ ମନ ।ବାରବରତ ଯେ ଲୋକ ଆଚାର ।ଦେହ ଥିଲେ ସିନା ସବୁ ବିଚାର ।ୟେ ଦେହ ଯେବେ ବ୍ୟାଧି ଯୋଗେ ଯିବ ।କାହାକୁ ଘେନି ସେ ସଂସାରେ ଥିବ ।ଆଇଷ୍ୱ ପୂରିଲେ ସେ ସହଜେ ଯାଇ ।ସେ କଥା କାହାରି ଆୟତ ନୋହି ।ବତା ଭିଡ଼ିଲେ ବାଡ଼ ଯେହ୍ନେ ଆଣ୍ଟ ।ଦେହ କଥା ହିଁ ସେହିମତି ମୋଟ ।ଦେହ ଥିଲେ ସବୁ ହୁଅଇ ସାଧି ।ୟେଥକୁ କଳଙ୍କ ହୋଇଲା ବ୍ୟାଧି ।ବ୍ୟାଧିକି ଓଷଧ ସେହି ସଂଯାତ ।ସମୁଦ୍ରେ ଯେସନ ନାବ ଯୋଗତ ।ସୂର୍ଯେ ଉନ୍ଦେ ହୋଇଲେ ତିମିରି ସତ ।ବ୍ୟାଧିକି ଓଷଧ ସେହିକି ସଂଯାତ ।ବିଚାରି କରି ମୁଁ ଯୋଡ଼ିଲି ଯାହା ।ମୁନିମାନେ ମତେ କହିଲେ ଯାହା ।ସେ ଘେନି ପରତେ ପାଇଲି ଚିତ ।ଓଷଧମାନଙ୍କୁ ଯୋଡ଼ିଲି ଗୀତ ।ପ୍ରାଣୀମାନଙ୍କ ଉପଗାର ପାଇଁ ।ବଦ୍ୟ ସାହାସ୍ର ଏକେ ଦେଲି କହି ।ଶ୍ରୀ ଜଗନ୍ନାଥଙ୍କ ପଦ୍ମ ଚରଣ ।ଶିଶୁମତି କୃଷ୍ଣଦାସ ଶରଣ ।ଆହେ ସୁଧିଜନମାନେ ଶୁଦ୍ଧ ଅଶୁଦ୍ଧ ପୁରୋଇ ଏ ବଦ୍ୟସାସ୍ର ପଢ଼ିବ ।ଲେଖନକାର ଦୋଷ ନ ଧରିବ ।ଯଥା ଦୃଷ୍ଟି ତଥା ଲେଖନ । ଏ ବଦ୍ୟ ସାହାସ୍ର ସଦା ଜୟେ ସମ୍ପୂର୍ଣ୍ଣ ।